ବରଗଡ଼ରେ ଅଲୋଡ଼ା ଶିଶୁକନ୍ୟା: ପ୍ଲାଷ୍ଟିକ୍‌ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଡ୍ରେନ୍‌ରୁ ଉଦ୍ଧାର

ବରଗଡ ଅଫିସ/ପଦ୍ମପୁର,୧୪।୧୨- ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ବରଗଡ଼ ଜିଲା ପଦ୍ମପୁର ୱାର୍ଡ ନଂ -୬ ଶାସ୍ତ୍ରୀଛକ ନିକଟ ସାହିର ଏକ ଡ୍ରେନ୍‌ ଭିତରୁ ଶନିବାର ସକାଳୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ସ୍ଥାନୀୟ ଜଣେ ଲୋକ ସକାଳୁ ନିତ୍ୟକର୍ମ ପାଇଁ ବାହାରିଥିବାବେଳେ ରାସ୍ତାକଡ଼ରେ ଥିବା ଡ୍ରେନ୍‌ରୁ ଶିଶୁ କାନ୍ଦୁଥିବା ଶୁଣିବାକୁ ପାଇଥିଲେ। ଫଳରେ ଡ୍ରେନ ପାଖକୁ ଯାଇଥିଲେ ଏବଂ ସେଠାରେ ଏକ ପ୍ଲାଷ୍ଟିକ୍‌ ଅଖା ଭିତରେ ଶିଶୁଟି ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ପାଇଥିଲେ। ଏହାପରେ ଅଖା ଖୋଲିଥିଲେ ଏବଂ ସେଥିରୁ ଶିଶୁକନ୍ୟାକୁ ବାହାର କରି ସ୍ଥାନୀୟ ଲୋକଙ୍କ ସହିତ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଶିଶୁକନ୍ୟାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଭଲ ହେବା ପରେ ସ୍ଥାନୀୟ ଜଣେ ଲୋକ ତାଙ୍କୁ ନିଜ ଘରକୁ ନେଇଥିବା ସୂଚନା ମିଳିଛି। ମାତ୍ର ଶିଶୁକନ୍ୟାଟି କାହାର ଏବଂ କେଉଁ ପରିସ୍ଥିତିରେ କିଏ ଶିଶୁକନ୍ୟାକୁ ଡ୍ରେନ ଭିତରକୁ ଫିଙ୍ଗି ଦେଇଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ କାୟା ବିସ୍ତାର କଲାଣି କରୋନା: ୪୨ ଅଞ୍ଚଳ ସଂକ୍ରମିତ ଚିହ୍ନଟ ପରେ ୧୨ ରାସ୍ତା ସିଲ୍‌

ବ୍ରହ୍ମପୁର ଅଫିସ ,୩।୭: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଲକ୍‌ଡାଉନ ଓ ଶଟ୍‌ଡାଉନ ପରି ପଦକ୍ଷେପ ନେଇଛନ୍ତି। ଗତ...

ସ୍କୁଲର କେୟାରଟେକରଙ୍କୁ ଦସ୍ତଖତ ଶିଖାଇଥିଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ସଂଘର୍ଷମୟ ଥିଲା। ୫ଦଶନ୍ଧି ତଳେ ରାଜ୍ୟର ଗମନାଗମନ କ୍ଷେତ୍ର ବିଶେଷ ନ ଥିବା ସତ୍ତ୍ୱେ...

ଫନୀ ମୁକାବିଲା ନେଇ ଓଡ଼ିଶାର ପ୍ରସ୍ତୁତିକୁ ଅମିତ୍‌ ଶାହାଙ୍କ ପ୍ରଶଂସା

ଭୁବନେଶ୍ୱର,୪ା୧(ବ୍ୟୁରୋ): ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ ଜାତିସଂଘ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଓଡିଶାର ପ୍ରସ୍ତୁତି ଉତ୍ତମ ବୋଲି...

ହସ୍ପିଟାଲ ପାଇଁ ନୂଆ ନିର୍ଦ୍ଦେଶନାମା: ପ୍ରତି ହସ୍ପିଟାଲରେ ସ୍ବତନ୍ତ୍ର ଫିଭର କ୍ଲିନିକ୍‌

ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାଖାପାଖି ପହଞ୍ଚତ୍ଥିବାବେଳେ ଏବେ ଏହି ଲଢ଼େଇରେ ସାମିଲ୍‌ ହୋଇଥିବା...

ଅବକାରୀ ଚଢାଉ, ୪ ଗିରଫ

ବଇଣ୍ଡା,୫।୧୦(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ଼ ଥାନା ତଲେଇପଥର ଓ ଖମାର ଗ୍ରାମରେ ଚଢାଉ କରାଯାଇ ୭୮ ଲିଟର ଚୋରା ଦେଶୀ ମହୁଲି...

ପିଆଜ ଦର ଏବେ ଆକାଶଛୁଆଁ : ଯୋଗାଣ ମନ୍ତ୍ରୀ କହିଲେ ଦୀପାବଳି ପର୍ଯ୍ୟନ୍ତ ଦାମ୍‌ ଉଚ୍ଚା ରହିବ

ଭୁବନେଶ୍ୱର,୨୨।୯(ବ୍ୟୁରୋ) : ପିଆଜ ଦର ଏବେ ଆକାଶଛୁଆଁ ହୋଇଛି। ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ପିଆଜ ବିକ୍ରି ହେଉଛି। ଯାହା...

କଟକଣା ପାଇଁ ରାମନବମୀ ପୂଜା ଫିକା: ୭ ଦିନ ପରିବର୍ତ୍ତେ ୨ ଘଣ୍ଟାରେ ପୂଜା ଶେଷ

ବନ୍ତ,୨ା୪(ଡି.ଏନ୍‌.ଏ.)-ଚଳିତ ବର୍ଷ କରୋନା କଟକଣା ପାଇଁ ବନ୍ତ ବ୍ଳକ ଟିଲୋ ମାଳିସାହି ଛକ ଠାରେ ନିରାଡମ୍ବର ସହକାରେ ରାମନବମୀ ପୂଜା ପାଳିତ ହୋଇଛି । ଦୀର୍ଘ...

CORONAVIRUS UPDATE: ପୁଣି ୯୯ କରୋନା ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଲା

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ସକାଳେ ଆଉ ୯୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ...

Advertisement
Archives

Model This Week