ବନ୍ତରେ କଟକଣା କଡ଼ାକଡ଼ି

ବନ୍ତ,୨୯।୪(ଡି.ଏନ୍‌.ଏ./ସ୍ବ.ପ୍ର.)-ମଙ୍ଗଳବାର ଭଦ୍ରକ ଜିଲା ବନ୍ତ ବ୍ଲକରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି। ଚାରିଗାଁ ଗ୍ରାମରେ ସମ୍ପୃକ୍ତ ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଥିବାରୁ ଉକ୍ତ ଗ୍ରାମକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି ା ସକାଳେ ବିଡିଓ ରେବେକା ବିଲୁଙ୍ଗ, ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ, ଆଗରପଡା ଥାନାଧିକାରୀ ସୁକାନ୍ତୀ କେରେଇ, ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା, ସରପଞ୍ଚ ବନମାଳୀ ବେହେରା ଉକ୍ତ ଗ୍ରାମରେ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଥିଲେ ା ଗ୍ରାମର ସମସ୍ତ ପ୍ରବେଶ ପଥ ସମେତ ଦୋକାନ ବଜାର ବନ୍ଦ କରିଦିଆଯାଇଛି ା ଜିଲା ପ୍ରଶାସନଠାରୁ ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ତହସିଲଦାର କିସ୍କୁ କହିଛନ୍ତି ା ସମ୍ପୃକ୍ତ ଆକ୍ରାନ୍ତଙ୍କର କୋଲକାତା ସହ ଲିଙ୍କ୍‌ ଥିବା ଜଣାଯାଇଛି ା କୋଲକାତାର ଏକ ପ୍ଲାଷ୍ଟିକ୍‌ କମ୍ପାନୀରେ ସେ କାର୍ଯ୍ୟ କରୁଥିବା ବେଳେ ଗତ ମାର୍ଚ୍ଚ ୨୭ରେ ଘରକୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିବା ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଦ୍ୱାରା ଛତ୍ରପୁର ମହୋତ୍ସବ ଉଦଘାଟିତ, ମନ ମୋହିଲା ଅନ୍ତରା-ଅନୁରାଗଙ୍କ ଗୀତ

ଛତ୍ରପୁର,୨ା୬(ଦିଲ୍ଲୀପ ସାମଲ) : ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଉଠୁଛି ପଡୁଛି ଛତ୍ରପୁର ସହର । ଜନ ଗହଳି ସାଙ୍ଗକୁ ଆଲୋକ…

ସୌରଚାଳିତ ପ୍ରକଳ୍ପ ଅଚଳ, ଚୁଆପାଣି ଭରସାରେ ଲେଞ୍ଜିଗୁଡ଼ା ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଖରା ଦିନର ଗ୍ରୀଷ୍ମ ପ୍ରକୋପ ଚର୍ଚ୍ଚା ସବୁଆଡେ ଥିବା ବେଳେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ଚାଟୁଆ ପଞ୍ଚାୟତ ଲେଞ୍ଜିଗୁଡ଼ା ଗ୍ରାମରେ…

ପ୍ରଶଂସା ସାଉଁଟିଲେ ସୁଲୋଚନା: ଦୀର୍ଘ ୩୭ ବର୍ଷ ଶିକ୍ଷାଦାନ କରି ଶେଷରେ….

ମହାକାଳପଡ଼ା, ୨ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାୟାବାବା କଲେଜ ଅଧ୍ୟକ୍ଷା ପଦରୁ ମେ ୩୧ରେ ପ୍ରାଧ୍ୟାପିକା ସୁଲୋଚନା ଦାଶ ଅବସରଗ୍ରହଣ କରିଛନ୍ତି। ଏହା ପରେ…

ଭାଲୁଡୁଙ୍ଗୁରୀ ୟୁପି ସ୍କୁଲରୁ ବ୍ୟାପକ ଚୋରି, ରାତି ଅଧରେ କବାଟ ଭାଙ୍ଗି ନେଇଗଲେ…

ଅମରପାଲି,୨।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡ଼ୁଙ୍ଗୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସୋମବାର ରାତିରେ ବ୍ୟାପକ ଜିନିଷ ଚୋରି ହୋଇଥିବା ଅଭିଯୋଗ…

ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ: ଟୋକନ ସମସ୍ୟାର ସମାଧାନ ନ ହେଲେ…

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଅନ୍ୟବର୍ଷ ଅପେକ୍ଷା ଏଥର ଧାନବିକ୍ରି ଟୋକନରେ ହୋଇଥିବା ଅନିୟମିତତା ଚାଷୀଙ୍କୁ ଅଡୁଆରେ ପକାଇ ଦେଇଛି। ଅନେକ…

ମଣ୍ଡିରୁ ଉଠୁନି ଧାନ,ଚାଷୀଙ୍କ ରାସ୍ତାରୋକୋ: ଅଟକି ରହିଛି ଶହ ଶହ ଯାନବାହନ

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ):ଧାନ ବିକ୍ରି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ମଙ୍ଗଳବାର ସକାଳୁ କଳାହାଣ୍ଡି ଜିଲା ମୋଟର -ଜୟପାଟଣା ମୁଖ୍ୟ ରାସ୍ତା ବଡକୁଟରୁ ଛକ ନିକଟରେ ସ୍ଥାନୀୟ ଚାଷୀ…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଶୈବପୀଠକୁ ୨ କୋଟି ଟଙ୍କା ମଞ୍ଜୁର: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମାସ୍ଥିତ ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨କୋଟି ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri