ବନ୍ୟାଞ୍ଚଳ ପରିଦର୍ଶନ କଲେ ଷ୍ଟେଟ୍‌ ୟୁଥ୍‌ ଓ୍ବେଲ୍‌ଫେୟାର ବୋର୍ଡର ସଭାପତି

କେଶିଙ୍ଗା, ୨୭।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେଶିଙ୍ଗା ବ୍ଲକର ୫ ପଞ୍ଚାୟତ ଗତ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଷ୍ଟେଟ୍‌ ୟୁଥ୍‌ ଓ୍ବେଲ୍‌ଫେୟାର ବୋର୍ଡର ସଭାପତି ବିଜୟ କୁମାର ନାଏକ, କଳାହାଣ୍ଡି ଜିଲା ପ୍ରକଳ୍ପ ଅଧିକାରୀ, କେଶିଙ୍ଗା ବିଡିଓ ଭୀମସେନ ଶବର ପ୍ରମୁଖ ମଙ୍ଗଳବାର ଉକ୍ତ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିବା ଜଣାପଡ଼ିଛି। ଏହି ଅବସରରେ ପଞ୍ଚାୟତ ସମିତି ସଭାଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସଭାପତି ପ୍ରକାଶ କରିଥିଲେ ଯେ, କେଶିଙ୍ଗା ବିଜୁ ବାହିନୀର ଅଗ୍ରଗତି ଏବଂ ବିଜୁ ବାହିନୀ ଦ୍ୱାରା ମୁଖ୍ୟମନ୍ତ୍ରୀ ବହୁ ଉପକୃତ ହୋଇଥିବାରୁ ପୁନର୍ବାର ବିଜୁ ବାହିନୀର କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ନାଏକଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି। ସଭାରେ ଜିଲା ପ୍ରକଳ୍ପ ଅଧିକାରୀ ଜ୍ଞାନରଞ୍ଜନ ଭଞ୍ଜଦେଓ, କେଶିଙ୍ଗା ବିଡିଓ ପ୍ରମୁଖ ନିଜସ୍ବ ମତ ପ୍ରକାଶ କରି ଗତ ବନ୍ୟାରେ କ୍ଷୟକ୍ଷତି ହୋଇଥିବା ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

ମା’ ସୁରେଶ୍ୱରୀଙ୍କ ଘାଟଯାତ୍ରା: ମାନସିକ ପୂରଣ ପରେ କୁକୁଡ଼ା-ବୋଦା ବଳି ଦେଲେ ଭକ୍ତ

ରିଷିଡ଼ା,୨୬ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ପୋରକେଲା ପଞ୍ଚାୟତ କୁନ୍ଦେଇପାଲିସ୍ଥିତ ତେଲନଦୀ ଛତିଘାଟ କୂଳରେ ମା’ ସୁରେଶ୍ୱରୀ ମନଖାଇଙ୍କ ଐତିହାସିକ ଘାଟ ଯାତ୍ରା ଓ ଡଙ୍ଗା…

ହଜିଥିବା ମୋବାଇଲ ହିତାଧିକାରୀଙ୍କୁ ହସ୍ତାନ୍ତର: ୬ ମାସରେ ମିଳିଲାଣି ୧୬୫ ମୋବାଇଲ

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ଘୁଙ୍ଗିଯୋର ପୋଲ ଉପରେ ୫ ଫୁଟ ବନ୍ୟାଜଳ: ବୀରମହାରାଜପୁର–ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୨୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଭୂତିଆପାଲି ଏବଂ ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ମଧ୍ୟରେ ପ୍ରବାହିତ ଘୁଙ୍ଗିଯୋରରେ ବନ୍ୟାଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri