ବନବିଭାଗ ପକ୍ଷରୁ ସହାୟତା

ଜଳେଶ୍ୱର, ୧୦।୬(ସ୍ବ.ପ୍ର)-ବିଳମ୍ବରେ ହେଲେ ମଧ୍ୟ ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ରାଇବଣିଆ ଥାନା ଶ୍ୟାମନଗର, କାଳିକ, ରାଇବଣିଆ, ସର୍ଦ୍ଦାରବନ୍ଧ, ବରଡିହା, କଳମା ପଞ୍ଚାୟତରେ ପ୍ରାୟ ୫୦ଏକର ଜମିର ଫସଲ ଏବଂ ୮୦ଟି ଘର ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ବନବିଭାଗ ଓ ରାଜସ୍ବ ବିଭାଗ ମିଳିତ ଭାବେ କ୍ଷୟକ୍ଷତିର ଆକଳନ କଲା ପରେ ଆର୍ଥତ୍କ ଅନୁଦାନ ସହାୟତା କରାଯାଇଛି ବୋଲି ଜଳେଶ୍ୱର ରେଞ୍ଜ ଅଫିସର ସରୋଜ କୁମାର ମହାନ୍ତି କହିଛନ୍ତି।
ରାଇବଣିଆ ଅଞ୍ଚଳର ୧୨୧ଜଣ ବ୍ୟକ୍ତିଙ୍କର ୪୨ ଏକର ୫୬ ଡିସିମିଲ ଜମିର ଫସଲ ହାତୀମାନେ ନଷ୍ଟ କରିଥିଲେ। ସରକାରଙ୍କ ନୀତି ନିୟମ ଅନୁଯାୟୀ ଏକର ପିଛା ୧୦ହଜାର ଟଙ୍କା କ୍ଷତିପୂରଣ ବାବଦରେ ଦେବାକୁ ଥିବାରୁ ମୋଟ ୪ଲକ୍ଷ ୨୫ହଜାର ୬ଶହ ଟଙ୍କା କ୍ଷତିଗ୍ରସ୍ତ ଚାଷୀକୁ ବ୍ୟାଙ୍କ ପାସ୍‌ବୁକ୍‌ରେ ଜମା କରାଯାଇଛି ା ରାଇବଣିଆ ଥାନା ଅନ୍ତର୍ଗତ ଶ୍ୟାମନଗର ପଞ୍ଚାୟତର ଘାସିପଡ଼ା ଗାଁର ବାହାଦୁର ମାରାଣ୍ଡିକୁ ଏକ ଦନ୍ତା ଦଳି ମାରିଥିବାରୁ ତାଙ୍କ ବିଧବା ପନତ୍ୀ ଆଲାଦି ମାରାଣ୍ଡିଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦିଆଯାଇଛି। ୧୦ଟି ସମ୍ପୂର୍ଣ୍ଣ ଘର ଭାଙ୍ଗିଯାଇଥିବାରୁ ୧୦ହଜାର ଲେଖାଏଁ ୧ଲକ୍ଷ ଟଙ୍କା ଓ ୩୫ଟି ଆଂଶିକ ଗୃହ ଭାଙ୍ଗିଥିବା ବାବଦକୁ ୨ହଜାର ଟଙ୍କା ଲେଖାଏଁ ୭୦ହଜାର ଟଙ୍କା ପ୍ରଦାନ କରାଯାଇଥିବା ରେଞ୍ଜର ମହାନ୍ତି କହିଛନ୍ତି। ଚେକ୍‌ ଓ ଆର୍ଥତ୍କ ସହାୟତା ପ୍ରଦାନ ବେଳେ ସରପଞ୍ଚ ପ୍ରତିନିଧି ଚନ୍ଦନ ପାତ୍ର, ନାଏବ ସରପଞ୍ଚ ସୁରେନ୍‌ ମୁର୍ମୁ, ଫରେଷ୍ଟର ତପନ ସିଂ, ଲୁସୁ କିସ୍କୁ ଓ ଗ୍ରାମ୍ୟ ମୁଖ୍ୟ ସୁରେଶ ମହନ୍ତ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଟିକାକୁ ସ୍ବାସ୍ଥ୍ୟକର୍ମୀଙ୍କ ନା’

