ବନ୍ଦ ହେଲା ରାଜ୍ୟର ସମସ୍ତ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଏବଂ ପୋଲିସ ପକ୍ଷରୁ ବିିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଥିଲା କିନ୍ତୁ ରାଜ୍ୟରେ ଥିବା ପୋଲିସ ପ୍ରଶିକ୍ଷଣ ଶିବିରଗୁଡ଼ିକ ଖୋଲା ରହିଥିଲା। ପ୍ରଶିକ୍ଷଣ ଶିବିରଗୁଡିକରେ ଏକା ସାଙ୍ଗରେ ୩୦୦ରୁ ୫୦୦ ଅନ୍ତେବାସୀ ରହୁଥିବାରୁ ସଂକ୍ରମଣ ହେବାର ଆଶଙ୍କା ରହିଛି। ଶୁକ୍ରବାର ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ ଏକାଡେମୀ ସମେତ ରାଜ୍ୟରେ ଥିବା ଅନ୍ୟ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ ଏକାଡେମୀରେ ଏବେ ଏସ୍‌ଆଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୩୦୦ ଅଧିକାରୀ ପ୍ରଶିକ୍ଷଣ ନେଉଛନ୍ତି। ସେମାନଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସେମାନେ ଘର ପାଖ ଥାନାରେ କାର୍ଯ୍ୟ କରିବାକୁ କୁହାଯାଇଛି। ପୋଲିସ ପୋଷାକରେ ରହି କାର୍ଯ୍ୟ କରିବାକୁ କୁହାଯାଇଥିଲେ ମଧ୍ୟ ଷ୍ଟାର୍‌ ନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣେ ଅନ୍ତେବାସୀ ସୂଚନା ଦେଇଛନ୍ତି।
ଷ୍ଟେଟ୍‌ ପୋଲିସ ଏକାଡେମୀରେ ଏକା ସାଙ୍ଗରେ ୩୦୦ ଅଫିସରଙ୍କୁ ଟ୍ରେନିଂ ଦିଆଯାଉଥିବା ବେଳେ ଅନୁଗୋଳରେ ୫୦୦, ନୟାଗଡ଼ରେ ୩୦୦ ଏବଂ ଝାରସୁଗୁଡ଼ା ଟ୍ରେନିଂ ସେଣ୍ଟରରେ ୫୦୦ କର୍ମଚାରୀ ପ୍ରଶିକ୍ଷଣ ନେଉଥିଲେ। ଏହାଛଡା ପ୍ରତି ପୋଲିସ ଜିଲାରେ ୨ରୁ ୪ ଟି ବାରାକ୍‌ ରହୁଥିବାବେଳେ ପ୍ରତ୍ୟେକ ବାରାକ୍‌ରେ ଅତି କମ୍‌ରେ ୩୦୦ରୁ ଅଧିକ ଅନ୍ତେବାସୀ ରହୁଛନ୍ତି। ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ପାଇଁ ବାରାକ୍‌ ଖୋଲା ରଖାଯାଇଥିବା ବେଳେ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାସ୍ଥ୍ୟ, ଶିକ୍ଷା, କୃଷି ସବୁ କ୍ଷେତ୍ରରେ ସରକାର ବିଫଳ’

ଭୁବନେଶ୍ୱର,୩୧।୭(ବ୍ୟୁରୋ): ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ ସବୁକିଛି ବିପର୍ଯ୍ୟସ୍ତ। ରାଜ୍ୟରେ ପ୍ରାୟ ୩ ଲକ୍ଷ ପଦବୀ ଖାଲି ପଡ଼ିଛି। ୧୮୦୦ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି।...

ଆଉ ଏକ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟରେ ପୁଣି ଆଉ ଏକ ମୁଣ୍ଡ ନେଇଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଭୁବନେଶ୍ୱରର ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ପ୍ରାଣହାନୀ...

ଆଜି ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା

ସମ୍ବଲପୁର,୧୨ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଶୁକ୍ରବାର ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍‌ ଖୋଲାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୪ଟି ଗେଟ୍‌...

ଭାରତ-ଚାଇନା ସେନା ମୁହାଁମୁହି ଘଟଣା: ୨୦ ଶହୀଦଙ୍କ ମଧ୍ୟରୁ ୨ ଓଡ଼ିଆ

ଭୁବନେଶ୍ୱର, ୧୭।୬(ବ୍ୟୁରୋ): ଲଦାଖ ଗାଲଓ୍ବାନ ଭ୍ୟାଲିରେ ଭାରତ-ଚାଇନା ସେନା ମୁହାଁମୁହିଁ ଘଟଣାରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଯବାନ ଥିବା...

ରାୟଗଡାରେ ଡବଲ ମର୍ଡର

ରାୟଗଡା ଅଫିସ, ୧୫।୬- ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବଡକସାପାଡୁ ଗ୍ରାମରେ ସୋମବାର ଡବଲ ମର୍ଡର ହୋଇଛି। ଗୁଣିଗାରେଡିକୁ ସନ୍ଦେହ କରି ଏପରି ହତ୍ୟାକାଣ୍ଡ...

କୋର୍ଟଙ୍କ ଆଦେଶ ଜୁଡିସିଆଲ ଅଧିକାରୀ ମାନୁନାହାନ୍ତି

କଟକ ଅଫିସ,୪ା୮:କୋର୍ଟଙ୍କ ଆଦେଶକୁ ଜୁଡିସିଆଲ ଅଧିକାରୀ ମାନୁ ନ ଥିବା ନେଇ ମଙ୍ଗଳବାର ହାଇକୋର୍ଟରେ ଏକ ପିଟିଶନ ଦାଖଲ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ...

କୋର୍ଟରେ ହାଜର ହେଲେ ନାଗ ଦମ୍ପତି, ଖଗେଶ୍ୱର

ଭୁବନେଶ୍ୱର,୨୪।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାରେ ଅର୍ଚ୍ଚନା , ଗବନ୍ଧୁ ଓ ଖଗେଶ୍ୱର ମଙ୍ଗଳବାର ଭିସି ଜରିଆରେ ଖୋର୍ଦ୍ଧା ଜିଲା ଓ ଦୌରାଜଜଙ୍କ କୋର୍ଟରେ...

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ କିରାଣି

ଖଡିଆଳ,୩୦।୧୨(ଡି.ଏନ୍‌.ଏ.)- ଜମି ରେଜିଷ୍ଟ୍ରି କରିବା ନେଇ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୂଆପଡ଼ା ଜିଲା ଖଡିଆଳ ସବ୍‌ରେଜିଷ୍ଟାର ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣି...

Advertisement
Archives

Model This Week