ବଢ଼ିବନି ବିଦ୍ୟୁତ୍‌ ଶୁଳ୍କ, ଉପଭୋକ୍ତା ଆଶ୍ୱସ୍ତ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ଚଳିତବର୍ଷ ବିଦ୍ୟୁତ ଶୁଳ୍କ ବଢ଼ିବ ନାହିଁ। କରୋନା(କୋଭିଡ୍‌-୧୯) ମହାମାରୀ ମୁକାବିଲା କରୁଥିବା ରାଜ୍ୟବାସୀଙ୍କ ଉପରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆର୍‌ସି) ଏବେ ଆଉ ଶୁଳ୍କ ବୋଝ ଲଦିବାକୁ ଚାହୁଁ ନାହାନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଇଆର୍‌ସି ବିଦ୍ୟୁତ ଦରକୁ ଅପରିବର୍ତ୍ତିତ ରଖିଛନ୍ତି। ଏନେଇ ଓଇଆର୍‌ସି ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଇଆର୍‌ସିଙ୍କ ଏହି ନିଷ୍ପତ୍ତି ଘରୋଇ ଉପଭୋକ୍ତାଙ୍କୁ ଆଶ୍ୱସ୍ତ କରିଛି। ଏହି ନୂତନ ନିର୍ଦ୍ଦେଶନାମା ଆସନ୍ତା ମେ’ ପହିଲାରୁ ରାଜ୍ୟରେ ଲାଗୁ ହେବ। କରୋନା ସଂକ୍ରମଣ ଆଶଙ୍କାରେ ଛଟପଟ ହେଉଥିବା ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଓଇଆର୍‌ସି ରିଟେଲ ସପ୍ଲାଇ ତାରିଫ(ଆର୍‌ଏସ୍‌ଟି) ଏବଂ ବଲ୍କ ସପ୍ଲାଇ ତାରିଫ(ବିଏସ୍‌ଟି)କୁ ବୃଦ୍ଧି କରି ନାହାନ୍ତି। ପରିସ୍ଥିତିରେ ପରିବର୍ତ୍ତନ ହେଲେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇ ପାରେ ବୋଲି ଓଇଆର୍‌ସି ପକ୍ଷରୁ କୁହାଯାଇଛି। ସାଧାରଣ ନିର୍ବାଚନ ଥିବାରୁ ଗତ ବର୍ଷ ମଧ୍ୟ ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯାଇ ନ ଥିଲା।
ଏବେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ୨ଟଙ୍କା ୫୦ ପଇସା, ୫୦ରୁ ୨୦୦ୟୁନିଟ ଯାଏ ୪ଟାଙ୍କା ୩୦ ପଇସା, ୨୦୦ରୁ ୪୦୦ ୟୁନିଟ ଯାଏ ୫ ଟଙ୍କା ୩୦ପଇସା ଓ ୪୦୦ ୟୁନିଟରୁ ଅଧିକ ବ୍ୟବହାର ପାଇଁ ୟୁନିଟ ପିଛା ୫ଟଙ୍କା ୭୦ ପଇସା ଦେବାକୁ ପଡୁଛି। ତାହା ବଳବତ୍ତର ରହିବ। ଏଥିସହିତ ଡିିଜିଟାଲ ମୋଡରେ ଶୁଳ୍କ ପଇଠ କରୁଥିବା ସମସ୍ତ ଗ୍ରାହକଙ୍କୁ ୨ ପ୍ରତିଶତ ଏବଂ ପ୍ରି-ପେଡ ଗ୍ରାହକଙ୍କୁ ୨ ପ୍ରତିଶତ ହିସାବରେ ରିହାତି ଦିଆଯିବ। ବିଦ୍ୟୁତ ଶୁଳ୍କ ବଢି ନ ଥିବାରୁ ଗ୍ରୀଡ୍‌କୋ ଉପରେ ଋଣ ଭାର ମଧ୍ୟ ବଢିବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୧୯-୨୦ରେ ଗ୍ରୀଡ୍‌କୋ ୨୫୯.୫୮ପଇସାରେ ବିଦ୍ୟୁତ କିଣୁଥିବାବେଳେ ୨୦୨୦-୨୧ରେ ୨୭୮.୫୭ ପଇସାରେ କିଣିବ। ୨୦୨୦-୨୧ ଆର୍ଥିକ ବର୍ଷରେ ଗ୍ରୀଡ୍‌କୋ ୨୯୦୧୮ ନିୟୁତ ୟୁନିଟ ବିଦ୍ୟୁତ କିଣି ବଣ୍ଟନ କମ୍ପାନୀ ସେସୁ, ନେସ୍‌କୋ, ୱେସ୍‌କୋ ଏବଂ ସାଉଥକୋକୁ ୨୮୦୯୦ନିୟୁତ ୟୁନିଟ ବିକ୍ରିି କରିବ। ଫଳରେ ୨୦୧୯-୨୦ରେ ଗ୍ରୀଡକୋର ବକେୟା ୧୭୨.୯୪ କୋଟି ଟଙ୍କା ଥିବା ବେଳେ ତାହା ୨୦୨୦-୨୧ରେ ୬୬୦.୧୫ କୋଟି ଟଙ୍କାରେ ପହଞ୍ଚତ୍ବ ବୋଲି ଅନୁମାନ କରାଯାଇଛି। ଗ୍ରୀଡ୍‌କୋ, ବଣ୍ଟନ କମ୍ପାନୀ, ଉପତ୍ାଦନ କରୁଥିବା କମ୍ପାନୀଗୁଡିକ ଶୁ୍‌ଳ୍କ ବୃଦ୍ଧି ନେଇ ଓଇଆରସିଙ୍କ ନିକଟରେ ଦାବି କରିଥିଲେ। କରୋନା ଯୋଗୁ ଓଇଆରସି ଶୁଳ୍କ ବୃଦ୍ଧିକୁ ସାମୟିକ ଭାବେ ସ୍ଥଗିତ କରିଛନ୍ତି। କରୋନା ଲକ୍‌ଡାଉନ ଯୋଗୁ ସେସୁ ପକ୍ଷରୁ ମାର୍ଚ୍ଚ ଏବଂ ଏପ୍ରିଲ ମାସ ପାଇଁ ଶୁୁଳ୍କ ପଇଠ ଉପରେ ୪ପ୍ରତିଶତ ରିହାତି ଦେବାକୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?