ବନସ୍ତେ ଡାକିଲା ଗଜ…

ଉତ୍ସବ ମୁଖର କେନ୍ଦୁଝର

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝରର ସଂସ୍କୃତି ସହ ରଜ ଓତଃପ୍ରୋତ ଭାବେ ଜଡ଼ିତ। ଏଥିଲାଗି ପିଲାଠୁ ବୁଢ଼ାଯାଏ ସମସ୍ତଙ୍କ ମନରେ ଭରିଥାଏ ଉନ୍ମାଦନା।ନୂଆ ବସ୍ତ୍ର ପିନ୍ଧି ପିଠାପଣା ଖାଇ ଦୋଳି ଖେଳି ଓ ନାଚଗୀତ କରି ରଜ ପାଳିଥାନ୍ତି।

‘ବନସ୍ତେ ଡାକିଲା ଗଜ, ବରଷକୁ ଥରେ ଆସିଛି ରଜ, ଆସିଛି ରଜଲୋ ଘେନି ନୂଆ ସଜବାଜ’। ହଁ ଆଜି ପହିଲି ରଜ। କୃଷିଭିତ୍ତିକ ଏହି ପର୍ବକୁ ଗଁ।ଠୁ ସହର ପ୍ରତିଟି ଓଡ଼ିଆ ପରିବାର ପାଳିଥାନ୍ତି। ବିଶେଷକରି କେନ୍ଦୁଝର ଜିଲାରେ ରଜ ପର୍ବ ନିଆରା ଢଙ୍ଗରେ ପାଳିତ ହୋଇଥାଏ।
ଆଦିବାସୀ ଅଧ୍ୟୁଷିତ କେନ୍ଦୁଝରର ସଂସ୍କୃତି ସହ ରଜ ଓତଃପ୍ରୋତ ଭାବେ ଜଡ଼ିତ। ପୂର୍ବରୁ ଜିଲାରେ ୩ରୁ ୭ ଦିନ ଧରି ପାଳିତ ହେଉଥିଲା ଏହି ପର୍ବ। ଏହି ଦିନଗୁଡିକରେ ନୂଆ ବସ୍ତ୍ର ପିନ୍ଧି ପିଠାପଣା ଖାଇ ଦୋଳି ଖେଳି ଓ ନାଚଗୀତ କରି ରଜ ପାଳିଥାନ୍ତି। ପିଲାଠୁ ବଡ଼ ଯାଏ ସମସ୍ତଙ୍କ ମନରେ ଭରିଦିଏ ଉନ୍ମାଦନା। ଏହି ଦିନରେ ପରିବାର ଲୋକେ ଯେଉଁଠି ବି ଥାଆନ୍ତୁନା କାହିଁକି ଏକାଠି ହୋଇଥାନ୍ତି ବୋଲି ବରିଷ୍ଠ ଅଧ୍ୟାପକ ଡ. ଅନିଲ କୁମାର ଦାସ କୁହନ୍ତି।
‘ବିଶେଷକରି ରଜ ପର୍ବ ମହିଳାମାନଙ୍କ ଆନନ୍ଦର ପର୍ବ। ମହିଳାମାନେ ଏହି ତିନିଦିନ ଘରର କୌଣସି କାମ କରନ୍ତି ନାହିଁ। ଏଣୁ ଏଥିପାଇଁ ପୂର୍ବରୁ ପିଠାପଣା ଆଦିର ବ୍ୟବସ୍ଥା କରିଥାନ୍ତି। ଏପରି କି ଆଗରୁ ପାଣି ମଧ୍ୟ ସଂଗ୍ରହ କରିଥାନ୍ତି। ରଜରେ ନୂଆ ଲୁଗା ପିନ୍ଧି, ଗୋଡ଼ରେ ଅଳତା ଲଗାଇ ଆଉ ଓଠକୁ ଲାଲ୍‌ କରିବା ପାଇଁ ଖିଲିପାନ ଖାଇ ପୁଚି, ବାଗୁଡି ଆଦି ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି ନୃତ୍ୟଗୀତ ଗାଇ ଦୋଳି ଖେଳରେ ମଜ୍ଜିଯାଆନ୍ତି ବୋଲି କୁହନ୍ତି ବରିଷ୍ଠ ସାହିତି୍ୟକ ରାମକୃଷ୍ଣ ମହାପାତ୍ର।
