ବନ୍ଦ ହେଲା ଜେଲ ଫାଟକ, ଲାଗିବ କ୍ୟାମେରା

ଅନୁଗୋଳ ଅଫିସ, ୧୦।୫ – ରାଜ୍ୟ ଜେଲ ବିଭାଗ ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ସମସ୍ତ ଜେଲ୍‌ ପାଇଁ ଜାରି କରିଥିବା କଟକଣା ଅନୁଗୋଳରେ ପାଳନ କରାଯାଉ ନ ଥିବା ଅଭିଯୋଗ ହୋଇଥିଲା। ଏ ନେଇ ‘ଧରିତ୍ରୀ’ରେ ଶୁକ୍ରବାର ଖବର ପ୍ରକାଶ ପରେ ଅନୁଗୋଳ ଜେଲ୍‌ କର୍ତ୍ତୃପକ୍ଷ ଚେତିଛନ୍ତି। ଏଣିକି କଏଦୀ କିମ୍ବା ବିଚାରାଧୀନ ବନ୍ଦୀଙ୍କ ସହ ସାକ୍ଷାତ କରିବାକୁ ଯାଉଥିବା ସମ୍ପର୍କୀୟମାନେ କଟକଣା ଅନୁଯାୟୀ କେବଳ ଭିଡିଓ କନଫରେନ୍ସିଂ ଜରିଆରେ ଦେଖାକରି ପାରିବେ। ଏଥିପାଇଁ ଜେଲ୍‌ରେ କ୍ୟାମେରା ଲଗାଯିବା ପାଇଁ ତାର ଟଣା ଯାଉଥିବା ବେଳେ ପରିସରକୁ ବାହାର ଲୋକ ଯେପରି ପଶି ନ ପାରିବେ ସେଥିପାଇଁ ଫାଟକ ବନ୍ଦ କରାଯାଇଛି। ତେବେ ନିର୍ଦ୍ଦେଶ ପାଳନ ନ ହେବା ଅଭିଯୋଗର ଅନୁଧ୍ୟାନ କରାଯିବ ବୋଲି ରାଜ୍ୟ ଜେଲ ବିଭାଗ ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଅନୁଗୋଳ କରାଗାର ସୁପରିଣ୍ଟେଣ୍ଡେଣ୍ଟ ସୁଚିତ୍ର ଦାସ କହିଛନ୍ତି, ଶୁଖିଲା ଖାଦ୍ୟ ଭିତରକୁ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ହୋଇନାହିଁ। ତେଣୁ ରନ୍ଧା ଖାଦ୍ୟ ନୁହେଁ କେବଳ ଶୁଖିଲା ଖାଦ୍ୟ ଛଡ଼ାଯାଉଥିବା ସେ କହିଛନ୍ତି। ତେବେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସାକ୍ଷାତ ପାଇଁ ମାସେ ତଳୁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ କାହିଁକି ବ୍ୟବସ୍ଥା କରା ନ ଯାଇ ପୂର୍ବପରି ସାକ୍ଷାତ ପାଇଁ ସମ୍ପର୍କୀୟଙ୍କୁ ସିଧାସଳଖ ଛଡ଼ାଯାଉଥିଲା ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କୁ ବସ୍‌ରେ ପଠାଇଲା ପୋଲିସ

ବରଗଡ଼ ଅଫିସ୍‌,୧୮।୫: ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରିରୁ ଚାଲି ଚାଲି ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ୨୦ ଜଣ ପ୍ରବାସୀ ଶ୍ରମିକଙ୍କୁ ରବିବାର ରାତିରେ ବରଗଡ଼ ଜିଲା ପୋଲିସ ଏକ...

ବ୍ରେକ୍‌ଫେଲ୍‌ ହୋଇ ନାଳକୁ ଓଲଟିଲା ଭ୍ୟାନ୍‌: ୩୦ ଗୁରୁତର

ବଇଣ୍ଡା,୬।୨(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ମଣ୍ଡାମ ନାଳ ତଳକୁ ରବିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ସମ୍ବଲପୁର ଜିଲା...

