ବରଗଡ଼ରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଲା

ବରଗଡ଼ ଅଫିସ, ୧।୬: ବରଗଡ଼ ଜିଲାରେ ସୋମବାର ପୁଣି ୩ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ବିଜେପୁର ବ୍ଲକ ଅଞ୍ଚଳର ଏବଂ ତାମିଲନାଡୁ ଫେରନ୍ତା ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୋମବାର ନିଜ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।
ପୂର୍ବରୁ ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ. -୧୪ ଓ ବରପାଲି ବ୍ଲକ ଅନ୍ତର୍ଗତ ହଲଦୀପାଲି ଗ୍ରାମର ଜଣେ ଲେଖାଏ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭେଡେନରେ ୪ଜଣ, ଭଟଲରେ ୨ଜଣ ଚିହ୍ନଟ ହୋଇଥିଲେ। ସମସ୍ତ ଆକ୍ରାନ୍ତ ରାଉରକେଲାର ହାଇଟେକ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସଂକ୍ରମିତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଧକ୍କାରେ ବାଳକ ମୃତ: କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା

ରାଇରଙ୍ଗପୁର,୯ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅନ୍ତର୍ଗତ ପାଶନା ଗ୍ରାମରେ ମଙ୍ଗଳବାର ଏକ କାର୍‌ ଦୁର୍ଘଟଣାରେ ଜଣେ ବାଳକଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ...

ସିଏମ୍‌ସି ଅଫିସ୍‌କୁ ସର୍ବସାଧାରଣ ମନା

କଟକ ଅଫିସ,୩।୭: କଟକ ମହାନଗର ନିଗମ (ସିଏମ୍‌ସି) କାର୍ଯ୍ୟାଳୟକୁ ସାଧାରଣ ନାଗରିକଙ୍କୁ ପ୍ରବେଶ ନିଷେଧ କରାଯାଇଛି। ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ବିଜୁଭବନ ଓ ବିକାଶ ଭବନକୁ...

‘କରୋନା’ ସଚେତନତା କାର୍ଯ୍ୟକ୍ରମରେ ଯାତ୍ରା କଳାକାର ଦୈତାରୀ, ଦାମ

ଔପଦା,୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ବଜାର ଓ ଗଡ଼ସାହି ହାଟରେ ଗୁରୁବାର ଅପରାହ୍ନରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଜନହିତ ଯୁବକ ସଂଘ ପକ୍ଷରୁ...

ପାହାଡ଼ରୁ ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ

ଜୟପୁର,୧୯।୫(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ସହର ଉପକଣ୍ଠ ହାତୀବାରିଗୁଡ଼ା ସଂରକ୍ଷିତ ଜଙ୍ଗଲସ୍ଥିତ ପାହାଡ଼ରୁ ରବିବାର ପୂର୍ବାହ୍ନରେ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି...

କଲ୍‌ବଲ୍‌ ହେଇ ବିତୁଛେ ଲକ୍ଷ୍ମୀକଁର ଜୀବନ୍‌

ଲୋଇସିଂହା,୨୨।୬(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢ଼ିଦର ପଁଚେତ୍‌ ଅଧୀନ ନେଗିପାଲି ଗଁାର ଲକ୍ଷ୍ମୀ ପାଇକ(୭୦)। ତାକର ଦୁଇ ଆଏଁଖ୍‌ ଠିକ୍‌ସେ ନାଇଁ ଦିଶବାର। ଇଆଡ଼େ...

କେନ୍ଦୁଝରରେ ଆକ୍ରାନ୍ତ ହେଲେ ୩ କରୋନା ଯୋଦ୍ଧା

କେନ୍ଦୁଝର,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ୨୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩...

ମହାରାଷ୍ଟ୍ରରେ ୨,୫୬୨ ପୋଲିସ କରୋନା ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୩୩

ମୁମ୍ବାଇ, ୭।୬: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ଆଗୁଆ ରହିଛି। ରାଜ୍ୟ ପୋଲିସ ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ...

ମିଳୁନି ଅଣଧାନ ବିହନ

ବଅଁରପାଳ,୧ା୮(ଡି.ଏନ.ଏ.) – ଅନୁଗୋଳ କୃଷି ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଅଣ ଧାନ ଜାତୀୟ ବିହନ ପାଇପାରୁନାହାନ୍ତି ଚାଷୀ। ବାରମ୍ବାର କୃଷି କାର୍ଯ୍ୟାଳୟଠାରୁ ଆରମ୍ଭ କରି...

Coronavirus Update


Archives

Model This Week

Why Dharitri