କାଠରେ ଦୋଳି ନିର୍ମାଣ କରାଯାଇଥାଏ। ‘ଆଗରୁ ପ୍ରତ୍ୟେକ ଗ୍ରାମର ଆମ୍ବତୋଟା ବା ଘରେ ଘରେ ଦୋଳି ହେଉଥିଲା। କିନ୍ତୁ ଜଙ୍ଗଲ ଧ୍ୱଂସ ପାଇବା ଯୋଗୁ ଏହି ପର୍ବ ଆଗଭଳି ପାଳନ ହୋଇପାରୁନାହିଁ ା ଏହାର ସ୍ବରୂପ ବଦଳିଯାଇଛି ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା କହିଛନ୍ତି। ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ପୁଟୁଳିଆ, ବୀଣାଝରି, ବିସ୍ତାପାଳ, ଜଳବଙ୍ଗ, ସୀତାବିଞ୍ଜ ଭଳି କେତେକ ଗ୍ରାମ ତଥା ଆନନ୍ଦପୁର ଅଞ୍ଚଳରେ ସ୍ଥାନୀୟ ସଙ୍ଗଠନ ଉଦ୍ୟମରେ ମେଳା ଆୟୋଜନ କରାଯାଉଛି। ବିଭିନ୍ନ ପ୍ରକାର ଦୋଳି ସହିତ ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ସେହିପରି ଜିଲାର ଗୋବର୍ଦ୍ଧନ, ଜାମୁଜୋଡି, ପଟିଲୋ, ବଲାଣୀପଶି, ଜଘିଂରା, ଚମ୍ପୁଆ, ଉଖୁଣ୍ଡା, ଜାଲି, ନୟାଗଡ଼ ଆଦି ଗ୍ରାମରେ ରଜ ପର୍ବ ଧୁମ୍‌ଧାମ୍‌ରେ ପାଳନ ହେଉଛି।
ସେହିପରି ସଦର ବ୍ଲକର ପୁଟୁଳିଆର ବୃହତ୍‌ ରାମଦୋଳି, ଘଟଗାଁ ବ୍ଲକର ବୀଣାଝରିରେ ବହୁ କିସମର ଦୋଳି ଅନେକଙ୍କୁ ଆକୃଷ୍ଟ କରିଥାଏ। ସେଠାରେ ଦୋଳିଖେଳ ସାଙ୍ଗକୁ ବିଭିନ୍ନ ପ୍ରକାର ରଜଗୀତ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ତାସ୍‌, ଲୁଡୁ, ବାଗୁଡି ଆଦି ଖେଳ ପ୍ରତିଯୋଗିତା ହୋଇଥାଏ। ସଦର ବ୍ଲକର ବିସ୍ତାପାଳରେ ଆଦିବାସୀ ସଂପ୍ରଦାୟର ମହିଳା ଓ ପୁରୁଷଙ୍କ ରାତିତମାମ ନୃତ୍ୟଗୀତ, ସଦର ବ୍ଲକର ଜଳବଙ୍ଗରେ ରଜବତୀ ବିବାହ ନିଆରା ପରମ୍ପରା ବହୁ ବର୍ଷରୁ ଚାଲିଆସୁଛି। ମାଟିରେ ରଜବତୀ ଓ ବର ମୂର୍ତ୍ତି ତିଆରି କରି ମହିଳାମାନେ ପାରମ୍ପରିକ ରୀତିନୀତିରେ ବାହାଘର କରିଥାନ୍ତି, ଯାହାକୁ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଜମେ। ସେହିପରି ଜିଲାର ପୌରାଣିକ ପୀଠ ସୀତାବିଞ୍ଜରେ ଏହି ଦିନରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମେ।ଦୋକାନ ବଜାର ଓ ମୀନାବଜାର ବସେ। ଯଦିଓ ଏଠାରେ ଦୋଳିର ବ୍ୟବସ୍ଥା ନାହିଁ, ତଥାପି ଏହି ପୀଠକୁ ଲୋକେ ମାତା ସୀତା, ଲବ ଓ କୁଶଙ୍କ ପ୍ରସ୍ତର ମୂର୍ତ୍ତି ଦର୍ଶନ କରିବାକୁ ଆସିଥାନ୍ତି।
-ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?