ବରଗଡ଼ ଇ-ନାମ୍‌ ମାର୍କେଟ୍‌ରେ ପରିବା କିଣାବିକା ଆରମ୍ଭ

ବରଗଡ଼ ଅଫିସ୍‌,୨୫।୪: ରାଷ୍ଟ୍ରୀୟ କୃଷି ବିପଣନ କାର୍ଯ୍ୟକ୍ରମ(ଇ-ନାମ୍‌)ରେ ଶନିବାର ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଭୁକ୍ତ ହୋଇଛି। ଏହା ସହିତ ଦ୍ୱିତୀୟ ପର୍ଯ୍ୟାୟରେ କାର୍ଯ୍ୟକାରୀ ହୋଇଥିବା ଇ-ନାମ୍‌ ମାର୍କେଟ୍‌ ଜରିଆରେ ପନିପରିବା କିଣାବିକାରେ ପ୍ରଥମ କରି ସାମିଲ ହୋଇଛି। ଇ-ଟ୍ରେଡ଼ିଂ, ଇ- ବିଡ଼ିଂ ପ୍ରକ୍ରିୟା ଅବଳମ୍ବନ କରି ଆଗଲପୁର ଗ୍ରାମର ଚାଷୀ ଟଙ୍କଧର ବିଶ୍ୱାଳ ନିଜ ୫କୁଇଣ୍ଟାଲ ଟମାଟୋ(ପାତଲଘଣ୍ଟା)କୁ କୁଇଣ୍ଟାଲ ପ୍ରତି ୧ହଜାର ଟଙ୍କା ଦରରେ ବିକ୍ରି କରିଛନ୍ତି। ବରଗଡ଼ର ପରିବା ହୋଲସେଲ୍‌ ବ୍ୟବସାୟୀ ଗୋବର୍ଦ୍ଧନ ପ୍ରଧାନ ଅନଲାଇନ ମାଧ୍ୟମରେ ୫ହଜାର ଟଙ୍କାରେ ଏହା କିଣିଥିବାବେଳେ ଚାଷୀ ଟଙ୍କଧର ତାଙ୍କର ସେହି ପ୍ରାପ୍ୟ ପାଇଛନ୍ତି। ଏଭଳି କିଣାବିକାରେ ସେ ଲାଭବାନ୍‌ ହୋଇଥିବା ପ୍ରକାଶ କରିଛନ୍ତି। ଜାତୀୟ କୃଷି ବିପଣନର ରାଜ୍ୟ ସଂଯୋଜକ ପ୍ରସନଜିତ୍‌ ସାହଙ୍କ ତତ୍ତ୍ବାବଧାନ ତଥା ନିୟନ୍ତ୍ରୀତ ବଜାର କମିଟି ସମ୍ପାଦକ ଦୁର୍ଗାପ୍ରସାଦ ଛୁରିଆଙ୍କ ଉଦ୍ୟମରେ ଅଞ୍ଚଳର ପରିବା ଚାଷୀଙ୍କୁ ଏଭଳି କିଣାବିକା ସୁବିଧା ମିଳି ପାରିଛି। ଏହି ଅନଲାଇନ ମାର୍କେଟିଂ କାଯର୍‌ୟକ୍ରମ ପରିଚାଳନାରେ ସୁପରଭାଇଜର ବିଜୟ ରାଉତ୍‌, ଇ-ନାମ୍‌ ମାର୍କେଟ୍‌ ଇନଚାର୍ଜ ହିମାଂଶୁ ପ୍ରଧାନ, କମ୍ପ୍ୟୁଟର ଅପରେଟର ପ୍ରଶାନ୍ତ କୁମାର ଦାଶ, ପରେଶ କୁମାର ଖମାରୀ ପ୍ରମୁଖ ସକ୍ରିୟ ଭୂମିକା ନେଇଛନ୍ତି। ଚାଷୀମାନେ ବରଗଡ଼ ନିୟନ୍ତ୍ରୀତ ବଜାର କମିଟି ଅଧିନସ୍ଥ କୃଷକ ବଜାର ପରିସରସ୍ଥ ଇ-ନାମ୍‌ ମାର୍କେଟ୍‌ ମାଧ୍ୟମରେ ନିଜ ଉତ୍ପାଦିତ ପରିବାକୁ ଏଭଳି ବହୁଳଭାବେ ବିକ୍ରି କରି ଲାଭବାନ୍‌ ହେବାକୁ ସମ୍ପାଦକ ଛୁରିଆ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri