ବରମୁଣ୍ଡାରୁ ପଳାଶୁଣୀ ନୋ ଓଭରଟେକିଂ ଜୋନ

ଭୁବନେଶ୍ୱର,୩।୯(ବ୍ୟୁରୋ): ବାଇକ ଓ କାର ଚାଳକଙ୍କ ପରେ କମିଶନରେଟ ପୋଲିସର ନଜର ଏବେ ବସ୍‌ ଉପରେ। ବସ୍‌ ପାଇଁ କଡାକଡି କଟକଣା ଲାଗୁ ହୋଇଛି। ବରମୁଣ୍ଡାରୁ ପଳାଶୁଣୀ ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ନୋ ଓଭରଟେକିଂ ଜୋନ୍‌ କରାଯାଇଛି। ସୋମବାର ଅପରାହ୍ନରେ ବସ୍‌ ମାଲିକଙ୍କୁ ନେଇ କମିଶନରେଟ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନୂଆ ମୋଟର ଯାନ ଆଇନ ଓ ବସ୍‌ ପାଇଁ ରହିଥିବା ନିୟମ ସମ୍ପର୍କରେ ବସ୍‌ ମାଲିକମାନଙ୍କୁ ଅବଗତ କରାଯାଇଥିଲା। କୌଣସି ବସ୍‌ ଅନ୍ୟ ବସ୍‌କୁ ଓଭରଟେକ୍‌ କରି ଆଗକୁ ଯିବେ ନାହିଁ। ନିଜ ନିଜ ଲେନ୍‌ରେ ଯିବାଆସିବା ପାଇଁ ଡ୍ରାଇଭରମାନଙ୍କୁ ଅବଗତ କରାଇବାକୁ କୁହାଯାଇଛି। ଏଥିପାଇଁ ୫ଦିନ ମହଲତ ଦିଆଯାଇଛି। ଡ୍ରାଇଭରମାନେ ନିୟମ ନ ମାନିଲେ ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଜରିମାନା ଆଦାୟ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ବସ୍‌ଗୁଡ଼ିକୁ ମନଇଚ୍ଛା ରାସ୍ତା ଉପରେ ରଖି ହର୍ନ ବଜାଇବା ସହ ଲୋକ ଉଠାଇବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଏଣିକି ଏପରି କଲେ ୧ହଜାର ଟଙ୍କା ଜରିମାନା ଆଦାୟ ହେବ ବୋଲି ମାଲିକଙ୍କୁ ଜଣାଇ ଦିଆଯାଇଛି। ଡ୍ରାଇଭରମାନେ ବସ୍‌କୁ କେଉଁଠି ପାର୍କିଂ କରିବେ ଓ କରିବେ ନାହିଁ ସେନେଇ ପ୍ରତି ବସ୍‌ ଏବଂ ରାସ୍ତାରେ ସୂଚନାଫଳକ ଲଗାଯିବ। ମଙ୍ଗଳବାର ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା ଓ ଟ୍ରାଫିକ୍‌ ଏସିପି କେ.କେ ପାଣିଗ୍ରାହୀ କ୍ଷେତ୍ର ଅନୁଧ୍ୟାନ କରି ବରମୁଣ୍ଡାରୁ ପଳାଶୁଣୀ ପର୍ଯ୍ୟନ୍ତ ୫ ବସ୍‌ ଷ୍ଟପ୍‌ ଚିହ୍ନଟ କରିବେ। ବସ୍‌ଗୁଡିକ ବାଣୀବିହାର ତଳକୁ ନ ଆସି ଓଭରବ୍ରିଜ୍‌ ଦେଇ ବରମୁଣ୍ଡା ଯିବା ପାଇଁ ପୋଲିସ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ବାଣୀବିହାର ଓଭରବ୍ରିଜ୍‌ ତଳୁ ଅଧିକାଂଶ ଯାତ୍ରୀ ଉଠୁଥିବାରୁ ବସ୍‌ ମାଲିକ ସଂଘ ରାଜି ହୋଇ ନ ଥିଲେ। ତେଣୁ ଦ୍ୱିତୀୟ ବୈଠକରେ ଏନେଇ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହି ବୈଠକରେ ଲିଙ୍ଗରାଜ ବସ୍‌ ମାଲିକ ଆସୋସିଏଶନ, ରାଜଧାନୀ ବସ୍‌ ମାଲିକ ଆସୋସିଏଶନ ଓ ଭୁବନେଶ୍ୱର ବସ୍‌ ମାଲିକ ଆସୋସିଏଶନ ସଭାପତିମାନେ ସାମିଲ ଥିଲେ। ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା, ଟ୍ରାଫିକ୍‌ ଏସିପି କେ.କେ. ପାଣିଗ୍ରାହୀ, ଟ୍ରାଫିକ ଇନ୍ସପେକ୍ଟର ସୁରେନ୍ଦ୍ରନାଥ ଭଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri