ବନ୍ତଳା ଜଙ୍ଗଲରେ ସନ୍ଦିଗ୍ଧଙ୍କ କ୍ୟାମ୍ପ

ବନ୍ତଳା,୧୨ା୧(ଡି.ଏନ.ଏ.)

ଅନୁଗୋଳ ଜିଲା ବନ୍ତଳା ଥାନା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗ୍ରାମ ଜଙ୍ଗଲ ଭିତରେ ହୋଇଥିବା ସନ୍ଦିଗ୍ଧଙ୍କ କ୍ୟାମ୍ପକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଗତ ୩ରୁ ୪ ଦିନ ହେଲା ୧୦ରୁ ଅଧିକ କ୍ୟାମ୍ପ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି। ସେଠାରେ ସମସ୍ତ ପ୍ରକାର ରାଶନ, ରୋଷେଇ ସାମଗ୍ରୀ ସହ ପାଣି, ଚାଉଳ ଆଦି ଗଚ୍ଛିତ ରଖାଯାଇଛି। କ୍ୟାମ୍ପ ସ୍ଥାନକୁ ପରିଷ୍କାର ସହ ବାଉଁଶରେ ଘର କରାଯାଇ ନୂଆ ଜରିପାଲ ଘୋଡ଼ାଯାଇଛି। କୌଣସି ସୂତ୍ରରୁ ଖବରପାଇ ବନ୍ତଳା ଥାନା ଆଇଆଇସି ଗୀତାଞ୍ଜଳି ସାହୁଙ୍କ ସମେତ ଫୋର୍ସ ଓ ବନ ବିଭାଗ କର୍ମଚାରୀମାନେ ଶୁକ୍ରବାର ଅପରାହ୍ନରେ ଘଟଣାସ୍ଥଳକୁ ଯାଉଥିଲେ ହେଁ କିଛି ଦୂରରୁ ପଳାଇ ଆସିଥିଲେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୨୦ରୁ ୩୦ ଜଣ ସନ୍ଦିଗ୍ଧ ସେଠାରେ ରହୁଛନ୍ତି। ଦିନବେଳା କେଉଁଆଡ଼େ ପଳାଉଥିବା ବେଳେ ରାତିରେ କ୍ୟାମ୍ପକୁ ଫେରୁଛନ୍ତି। ଅତୀତରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ମାଓବାଦୀଙ୍କ ଚଳପ୍ରଚଳର ପ୍ରମାଣ ମିଳିଥିବାରୁ ସନ୍ଦିଗ୍ଧମାନଙ୍କ ଏପରି କ୍ୟାମ୍ପକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଉକ୍ତ ସ୍ଥାନରୁ ୫ କିଲୋମିଟର ଦୂରରେ ବାରଗୌଣିଆ, ଭୁବନପୁର, ନୂଆ ରାଇଗୁଡ଼ା ଓ ତଳଗଡ଼ ଗ୍ରାମ ରହିଛି। ଅନ୍ୟପଟ ପାହାଡ଼ ପାର୍ଶ୍ୱରେ ସାତକୋଶିଆ ଅଭୟାରଣ୍ୟ ଓ ରାଇଗୁଡ଼ା ଜଙ୍ଗଲ ହୋଇଥିବାରୁ ସନ୍ଦିଗ୍ଧମାନେ ହାତୀ କିମ୍ବା ଅନ୍ୟ ବନ୍ୟଜନ୍ତୁ ଶିକାରୀ ହୋଇଥିବା ସନ୍ଦେହ କରାଯାଉଛି। ତୁରନ୍ତ ଏ ନେଇ ତଦନ୍ତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ବନ୍ତଳା ଥାନା ଆଇଆଇସି ଗୀତାଞ୍ଜଳି ସାହୁ କୁହିଛନ୍ତି, ଖବର ପାଇଛୁ। ଘଟଣାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri