‘ବନ୍ଦେ ଉତ୍କଳ ଜନନୀ’ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଆହ୍ବାନ

ବାଲେଶ୍ୱର ଅଫିସ, ୩୦।୫- କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ କରୋନା ବିରୋଧରେ ସଂଗ୍ରାମ ଉଦ୍ଦେଶ୍ୟରେ ୩୦ ତାରିଖ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ବୈଠକରେ ଅଧ୍ୟକ୍ଷତା କରି ଜିଲାରେ ପ୍ରତ୍ୟେକ ପଞ୍ଚାୟତ, ବ୍ଲକ ଓ ସହରାଞ୍ଚଳରେ ସୂଚାରୁ ରୂପରେ ତୁଲାଇବା ପାଇଁ ଗୁରୁତ୍ୱାରୋପ କରି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲାର ସମସ୍ତ ଜନସାଧାରଣ, ସରକାରୀ, ବେସରକାରୀ ଅନୁଷ୍ଠାନ, ଶିଳ୍ପ, ବାଣିଜ୍ୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ,ସ୍ବେଚ୍ଛାସେବୀ, ସମାଜସେବୀ ଅନୁଷ୍ଠାନର ସଦସ୍ୟାସଦସ୍ୟମାନଙ୍କୁ ସାମାଜିକ ଦୂରତା ବଜାୟ ରଖି ମାସ୍କ ପିନ୍ଧି ଏହି ସଙ୍ଗୀତ ଗାନ କରିବାକୁ ଅନୁରୋଧ କରାଯାଇଛି। ଠିକ୍‌ ସନ୍ଧ୍ୟା ୫ଟା ୩୦ମିନିଟ୍‌ ସମୟରେ ଯିଏ ଯେଉଁଠାରେ ଅଛନ୍ତି ସେହିଠାରେ ରହି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଉତ୍ସାହିତ କରିବେ। ଏଥିସହିତ ସଙ୍ଗୀତ ଗାନ ସମୟର ଭିଜୁଆଲ ନିଜ ମୋବାଇଲ ବା କ୍ୟାମେରାରେ ରେକର୍ଡ଼ିଂ କରି ଜିଲା ପ୍ରଶାସନର ଅବଗତି ନିମନ୍ତେ ହ୍ବାଟସ୍‌ଆପ ନମ୍ବର ୭୯୭୮୬ ୯୪୦୪୬ ମାଧ୍ୟମରେ ପଠାଇପାରିବେ। ବୈଠକର ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର, ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ଉପଜିଲାପାଳ ନୀଲୁ ମହାପାତ୍ର, ଅତିରିକ୍ତ ଜିଲା ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ପ୍ରକାଶ ବେହେରା, ଜିଲା ସଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସଙ୍ଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରକ୍ରିୟା ଆରମ୍ଭ : ଜିଏନ୍‌ପାଲମ୍‌, ପୁରୁଣା ଛତ୍ରପୁର ଗଁ। ମିଶିବାକୁ ରାଜି

ଛତ୍ରପୁର,୧୪ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଛତ୍ରପୁର ବ୍ଲକ ଅଧୀନ ଅଗସ୍ତିନୂଆଗଁ। ପଞ୍ଚାୟତ ଜିଏନ୍‌ପାଲମ୍‌ ଓ...

ମିଳୁନି ଆବଶ୍ୟକ କୋଇଲା: ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭ା୯(ନି.ପ୍ର.) ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ...

‘କୋଭିଡ୍‌ ପଜିଟିଭ୍‌ ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ’

ଭୁବନେଶ୍ୱର, ୨୫।୧ (ବ୍ୟୁରୋ): ରିପୋର୍ଟ କୋଭିଡ୍‌ ପଜିଟିଭ୍‌ ଆସିଲେ ହଠାତ୍‌ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଏଥିପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଟୋଲ୍‌ ଫ୍ରି ନମ୍ବର...

ଚିତ୍ରରେ ଶିମିଳିପାଳ ଅଭୟାରଣ୍ୟର ସୌନ୍ଦର୍ଯ୍ୟ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): କେତକୀ ଫାଉଣ୍ଡେଶନ୍‌ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ରାଷ୍ଟ୍ରୀୟ ଲଳିତ କଳା ଏକାଡେମି ପରିସରରେ ‘ଆଇ ଆମ୍‌ ୱିଥ୍‌ ନେଚର’ ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀ...

ମଦ କାରବାର ବନ୍ଦ ପ୍ରତିବାଦରେ ବିକ୍ଷୋଭ

ତାଳଚେର, ୧୨ା୬(ନି.ପ୍ର.): ତାଳଚେର ବ୍ଲକ କଣ୍ଡାଳ ପଞ୍ଚାୟତରେ ବେଆଇନ ମଦ କାରବାର ବନ୍ଦ କରାଯିବା ଦାବିରେ ବୁଧବାର ପଞ୍ଚାବାସୀ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ...

ବିବାହ ସରିଥିଲା, ଭୋଜି ପୂର୍ବରୁ ଚାଲିଗଲା ବରଙ୍କ ଜୀବନ

ବାଲେଶ୍ୱର ଅଫିସ,୩ା୩: ବିବାହ ସରିଥିଲା। ଭୋଜି ପାଇଁ ଘରେ ବନ୍ଧୁବାନ୍ଧବ ଆସି ପହଞ୍ଚିଥିଲେ। ମାତ୍ର ତା’ ପୂର୍ବରୁ ଘଟିଛି ଅଘଟଣ। ବିବାହ ଭୋଜି ଦିନ ହିଁ...

ଧାମରା ଥାନାରେ ଆଣ୍ଠୁଏ ପାଣି

ଚାନ୍ଦବାଲି, ୨।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତର ଶିଳ୍ପକ୍ଷେତ୍ର ଆଦାନୀ ପୋର୍ଟ ନିକଟରେ ନବନିର୍ମିତ ଧାମରା ଥାନା ବର୍ଷାଜଳରେ ଉବୁଟୁବୁ...

ସଙ୍କଟରେ ୟେଲୋ ମନିଟର ଲିଜାର୍ଡ

ଭୁବନେଶ୍ୱର,୧୬।୯(ବ୍ୟୁରୋ):  ଗୋଧି ଶିକାର ଚାଲିଛି। ଫଳରେ ଆଜି ଏହି ନିରୀହ ଭାରତୀୟ ବିଷହୀନ ସରୀସୃପ ଲୁପ୍ତ ପ୍ରାୟ ହେବାକୁ ବସିଲାଣି। ନିକଟରେ ପ୍ରକାଶିତ ଇଣ୍ଟରନ୍ୟାଶନାଲ ୟୁନିଅନ...

Advertisement
Archives

Model This Week