ବଢ଼ିବନି ବିଦ୍ୟୁତ୍‌ ଶୁଳ୍କ, ଉପଭୋକ୍ତା ଆଶ୍ୱସ୍ତ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ଚଳିତବର୍ଷ ବିଦ୍ୟୁତ ଶୁଳ୍କ ବଢ଼ିବ ନାହିଁ। କରୋନା(କୋଭିଡ୍‌-୧୯) ମହାମାରୀ ମୁକାବିଲା କରୁଥିବା ରାଜ୍ୟବାସୀଙ୍କ ଉପରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆର୍‌ସି) ଏବେ ଆଉ ଶୁଳ୍କ ବୋଝ ଲଦିବାକୁ ଚାହୁଁ ନାହାନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଇଆର୍‌ସି ବିଦ୍ୟୁତ ଦରକୁ ଅପରିବର୍ତ୍ତିତ ରଖିଛନ୍ତି। ଏନେଇ ଓଇଆର୍‌ସି ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଇଆର୍‌ସିଙ୍କ ଏହି ନିଷ୍ପତ୍ତି ଘରୋଇ ଉପଭୋକ୍ତାଙ୍କୁ ଆଶ୍ୱସ୍ତ କରିଛି। ଏହି ନୂତନ ନିର୍ଦ୍ଦେଶନାମା ଆସନ୍ତା ମେ’ ପହିଲାରୁ ରାଜ୍ୟରେ ଲାଗୁ ହେବ। କରୋନା ସଂକ୍ରମଣ ଆଶଙ୍କାରେ ଛଟପଟ ହେଉଥିବା ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଓଇଆର୍‌ସି ରିଟେଲ ସପ୍ଲାଇ ତାରିଫ(ଆର୍‌ଏସ୍‌ଟି) ଏବଂ ବଲ୍କ ସପ୍ଲାଇ ତାରିଫ(ବିଏସ୍‌ଟି)କୁ ବୃଦ୍ଧି କରି ନାହାନ୍ତି। ପରିସ୍ଥିତିରେ ପରିବର୍ତ୍ତନ ହେଲେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇ ପାରେ ବୋଲି ଓଇଆର୍‌ସି ପକ୍ଷରୁ କୁହାଯାଇଛି। ସାଧାରଣ ନିର୍ବାଚନ ଥିବାରୁ ଗତ ବର୍ଷ ମଧ୍ୟ ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯାଇ ନ ଥିଲା।
ଏବେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ୨ଟଙ୍କା ୫୦ ପଇସା, ୫୦ରୁ ୨୦୦ୟୁନିଟ ଯାଏ ୪ଟାଙ୍କା ୩୦ ପଇସା, ୨୦୦ରୁ ୪୦୦ ୟୁନିଟ ଯାଏ ୫ ଟଙ୍କା ୩୦ପଇସା ଓ ୪୦୦ ୟୁନିଟରୁ ଅଧିକ ବ୍ୟବହାର ପାଇଁ ୟୁନିଟ ପିଛା ୫ଟଙ୍କା ୭୦ ପଇସା ଦେବାକୁ ପଡୁଛି। ତାହା ବଳବତ୍ତର ରହିବ। ଏଥିସହିତ ଡିିଜିଟାଲ ମୋଡରେ ଶୁଳ୍କ ପଇଠ କରୁଥିବା ସମସ୍ତ ଗ୍ରାହକଙ୍କୁ ୨ ପ୍ରତିଶତ ଏବଂ ପ୍ରି-ପେଡ ଗ୍ରାହକଙ୍କୁ ୨ ପ୍ରତିଶତ ହିସାବରେ ରିହାତି ଦିଆଯିବ। ବିଦ୍ୟୁତ ଶୁଳ୍କ ବଢି ନ ଥିବାରୁ ଗ୍ରୀଡ୍‌କୋ ଉପରେ ଋଣ ଭାର ମଧ୍ୟ ବଢିବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୧୯-୨୦ରେ ଗ୍ରୀଡ୍‌କୋ ୨୫୯.୫୮ପଇସାରେ ବିଦ୍ୟୁତ କିଣୁଥିବାବେଳେ ୨୦୨୦-୨୧ରେ ୨୭୮.୫୭ ପଇସାରେ କିଣିବ। ୨୦୨୦-୨୧ ଆର୍ଥିକ ବର୍ଷରେ ଗ୍ରୀଡ୍‌କୋ ୨୯୦୧୮ ନିୟୁତ ୟୁନିଟ ବିଦ୍ୟୁତ କିଣି ବଣ୍ଟନ କମ୍ପାନୀ ସେସୁ, ନେସ୍‌କୋ, ୱେସ୍‌କୋ ଏବଂ ସାଉଥକୋକୁ ୨୮୦୯୦ନିୟୁତ ୟୁନିଟ ବିକ୍ରିି କରିବ। ଫଳରେ ୨୦୧୯-୨୦ରେ ଗ୍ରୀଡକୋର ବକେୟା ୧୭୨.୯୪ କୋଟି ଟଙ୍କା ଥିବା ବେଳେ ତାହା ୨୦୨୦-୨୧ରେ ୬୬୦.୧୫ କୋଟି ଟଙ୍କାରେ ପହଞ୍ଚତ୍ବ ବୋଲି ଅନୁମାନ କରାଯାଇଛି। ଗ୍ରୀଡ୍‌କୋ, ବଣ୍ଟନ କମ୍ପାନୀ, ଉପତ୍ାଦନ କରୁଥିବା କମ୍ପାନୀଗୁଡିକ ଶୁ୍‌ଳ୍କ ବୃଦ୍ଧି ନେଇ ଓଇଆରସିଙ୍କ ନିକଟରେ ଦାବି କରିଥିଲେ। କରୋନା ଯୋଗୁ ଓଇଆରସି ଶୁଳ୍କ ବୃଦ୍ଧିକୁ ସାମୟିକ ଭାବେ ସ୍ଥଗିତ କରିଛନ୍ତି। କରୋନା ଲକ୍‌ଡାଉନ ଯୋଗୁ ସେସୁ ପକ୍ଷରୁ ମାର୍ଚ୍ଚ ଏବଂ ଏପ୍ରିଲ ମାସ ପାଇଁ ଶୁୁଳ୍କ ପଇଠ ଉପରେ ୪ପ୍ରତିଶତ ରିହାତି ଦେବାକୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri