ଆସିକା,୨ା୮(ଡି.ଏନ୍.ଏ.)- ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଭେଟନଈ ପଲ୍ଲୀମାଳ ନିକଟରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ ମହିଳା ଏଜେଣ୍ଟଙ୍କଠାରୁ ଲୁଟ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଆସିକାସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସର ଏଜେଣ୍ଟ ତଥା ଖୋର୍ଦ୍ଧା ଜିଲା ନାଚୁଣୀ ଅଞ୍ଚଳର ରୋଜି ବାରିକଙ୍କଠାରୁ ୧ଲକ୍ଷ ୪୮ ହଜାର ଟଙ୍କା ଲୁଟି ନେଇଛନ୍ତି। ରୋଜି ଭେଟନଈ ଅଞ୍ଚଳର ଜମାକାରୀଙ୍କଠାରୁ ଟଙ୍କା ସଂଗ୍ରହ କରି ସ୍କୁଟିରେ ଆସିକା ଫେରୁଥିଲେ। ୩ ଜଣ ଲୁଟେରା ପଲ୍ଲୀମାଳ ନିକଟରେ ରୋଜିଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଲୁଟି ଚମ୍ପଟ ମାରିଥିଲେ। ଏ ନେଇ ରୋଜି ଆସିକା ଥାନାରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ତେବେ ଲୁଟେରାଙ୍କ ସମ୍ପର୍କରେ ପୋଲିସକୁ କୌଣସି ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ଜୁଲାଇ ୬ରେ ଆସିକା ଥାନା ଅନ୍ତର୍ଗତ ଦେବଭୂମୀ-ରିଷିପୁର ରାସ୍ତାରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ ଏଜେଣ୍ଟ ଅଜିତ କୁମାର ସାହୁଙ୍କ ଠାରୁ ୨ଲକ୍ଷ ୪୭ହଜାର ଟଙ୍କା ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସୁରାକ ପାଇନି।
Posted inଆମ ଜିଲା ଖବର, ଗଞ୍ଜାମ View All

କୂଅରେ ପଡି ବାର୍ହା ମୃତ
ଛେଣ୍ଡିପଦା,୧୭।୯(ସ୍ବ.ପ୍ର)-ଛେଣ୍ଡିପଦା ଥାନା ଜରପଡା ବନାଞ୍ଚଳ ବସନ୍ତପୁର ଗ୍ରାମରେ ଥିବା ଏକ ଖୋଲା କୂଅରେ ଏକ ବାରହା ଖସିପଡ଼ି ମଙ୍ଗଳବାର ମୃତ୍ୟୁବରଣ କରିଛି। ବନବିଭାଗ ସୂତ୍ରରୁ ପ୍ରକାଶ,...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ବିଧାୟକ
ଗଞ୍ଜାମ,୧୩।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସୋମବାର ଗଞ୍ଜାମ ଏନଏସିରେ ଏହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ଶୁଭାରମ୍ଭ କରିଛନ୍ତି। ଏହା ସହ...

ୟୁଥ୍ ରେଡକ୍ରସ୍ର ଜିଲା କାର୍ଯ୍ୟକାରୀ ସମ୍ମିଳନୀ
ନୟାଗଡ଼ ଅଫିସ,୨୧ା୯: ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ୟୁଥ୍ ରେଡକ୍ରସ୍ର ଏକ ଜିଲାସ୍ତରୀୟ କାର୍ଯ୍ୟକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ମେଜର ମଞ୍ଜୁଶ୍ରୀ...
କଂଗ୍ରେସ ପକ୍ଷରୁ ମାସ୍କ, ଖାଦ୍ୟ ବଣ୍ଟନ
ବାଲେଶ୍ୱର ଅଫିସ, ୨୮।୪-ବାଲେଶ୍ୱର ଜିଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଫଳରେ ଲୋକଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ପିସିସି ସଭାପତି...

ମା’ ସମଲେଶ୍ୱରୀ ପୀଠରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ
ବରଗଡ଼ ଅଫିସ,୧୫ା୮ : ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଶନିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ଆସନ୍ତା ୨୨...
ମା’, ପୁଅଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା: ଜେଜେବିରେ ହାଜର ହେଲେ ନାବାଳକ
ବ୍ରହ୍ମପୁର ଅଫିସ,୨ା୨-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀରେ ରହୁଥିବା ମୀନାକ୍ଷୀ ମିଶ୍ର ଓ ତାଙ୍କ ପୁଅ ରାଜା ଓରଫ କୃତ୍ତିବାସ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ପୋଲିସ...

ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ଅଭିଯୋଗ
(ଦୀନେଶ କୁମାର ଦେହୁରୀ) ବନ୍ତଳା,୩ା୯ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଥିବା ଜଣେ ମହିଳା ମାଓବାଦୀଙ୍କୁ ଏଯାଏ ମିଳିନି ସମସ୍ତ ସରକାରୀ...

ଗଛରେ ଚଢ଼ି ମହୁ ସଂଗ୍ରହ କରୁଥିବା ବେଳେ ଖସିପଡ଼ି ଯୁବକଙ୍କ ଜୀବନ ଗଲା
ଠାକୁରମୁଣ୍ଡା,୨୯ା୫(ଡି.ଏନ୍.ଏ.): ରାତିରେ ଗଛରେ ଚଢ଼ି ମହୁ ସଂଗ୍ରହ କରି ତଳକୁ ଓହ୍ଲାଉ ଥିବା ବେଳେ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ...