ବନ୍ଧରେ ବୁଡ଼ି ଶିଶୁକନ୍ୟା ମୃତ

ହିଞ୍ଜିଳିକାଟୁ,୩୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମରେ ଶନିବାର ଅପରାହ୍ନରେ ବନ୍ଧରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ପଞ୍ଚାୟତ ସାହି ବନ୍ଧ ହୁଡ଼ାରେ ବାସ କରୁଥିବା ଶଙ୍କର ସେଠୀଙ୍କ ୩ ବର୍ଷର ଶିଶୁକନ୍ୟା ଶୁଭଶ୍ରୀ ଘର ସାମ୍ନାରେ ଖେଳୁଥିବାବେଳେ ଦୀର୍ଘ ସମୟ ଯାଏ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିଥିଲେ। ପରେ ବନ୍ଧ ଭିତରୁ ଶୁଭଶ୍ରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ମୃତଦେହ ଜବତ କରି କେସ ନଂ.୨୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛି। ବନ୍ଧକୁ ଲାଗି ସାହି ଥିବାବେଳେ ସୁରକ୍ଷାବାଡ଼ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନିୟମିତତା: କୂଅ ଖୋଳା ନାଁରେ ଲକ୍ଷାଧିକ ଟଙ୍କା ଚଳୁ

କୋଟପାଡ଼,୯ା୧(ଡି.ଏନ୍‌.ଏ.) କୋରାପୁଟ ଜିଲା କୋଟପାଡ଼ ବ୍ଲକ ଚିତ୍ରା ପଞ୍ଚାୟତ ମକାପୁଟ ଗ୍ରାମରେ ଗଭୀର କୂପ ଖୋଳା ନ ଯାଇ ହିତାଧିକାରୀଙ୍କ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଜିଲାପାଳଙ୍କ ନିକଟରେ...

କପିଳାସରେ ୫୦ ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ,୧୩ା୧୧- ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସଠାରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମଙ୍ଗଳବାର ପ୍ରବଳ ଜନ ସମାଗମ ଲାଗିରହିଥିଲା। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରାୟ ୫୦...

ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟ

ପୁରୀ ଅଫିସ,୯ା୪: ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଧିକ ସତର୍କ ହୋଇଯାଇଛି ଜିଲା ପ୍ରଶାସନ। ଆଗକୁ ଯେପରି ଏହି ସଂଖ୍ୟା ବୃଦ୍ଧି...

ଭଙ୍ଗାଗଲା ମଣିପୁର ଭବନ

ପୁରୀ ଅଫିସ, ୮ା୨: ଶ୍ରୀମନ୍ଦିର ଚୌହଦିରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏପ୍ରିଲ ସୁଦ୍ଧା ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନକ୍ସା ଚୂଡ଼ାନ୍ତ ହେବାକୁ ରହିଛି। ତେଣୁ...

ବାଇକ୍‌ରେ ଯାଉଥିବା ଯୁବତୀଙ୍କ ଉପରେ ପଡ଼ିଲା ଗଛ

ଲହୁଣୀପଡା,୧୯।୪: ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଖଣ୍ଡାଧାର ରାସ୍ତାର ମହୁଲତା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକରେ ଯାଉଥିବା...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଚାଞ୍ଚଲ୍ୟକର ବୟାନ ଦେଲେ ରାତି ଜଗୁଆଳି, କହିଲେ ରାତିରେ ସୌମ୍ୟଙ୍କ ଘରକୁ ଯାଆନ୍ତି ଡିଏଫ୍‌ଓ

ଗଜପତି,୪ା୯(ଡି.ଏନ୍‌.ଏ.): ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଯେତିକି ବିଳମ୍ବ ହେଉଛି ସେତିକି ଅଡୁଆ ବଢୁଛି। ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ଏବଂ ପରେ...

କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି, ୨୮।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ମାଓବାଦୀମାନେ ଜଣେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି। ସେ ହେଲେ ଛତିଶଗଡ ରାଜ୍ୟ...

ତାଳଚେରକୁ ଲାଭ ମିଳିଛି: କେନ୍ଦ୍ରମନ୍ତ୍ରୀ

ଅନୁଗୋଳ ଅଫିସ୍‌, ୨।୭  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁ ଖଣି ଖାଦାନ ଅଞ୍ଚଳ ଅନୁଗୋଳ ଓ ତାଳଚେରକୁ ଲାଭ ମିଳୁଛି। କୋଇଲା କ୍ଷେତ୍ରରେ...

Advertisement


Archives

Model This Week