୧୮୧୭ ପାଇକ ବିଦ୍ରୋହ ଗବେଷଣା ଜରୁରୀ

ଖୋର୍ଦ୍ଧା ଅଫିସ,୧୮ା୯: ଖୋର୍ଦ୍ଧା କଳିଙ୍ଗ ପାଇକ ସଙ୍ଗଠନ ଆନୁକୂଲ୍ୟରେ ଭାରତ ସ୍ବାଧୀନତା ସଂଗ୍ରାମରେ ନବ ଉନ୍ମେଷ-ପାଇକ ବିଦ୍ରୋହ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ସଂସ୍କୃତି ଭବନ ପରିସରରେ...

ବ୍ୟକ୍ତିତ୍ୱକୁ ବିକାଶ କରେ ସଙ୍ଗୀତ

ସିମୁଳିଆ, ୧୧।୧୨-କଳା ମାଧ୍ୟମରେ ସମାଜ ଜୀବନକୁ ସରସ, ସୁନ୍ଦର କରି ଗଢ଼ିହେବ। ଏଭଳି ବିଶ୍ୱାସ ରଖି ଯନ୍ତ୍ର ସଙ୍ଗୀତ ଶିକ୍ଷାଲାଭ କରି ସାଧନା ଜାରି ରଖିବା...

ହସ୍ପିଟାଲରୁ ଚିକିତ୍ସାଧୀନ ଅବସ୍ଥାରେ କଏଦୀ ଫେରାର

ଝାରସୁଗୁଡ଼ା ଅଫିସ,୩୧ା୭: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବିଚାରାଧୀନ କଏଦୀ ଶନିବାର ବିଳମ୍ବିତ ରାତିରେ ଜେଲ ଓ୍ବାର୍ଡରକୁ ଚକମା ଦେଖାଇ କେଉଁଆଡ଼େ ଫେରାର...

୮ଦିନରେ ବଦଳିଗଲା ବ୍ଲଡ୍‌ଗ୍ରୁପ

ବୌଦ୍ଧ,୧୯।୬ (ସ୍ବ.ପ୍ର.): ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷାଗୁଡିକ ଖାମଖିଆଲିଭାବେ କରାଯାଉଛି। ଏହାର ଏକ ଉଦାହରଣ ଶନିବାର ଦେଖିବାକୁ ମିଳିଛି। ଏହି ହସ୍ପିଟାଲରେ ବୌଦ୍ଧ ବ୍ଲକ...

ଶ୍ରୀବିଗ୍ରହଙ୍କ ଚିତାଲାଗିରେ ତ୍ରୁଟି

ପୁରୀ ଅଫିସ,୧୩ା୨: ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକରେ ଲାଗିଥିବା ଚିତାରେ ରହିଛି ତ୍ରୁଟି। ସେବାୟତଙ୍କ ଖାମଖିଆଲି ଯୋଗୁ ଏପରି ହୋଇଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଶ୍ରାବଣ ମାସ ଅମାବାସ୍ୟା...

ଭାରସାମ୍ୟ ହରାଇ ଓଲଟିଲା ଧାନ ବୋଝେଇ ଟ୍ରକ

ଭଦ୍ରକ ଅଫିସ, ୧୨।୨: ଭଦ୍ରକ ଟାଉନ ଥାନା ଅର୍ନ୍ତଗତ ବାଇପାସ ଛକଠାରେ ରାସ୍ତା ଉପରେ ଏକ ଧାନ ବୋଝେଇ ଟ୍ରକ(ନମ୍ବର-ଓଆର୍‌୨୨ଏ୧୨୭୧) ଓଲଟି ପଡିଛି। ଟ୍ରକଟି ତିହିଡି...

Advertisement
Archives

Model This Week