ଖୋର୍ଦ୍ଧା ଅଫିସ,୧୩ା୧: ରାଜ୍ୟରେ ଆସନ୍ତା ୧୬ ତାରିଖରୁ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ସ୍ବତନ୍ତ୍ର ବିମାନ ଯୋଗେ ଟିକା ଭୁବନେଶ୍ୱରରେ ପହଞ୍ଚିିଛି। ମଙ୍ଗଳବାର ମଧ୍ୟରାତ୍ରିରୁ...

କୂଅରେ ପୋତି ହୋଇଗଲେ ଶ୍ରମିକ

କାମାକ୍ଷାନଗର, ୭।୪(ଡି.ଏନ.ଏ.): ଖୋଳାଯାଉଥିଲା କୂଅ। ମାଟି ବାହାର କରିବାକୁ ଭିତରକୁ ପଶିଥିବାବେଳେ ହଠାତ୍‌ ଖସିପଡ଼ିଲା ଅତଡ଼ା। ଏଥିରେ ପୋତି ହୋଇ ରହିଗଲେ ଶ୍ରମିକ। ଜେସିବି ସହାୟତାରେ...

ଅତ୍ୟାଧୁନିକ ପୋଷାକ ଶୋ’ରୁମ୍‌ ଉଦ୍‌ଘାଟିତ

ତାଳଚେର, ୨୬ା୮(ନି.ପ୍ର.)  ଗଣେଶ ପୂଜା ଅବ୍ୟବହିତ ପୂର୍ବରୁ ତାଳଚେର ହାଣ୍ଡିଧୂଆଁ ଛକ ନିକଟରେ ରବିବାର ଏକ ଅତ୍ୟାଧୁନିକ ପୋଷାକ ଶୋ’ ରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ବବିତା ମାଣ୍ଡୋଠିଆ...

ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବ ସିସି କ୍ୟାମେରା

ଛତ୍ରପୁର,୨୬ା୯(ଡି.ଏନ.ଏ)-ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସଷ୍ଟାଣ୍ଡ ଅକ୍ଟୋବର ୨ ତାରିଖଠାରୁ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ଆବଶ୍ୟକୀୟ ବୈଷୟିକ କାମ ସରିଛି। ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ...

ରକ୍ତଦାନ କରି ମଧୁବାବୁଙ୍କୁ ସମ୍ମାନ ଜଣାଇଲେ ଓକିଲ

ସୁନ୍ଦରଗଡ, ୨୯।୪ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଓକିଲସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ତମ ଜୟନ୍ତୀ ଓ ଆଇନଜୀବୀ ଦିବସ ସାମାଜିକ ଦୂରତ୍ୱ ବଜାୟ...

ପୋଲିସରେ ବଡ଼ ଧରଣର ବଦଳି: ୨୬ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ

ବରଗଡ ଅଫିସ,୧୧।୫- ବରଗଡ ଜିଲା ପୋଲିସରେ ବଡ଼ ଧରଣର ବଦଳି ହୋଇଛି। ଜିଲାରେ କାର୍ଯ୍ୟରତ ୨୬ଜଣ ପୋଲିସ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ ହୋଇଛି। ସେମାନଙ୍କ ମଧ୍ୟରେ...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୧୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନା କରିବା ନିମନ୍ତେ ଅନେକ ଯାନବାହନର ଆବଶ୍ୟକ ରହିଛି। ଯାନବାହନ ଅଧିଗ୍ରହଣ...

ସ୍ବର୍ଣ୍ଣ ତ୍ରିଭୁଜକୁ ହତାଦର

ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ, ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସପ୍ତଶଯ୍ୟା। ଢେଙ୍କାନାଳ ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବର୍ଣ୍ଣ ତ୍ରିଭୁଜ...

Advertisement
Archives

Model This Week