ବଢ଼ିଛି ଭାରତୀୟଙ୍କ ଆୟୁଷ

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ହିଁ ସମ୍ପଦ। ଶରୀର ସୁସ୍ଥ ରହିଲେ ଜଣେ ମଣିଷ ମାନସିକସ୍ତରରେ ମଧ୍ୟ ସୁସ୍ଥ ରହିଥାଏ। ଯୋଗ, ପ୍ରାଣାୟମ ଆଦି କରି ଲୋକମାନେ ଶରୀର ସୁସ୍ଥ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏବେକାର କର୍ମମୟ ଜୀବନରେ ଅନେକ ଲୋକ ଶରୀର ପ୍ରତି ଧ୍ୟାନ ଦେଇନଥାନ୍ତି। ଫଳରେ ଯୁବକାବସ୍ଥାରୁ ହିଁ ଅନେକଙ୍କୁ ନାନା ରୋଗବ୍ୟାଧିର ସମ୍ମୁଖୀନ ହେବାକୁ ପଡୁଥିବା ଲକ୍ଷ୍ୟ କରାଯାଏ। ଏହିସବୁ ମଧ୍ୟରେ ନ୍ୟାଶନାଲ ହେଲ୍‌ଥ ସର୍ଭେ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଗତ ୫ ଦଶକ ଭିତରେ ଭାରତୀୟଙ୍କ ଆୟୁଷ ୧୯ବର୍ଷ ବୃଦ୍ଧି ପାଇଛି। ୧୯୭୦-୭୫ ମଧ୍ୟରେ ଜନ୍ମ ହୋଇଥିବା ଶିଶୁଙ୍କ ଆୟୁଷ ୪୯ବର୍ଷ ୮ମାସ ୧୨ ଦିନ ହୋଇଥିବା ବେଳେ ୨୦୧୨-୧୬ ମଧ୍ୟରେ ଜନ୍ମିତ ଶିଶୁ ୬୯ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୯୮୦ ପର୍ଯ୍ୟନ୍ତ ଭାରତୀୟ ମହିଳାଙ୍କ ଆୟୁଷ ପୁରୁଷଙ୍କ ତୁଳନାରେ କମ୍‌ ଥିଲା। କେବଳ ସହରରେ ବାସ କରୁଥିବା ମହିଳାମାନେ ପୁରୁଷଙ୍କଠାରୁ ଅଧିକ ବର୍ଷ ବଞ୍ଚୁଥିଲେ। ୧୯୭୦ରେ ଜନ୍ମିତ ଝିଅଙ୍କ ତୁଳନାରେ ପୁଅମାନେ ୬ମାସ ଅଧିକ ସମୟ ବଞ୍ଚୁଥିଲେ। କିନ୍ତୁ ୨୦୧୫ରେ ଜନ୍ମିତ ଶିଶୁଙ୍କ ମଧ୍ୟରୁ ଝିଅମାନେ ପୁଅଙ୍କ ତୁଳନାରେ ୨ବର୍ଷ ୭ମାସ ୬ଦିନ ଅଧିକ ବଞ୍ଚତ୍ବେ ବୋଲି ଏହି ରିପୋର୍ଟରେ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ୨,୩୫୦ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କିନ୍ତୁ ୨,୩୫୦ ରୋଗୀ ସୁସ୍ଥ ହେବା...

ମାସ୍କ ନ ପିନ୍ଧିଲେ ଦେବାକୁ ପଡ଼ିବ ୧ ଲକ୍ଷ ଜରିମାନା, ୨ ବର୍ଷ ଜେଲ

ରାଞ୍ଚି,୨୩।୭: କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଲୋକଙ୍କ ଅବହେଳା ଯୋଗୁ ଏହି ସଂକ୍ରମଣ ଦିନକୁ...

ଇଣ୍ଟରଭେନ୍‌ଶନାଲ୍‌ ରେଡିଓଲୋଜି

ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି ଏକ ଅମୂଲ୍ୟ ବରଦାନ ସଦୃଶ। ଚିକିତ୍ସା ବିଜ୍ଞାନରେ ରେଡିଓଲୋଜିର ସର୍ବପ୍ରଥମ ବ୍ୟବହାର ଆରମ୍ଭ ହୋଇଥିଲା ୧୮୯୫ ମସିହାରେ ଅର୍ଥାତ୍‌ ‘ଏକ୍ସ-ରେ’ର ଆବିଷ୍କାର...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଆଜି ଆସିବ ରାୟ

ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବ। ଗୁରୁବାର ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି...

ରାଜନୀତିରେ ରାଜ୍‌ ଠାକ୍‌ରେଙ୍କ ପୁଅ

ମୁମ୍ବାଇ,୨୪ା୧: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ୍‌ ଠାକ୍‌ରେ ଗୁୁରୁବାର ଦଳର ନୂଆ ପତାକା ଅନାବରଣ କରିଛନ୍ତି। ଏହାସହ ତାଙ୍କ ପୁଅ ଅମିତ ଠାକ୍‌ରେ(୨୭) ରାଜନୀତିିରେ...

ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହିତ ହାତ ମିଳାଇଛି ଲଶ୍କର-ଇ-ତୋଏବା

ଶ୍ରୀନଗର,୧୨।୫: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ମୋଷ୍ଟ ଓ୍ବାଣ୍ଟେଡ୍‌ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହିତ ହାତ ମିଳାଇଛି। ଦାଉଦ୍‌ଙ୍କୁ ମେ...

ପୃଥିବୀ ଉପରେ କଡ଼ା ନଜର ରଖିବ ଜିଆଇ ସାଟ୍‌-୧: ଅନୁକୂଳ ପାଗ ରହିଲେ ମାର୍ଚ୍ଚ ୫ରେ ହେବ ଉତ୍‌କ୍ଷେପଣ

ଶ୍ରୀହରିକୋଟା,୩।୩: ପୃଥିବୀ ଉପରେ କଡ଼ା ନଜର ରଖିବା ପାଇଁ ଇସ୍ରୋ ପକ୍ଷରୁ ମାର୍ଚ୍ଚ ୫ରେ ଶ୍ରୀହରିକୋଟାସ୍ଥିତି ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଜିଆଇ ସାଟ୍‌-୧ର ଉତ୍‌କ୍ଷେପଣ...

କଶ୍ମୀରରେ ପଶିଛନ୍ତି ପାକିସ୍ତାନୀ ଆତଙ୍କବାଦୀ: ଟାର୍ଗେଟରେ ଅମରନାଥ ଯାତ୍ରୀ

ଶ୍ରୀନଗର,୩ା୮(ପି.ଟି./ ଆଇଏଏନ୍‌ଏସ୍‌): ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରୁ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ସମେତ ଆଉ କେତେକ ସଙ୍ଗଠନର ଆତଙ୍କବାଦୀମାନେ ଉପତ୍ୟକାରେ ଅନୁପ୍ରବେଶ କରିଛନ୍ତି। ଜୁଲାଇ ଶେଷ ସପ୍ତାହରେ...

Advertisement
Archives

Model This Week