ବନ୍ତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ: ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି

ବନ୍ତ,୨୮।୪(ଡି.ଏନ୍‌.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକରେ ମଙ୍ଗଳବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି। ଚାରିଗାଁ ଗ୍ରାମରେ ସମ୍ପୃକ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଉକ୍ତ ଗ୍ରାମକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ସକାଳେ ବିଡିଓ ରେବେକା ବିଲୁଙ୍ଗ, ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ, ଆଗରପଡ଼ା ଥାନାଧିକାରୀ ସୁକାନ୍ତୀ କେରେଇ, ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା, ସରପଞ୍ଚ ବନମାଳୀ ବେହେରା ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଗ୍ରାମର ସମସ୍ତ ପ୍ରବେଶ ପଥ ସମେତ ଦୋକାନ ବଜାରକୁ ବନ୍ଦ କରିଦିଆଯାଇଛି। ଜିଲା ପ୍ରଶାସନଠାରୁ ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ କହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତର କୋଲକାତା ଲିଙ୍କ୍‌ ଥିବା ଜଣାଯାଇଛି। ସେ କୋଲକାତାର ଏକ ପ୍ଲାଷ୍ଟିକ୍‌ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ଗତ ମାର୍ଚ୍ଚ ୨୭ରେ ଘରକୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁର, କଳାହାଣ୍ଡିରେ ଭୂକମ୍ପ

ନବରଙ୍ଗପୁର,୩ା୩(ଡି.ଏନ୍‌.ଏ.): ନବରଙ୍ଗପୁର ଏବଂ କଳାହାଣ୍ଡିରେ ଗୁରୁବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ୬ ରୁ...

ମାଛକୁଣ୍ଡ ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ଉତ୍ପାଦନ ୩ ଦିନ ବନ୍ଦ ରହିବ

କୋରାପୁଟ,୧୯।୫(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକର ଅନକାଡେଲିଠାରେ ଥିବା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ୩ ଦିନ ବନ୍ଦ ରଖିବା ପାଇଁ ପ୍ରକଳ୍ପ କର୍ତ୍ତପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ...

ବିଗୁଡ଼ୁଛି ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି: ସଙ୍କଟରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା; ଉଦ୍‌ବେଗ ପ୍ରକାଶ କଲେ ବୁଦ୍ଧିଜୀବୀ

ପୁରୀ ଅଫିସ,୬।୩: ୟେସ୍‌ ବ୍ୟାଙ୍କ ଏବେ ଦେବାଳିଆ ପରିସ୍ଥିତିରେ ପହଞ୍ଚିଛି। ଏହି ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କାର ଜମାପାଣ୍ଠି ରହିଥିବାରୁ ଏହି ଟଙ୍କାର...

ଛାତ୍ରୀ ନିର୍ଯାତନା ଘଟଣା: ଡିସିପିଓ-କନ୍ୟାଶ୍ରମ ଅଧ୍ୟକ୍ଷା କାଦୁଅଫିଙ୍ଗା

ଅନୁଗୋଳ ଅଫିସ, ୬।୧: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ କ୍ଷୀରୋଦବାସିନୀ କନ୍ୟାଶ୍ରମରେ ଦୁଇ ଅନ୍ତେବାସୀ ଭଉଣୀଙ୍କୁ ନିର୍ଯାତନା ଦିଆଯିବା ଅଭିଯୋଗ ଘଟଣାରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା।...

ଜାନୁୟାରୀ ୧୫ ସୁଦ୍ଧା ପ୍ରଥମ ଡୋଜ୍‌ ସାରିବାକୁ ଲକ୍ଷ୍ୟ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର,୨୪।୧୨(ବ୍ୟୁରୋ): ରାଜ୍ୟରେ ଏବେ ଘରକୁ ଘର ଟିକାକରଣ ଜାରି ରହିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୪ କୋଟି ୮୨ ଲକ୍ଷ ଟିକା ଦିଆସରିଥିବା ବେଳେ...

ଆଜି ସାବିତ୍ରୀ ବ୍ରତ, ବିଭିନ୍ନ ମନ୍ଦିରରେ ପ୍ରବଳ ଭିଡ଼

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଆଜି ହେଉଛି ସାବିତ୍ରୀ ଅମାବାସ୍ୟା। ଏହି ଉପଲକ୍ଷେ ସକାଳୁ ରାଜଧାନୀର ବିଭିନ୍ନ ମନ୍ଦିରରେ ମହିଳାମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଓଡ଼ିଆ ଘରର ପରମ୍ପରା ଅନୁଯାୟୀ,...

ସରଗରମ ହେଲାଣି ପ୍ରଚାର

ବାରିପଦା ଅଫିସ,୧୧ା୩ ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ନିର୍ବାଚନ ସରଗରମ ହେବାରେ ଲାଗିଲାଣି। ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ୧୭ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ନିମନ୍ତେ...

ଦୁର୍ଗମ ଅଞ୍ଚଳରେ ଚାଲିଥିଲା ମଦ ଭାଟି: ଅବକାରୀ ବିଭାଗର ଚଢ଼ାଉ, ଦୁଇ ଗିରଫ

ଦିଗପହଣ୍ଡି,୩୦।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବିଛାପାଟ ଗ୍ରାମ ନିକଟ ଦୁର୍ଗମ ଅଞ୍ଚଳରେ ଚାଲିଥିବା ବେଆଇନ ଦେଶୀ ମଦଭାଟି ଉପରେ ଗୁରୁବାର...

Advertisement
Archives

Model This Week