ବଦଳିବ ଝାରସୁଗୁଡ଼ାର ରୂପ

ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ) :ଝାରସୁଗୁଡ଼ା ସହରକୁ ଏକ ନୂତନ ଆଧୁନିକ ସହର ରୂପେ ବିକଶିତ କରିବା ପାଇଁ ସରକାରୀସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଏଥିପାଇଁ ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସହର ଓ ଗୃହ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍‌ ଓ ଜିଲାପାଳ ସରୋଜ କୁମାର ସାମଲଙ୍କ ସମେତ ଜିଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ଯୋଗଦେଇ ନୂତନ ଝାରସୁଗୁଡ଼ା ନିର୍ମାଣର ସମ୍ଭାବ୍ୟ ଯୋଜନାଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଆଗାମୀ ୪୦ରୁ ୫୦ ବର୍ଷକୁ ଦୃଷ୍ଟିରେ ରଖି ସହର ସୀମା ସଲଗ୍ନ ଅଞ୍ଚଳରେ ନୂତନ ଟାଉନ୍‌ଶିପ୍‌ ନିର୍ମାଣ କରିବା, ବର୍ତ୍ତମାନ ଥିବା ସହର ମଧ୍ୟରେ ଆବାସିକ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ସୃଷ୍ଟି କରିବା ଏବଂ ଝାରସୁଗୁଡ଼ାକୁ ଏକ ଆଧୁନିକ ସହରାଞ୍ଚଳ ଓ ଇଣ୍ଡଷ୍ଟ୍ରିଆଲ୍‌ ହବ୍‌ ଭାବରେ ବିକଶିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ନୂତନ ଟାଉନ୍‌ଶିପ୍‌ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ ମୁଖ୍ୟ ଶାସନ ସଚିବ ଜିଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ଝାରସୁଗୁଡ଼ାରେ କ୍ୟାନସର୍‌ ଓ ହାର୍ଟ ହସ୍ପିଟାଲ୍‌, ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ଓ ଷ୍ଟାଡିୟମ୍‌ ପ୍ରତିଷ୍ଠା ହେବାକୁ ଯାଉଛି। ଏହାସହ ଏଠାରେ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି। ଫଳରେ ଝାରସୁଗୁଡ଼ା ଏକ କ୍ରମବର୍ଦ୍ଧିଷ୍ଣୁ ସହରରେ ପରିଣତ ହେଉଛି। ଏବେ ବେଲପାହାଡ଼, ବ୍ରଜରାଜନଗର ସହ ସୁନ୍ଦରଗଡ଼ ମଧ୍ୟରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ସହର ମଧ୍ୟରେ ଥିବା ସରକାରୀ ଜମି ଚିହ୍ନଟ କରି ତା’ର ଉନ୍ନତି କରିବା ସହ ସହର ବାହାରେ ନୂଆ ଟାଉନ୍‌ଶିପ୍‌ ପ୍ରତିଷ୍ଠା କରିବା ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା। ସେହିପରି ଲହଣ୍ଡାବୁଡ୍‌, ଏଚ୍‌ କଟାପାଲି ଓ ବେହେରାପାଟ ମଧ୍ୟରେ ପ୍ରାୟ ୧୫୦୦ ଏକର ସରକାରୀ ଜାଗା ଥିବାବେଳେ ଏହି ସ୍ଥାନରେ ଭବିଷ୍ୟତରେ ସହରାଞ୍ଚଳ ପରିସୀମା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଟାଉନ୍‌ ପ୍ଲାନିଂ ନିର୍ଦ୍ଦେଶକ ଶୁଭେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri