ବଧୂହତ୍ୟା ଉଦ୍ୟମ ଅଭିଯୋଗ, ଶ୍ୱଶୁର ଅଟକ

କୁଆମରା,୨୮।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ସାଇଁକୂଳା ପଞ୍ଚାୟତରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଖୁଣ୍ଟା ଥାନାରେ ଅଭିଯୋଗ ହୋଇଛି। ମହିଳାଜଣଙ୍କ ହେଲେ ନିବେଦିତା ଦେ(୨୦)।

ସୂଚନାନୁଯାୟୀ, ରାସଗୋବିନ୍ଦପୁର ଥାନା କରଞ୍ଜପଡ଼ାର ନିବେଦିତା ବାଲେଶ୍ୱର ଜିଲା ପାଣିଶୂଳିଆ(ବାଲିଆପାଳ ଅଞ୍ଚଳ)ର ଇନ୍ଦ୍ରଜିତ ଗିରିଙ୍କୁ ଦେଢ଼ ବର୍ଷ ତଳେ ବିବାହ କରିଥିଲେ। ଇନ୍ଦ୍ରଜିତ ସାଇଁକୂଳାରେ ଏକ କିଓସ୍କି ବ୍ୟାଙ୍କ କରି ସ୍ତ୍ରୀ ଓ ବାପାଙ୍କ ସହ ରହୁଥିଲେ। ତେବେ କୌଣସି କାରଣରୁ ନିବେଦିତାଙ୍କ ସହ ତାଙ୍କର ଝଗଡ଼ା ହୋଇଥିବା ବେଳେ ଶନିବାର ସେ ନିଆଁରେ ପୋଡ଼ି ଗୁରୁତର ହୋଇଥିବା ଜଣାପଡ଼ିଥିଲା। ସକାଳେ ଇନ୍ଦ୍ରଜିତ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ନିବେଦିତାଙ୍କୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ନେଇ ତାଙ୍କ ବାପା ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ନିବେଦିତା ଏବେ ଗର୍ଭବତୀ ଥିବା ବେଳେ ପୋଲିସ ଶ୍ୱଶୁରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଭାଙ୍ଗିଲେ ଶ୍ରଦ୍ଧାଳୁ

ଆରଡି,୧୨।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଶୈବପୀଠ ଆରଡିରେ ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତ ଶେଷ କରିଛନ୍ତି । ମଙ୍ଗଳବାର ଭୋର...

ରାଜ୍ୟ ସଭା ପ୍ରାର୍ଥୀ ଭବାନୀପାଟଣାର ସୁଜିତ୍‌ କୁମାର: ଜିଲାରେ ଖୁସିର ଲହରି

ଭବାନୀପାଟଣା,୮।୩(ଡି.ଏନ୍‌.ଏ.): ରାଜ୍ୟ ବିଜେଡି ପକ୍ଷରୁ ଘୋଷିତ ପ୍ରାର୍ଥୀ ତାଲିକାରେ କଳାହାଣ୍ଡି ଜିଲାର ଭବାନୀପାଟଣା ନିବାସୀ ସୁଜିତ୍‌ କୁମାରଙ୍କ ନାମ ପ୍ରକାଶ ପାଇବା ପରେ ସହର ସମେତ...

ଚକାପାଦ ଘାଟିରୁ ଖସୁଛି ଅତଡା, ପଥର

ଶଙ୍କରାଖୋଲା,୨୫ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ଟିକାବାଲି ଠାରୁ ଚକାପାଦ ପ୍ରାୟ ୧୮ କିମି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ବେଳେ ଚକାପାଦ ଘାଟି ଶେଷ ଯାଏ ପ୍ରାୟ...

ଅସ୍ଥାୟୀ ଶିବିର ସମ୍ମୁଖରେ ୧୪୪ଧାରା ଜାରି

ଖଇରା,୧୦।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ବିଭିନ୍ନ ଅସ୍ଥାୟୀ ଚିକିତ୍ସା ଶିବିର ଆଗରେ ଭିଡ ଉପରେ କଟକଣା ଲଗାଇବାକୁ ପ୍ରଶାସନ ପକ୍ଷରୁ ଶନିବାର ଠାରୁ ୧୪୪ଧାରା ଜାରି...

ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ଚାଲାଣ ମାମଲା: କିଙ୍ଗ୍‌ପିନ୍‌ ଅଞ୍ଜଳି, ଇବ୍ରାହିମ୍‌ଙ୍କୁ ମିଳିଲା ରିମାଣ୍ଡ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ବାଂଲାଦେଶରୁ ଓଡ଼ିିଶାକୁ ଯୁବତୀ ଚାଲାଣ ର଼୍ୟାକେଟର ମୂଳ ଚେରକୁ ଖୋଜୁଛି ଏସ୍‌ଟିଏଫ୍‌। ଏହି ର଼୍ୟାକେଟ ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ...

ନରହନ୍ତା ହାତୀକୁ ନେଇ ହଟହଟା

ଚଣ୍ଡିଖୋଲ/ ଚୌଦ୍ୱାର, ୨୯।୧ (ଡି.ଏନ୍‌.ଏ.) :ଯାଜପୁର ଜିଲାର କୋରେଇ, ସୁକିନ୍ଦା ଓ ଦାନଗଦୀ ଅଞ୍ଚଳରେ ପ୍ରାୟ ୨ସପ୍ତାହ ଧରି ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ହାତୀକୁ ନେଇ...

ଅନୁଭବଙ୍କୁ ଗିରଫ, ବର୍ଷାଙ୍କୁ ନ୍ୟାୟ ଦାବିରେ ଗର୍ଜିଲା ଭାଜପା ମହିଳାମୋର୍ଚ୍ଚା

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ସ୍ତ୍ରୀ ଅଭିନେତ୍ରୀ ବର୍ଷାଙ୍କ ପ୍ରତି ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। ଏହାକୁ କଳାହାଣ୍ଡି ଜିଲା ଭାଜପା...

ହାତୀପଲ ପାଇଁ ବନ ବିଭାଗ ନୟାନ୍ତ

ଜଳେଶ୍ୱର, ୧୨।୧୨(ସ୍ବ.ପ୍ର.)- ବାଲେଶ୍ୱର ଜିଲାର ଜଳେଶ୍ୱର ରେଞ୍ଜ ଅଧୀନ ରାଇବଣିଆ ସମେତ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁର ଓ ମୁରୁଡ଼ା ଅଞ୍ଚଳରେ ଉପଦ୍ରବ ଚଳାଇଥିବା ହାତୀପଲ...


Coronavirus Update

Archives

Model This Week

Why Dharitri