ବନ୍ଦ ହେଲା ଟେଲିଭିଜନ ଲାଇଭ୍‌ ଶୋ’: ୨୫ କର୍ମଚାରୀ ପଜିଟିଭ

ଚେନ୍ନାଇ,୨୧।୪: ସାରା ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏବେ ଏହା ଚିନ୍ତାର କାରଣ ପାଲଟିଛି। ଗୋଟିଏ ଦିନ ପୂର୍ବରୁ ମୁମ୍ବାଇର ୫୩ ଗଣମାଧ୍ୟମ ପ୍ରତିନିଧି କରୋନାରେ ଆକ୍ରାନ୍ତ ଥିବା ଖବର ଆସିବା ପରେ ଏବେ ଚେନ୍ନାଇର ଏକ ତାମିଲ ଟେଲିଭିଜନ ଚ୍ୟାନେଲର ୨୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହା କରୋନା ଚିନ୍ତାକୁ ଦ୍ୱିଗୁଣିତ କରିଛି। ଏମାନଙ୍କ ମଧ୍ୟରେ ଖବରଦାତା, କ୍ୟାମେରାମ୍ୟାନ ଓ ଅନ୍ୟ କର୍ମଚାରୀ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଉକ୍ତ ଟେଲିଭିଜନ ଚ୍ୟାନେଲର ପାଖାପାଖି ୯୪ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏହାପରେ ୨୫ଜଣ କରୋନା ପଜିଟିଭ ଥିବା ଜଣାପଡିଛି। ଫଳରେ ଚ୍ୟାନେଲର ଲାଇଭ୍‌ ଶୋ’ ବନ୍ଦ ହେବା ସହ ଅନ୍ୟ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ମୁମ୍ବାଇର ୧୭୦ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କର ପଜିଟିଭ ଆସିଥିଲା। ଏହାକୁ ଦେଖିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରିବା ଆବଶ୍ୟକ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ଦେଢ ଲକ୍ଷ ଟଙ୍କାର ଚପଲ ପିନ୍ଧୁଛନ୍ତି ସୁକେଶ

ନୂଆଦିଲ୍ଲୀ,୨୩।୨: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ମାଣ୍ଡୋଲି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ସୁକେଶ ଚନ୍ଦ୍ରଶେଖରଙ୍କ କୋଠରୀରେ ଚଢାଉ କରାଯାଇଛି। ଏହି ସମୟରେ ଅଧିକାରୀମାନେ ତାଙ୍କ କୋଠରୀରେ...

ନନ୍ଦିଗ୍ରାମରୁ ପ୍ରାର୍ଥିପତ୍ର ଦାଖଲ କଲେ ଶୁଭେନ୍ଦୁ

କୋଲକାତା,୧୨ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସେଠାରେ ରାଜନିତୀ ବେଳକୁ ବେଳ ରୋମାଞ୍ଚକ ହେବାକୁ ଲାଗିଛି । ସେଠାରେ ବିଶେଷ ଭାବେ ତ୍ରୁଣ ମୂଳ...

ପ୍ରଣବ ମୁଖାର୍ଜୀ ଗୁରୁତର

ନୂଆଦିଲ୍ଲୀ, ୧୨ା୮: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ି ଥିବା ଜଣାପଡ଼ିଛି। ସେ ଏବେ ମିଲିଟାରି ହସ୍ପିଟାଲରେ...

ମାନିଲେ ରାଜନାଥ: ଚାଇନା ସହିତ ଆଲୋଚନାରେ ମିଳିନି ସମାଧାନ ସୂତ୍ର

ନୂଆଦିଲ୍ଲୀ,୩୦।୧୨: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ବିବାଦ ଜାରି ରହିଛି। ଏନେଇ ବହୁଥର ଆଲୋଚନା ହୋଇଛି। ତେବେ ଏସବୁ ଅସଫଳ ରହିଥିବା ସରକାର ମାନିଛନ୍ତି। ଦୁଇଦେଶ...

ସାମ୍ବାଦିକ ରବୀଶ କୁମାର ମାଗସେସେ ପୁରସ୍କାର ପାଇଁ ମନୋନୀତ

ନୂଆଦିଲ୍ଲୀ, ୨।୮: ଏସିଆର ନୋବେଲ ପୁରସ୍କାର କୁହାଯାଉଥିବା ରମନ ମାଗସେସେ ପୁରସ୍କାର ୨୦୧୯ ପାଇଁ ଭାରତୀୟ ସାମ୍ବାଦିକ ରବୀଶ କୁମାରଙ୍କ ସମେତ ଏସିଆର ୫ଜଣ ମନୋନୀତ...

ମୋଦି-ଟ୍ରମ୍ପ୍‌ଙ୍କ ସମ୍ମୁଖରେ ‘ଜୟ-ଜୟ କାରା’ ଗାନ କରିବେ କୈଳାଶ

ଅହମଦାବାଦ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ମୋଟେରା ଷ୍ଟାଡିୟମ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ...

କଂଗ୍ରେସ-ବାମପନ୍ଥୀ ଜାଣିଶୁଣି କରାଉଥିଲେ ଅନୁପ୍ରବେଶ: ଯୋଗୀ…

ଅଗରତାଲା,୭।୨ : ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଚାଲିଛି। ନିର୍ବାଚନ ପ୍ରଚାର ପାଇଁ ବଡ ନେତାମାନେ ରାଜ୍ୟ ଗସ୍ତ...

ହସ୍ପିଟାଲରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ, ୧୨ା୩: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ପେଟରେ ଯନ୍ତ୍ରଣା ହେବାରୁ ରବିବାର ତାଙ୍କୁ ଏଆଇଜି ସୁପରସ୍ପେଶିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ଦଳଙ୍କ...

Advertisement
Archives

Model This Week