ବନ୍ୟାର ୩ମାସ ପରେ ବି ସୁଧୁରିନି ସ୍ଥିତି

ବଲାଙ୍ଗୀର ଅଫିସ/ପୁଇଁତଲା, ୨୦ା୧୧ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲାରେ ଗତ ଅଗଷ୍ଟ ମାସରେ ପ୍ରଳୟଙ୍କରୀ ବନ୍ୟା ବିତ୍ପାତ ଦେଖାଦେଇଥିଲା। ରାସ୍ତାଘାଟ ଧୋଇ ହୋଇଯିବା ସହ ଘରଦ୍ୱାର ଭାଙ୍ଗି ପ୍ରଭୁତ କ୍ଷୟକ୍ଷତି ହୋଇଥିଲା। ପୁଇଁତଲା ବ୍ଳକ ଭାଲେର ପଞ୍ଚାୟତ ଅନ୍ତର୍ଗତ ଫଟକରା (କ) ଗାଁରେ ବନ୍ୟା ଜଳ ପଶି ଯାଇଥିଲା। ରାସ୍ତାଘାଟ ଧୋଇ ହୋଇଯିବା ସହ ଚାଷଜମି ବାଲିଚର ହୋଇ ଯାଇଥିଲା। ଇତିମଧ୍ୟରେ ବନ୍ୟା ହେବାର ୩ ମାସରୁ ଉର୍ଦ୍ଧ୍ୱ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ସ୍ଥିତି ସଳଖିନାହିଁ। ଫଟକରା ଛକରୁ ଗାଁ ଭିତରକୁ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତାର ଲକ୍ଷ୍ମୀଯୋର ପୋଲ ପାଖ ରାସ୍ତାର ୫ ମିଟର ଧୋଇ ହୋଇଯାଇଥିଲା। ଏହାବାଦ୍‌ ଉକ୍ତ ରାସ୍ତାର ଗାଁ ମୁଣ୍ଡରେ ପ୍ରାୟ ୧୮ ଫୁଟର ଗଭୀର ଗର୍ତ୍ତ ଖୋଳି ସେଠାରେ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ଏହାବାଦ୍‌ ରାସ୍ତାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବର୍ଷାଜଳ କ୍ଷତିସାଧନ କରିଥିଲା। ବନ୍ୟା ପରେ କ୍ଷୟକ୍ଷତି ସମ୍ପର୍କରେ ପଞ୍ଚାୟତ ଓ ବ୍ଳକ କାର୍ଯ୍ୟାଳୟକୁ ଗ୍ରାମବାସୀ ସୂଚନା ଦେଇଥିଲେ। ପଞ୍ଚାୟତ ନାଏବ ସରପଞ୍ଚ ଶଙ୍କର ଜାଲ ଏହି ଗାଁର ହୋଇଥିବାରୁ ତାଙ୍କ ନେତୃତ୍ୱରେ ଗ୍ରାମବାସୀ ଶୀଘ୍ର ରାସ୍ତା ମରାମତି ପାଇଁ ଦାବି ଜଣାଇଥିଲେ। ମାତ୍ର ବନ୍ୟାର ଦୀର୍ଘ ୩ ମାସ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ସରପଞ୍ଚ, ବିଡିଓ, ତହସିଲଦାର, ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ କେହି କିଛି ବି ପଦକ୍ଷେପ ନେଲେନାହିଁ। ଫଳରେ ଏହି ଗାଁର ଧୋଇ ହୋଇଯାଇଥିବା ରାସ୍ତା ମରାମତି କରାଯାଇନାହିଁ। ମରାମତି ନ ହେବାରୁ ଗାଁ ଲୋକେ ହଇରାଣ ହରକତ ହେଉଛନ୍ତି। ସନ୍ଧ୍ୟା ପରେ ଏହି ରାସ୍ତାରେ ଯାତାୟାତ କରିବା ବିପଜ୍ଜନକ ହୋଇପଡିଛି। ଅନେକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଧୋଇହେବା ସହ ଅନେକ ଚାଷୀଙ୍କ ଜମିରେ ବାଲିଚର ହୋଇଯାଇ ଫସଲ ନଷ୍ଟ ହୋଇଛି। ଏବେ ଗ୍ରାମବାସୀ ତିଆରି କରିଥିବା ପାଦଚଲା ଅସ୍ଥାୟୀ ବାଟରେ ଗ୍ରାମବାସୀ ଯିବା ଆସିବା କରୁଛନ୍ତି। ପ୍ରଶାସନିକ ଅବହେଳାକୁ ଆଖି ଆଗରେ ରଖି ମଙ୍ଗଳବାର ଗାଁରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ତୁରନ୍ତ ରାସ୍ତା ମରାମତି କରା ନ ଗଲେ ଗ୍ରାମବାସୀ ଜିଲାପାଳ ଅଫିସ ଫେରାଉ କରିବେ ବୋଲି ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri