ବଡ଼ବିଲରେ ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ତଳକୁ ଖସିଲା

ବଡ଼ବିଲ,୨୯।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ତାପମାତ୍ରା ହ୍ରାସ ପାଇ ପାରଦ ସର୍ବନିମ୍ନ ୪ ଡିଗ୍ରୀକୁ ଖସିଆସିଛି। ପୌରାଞ୍ଚଳର ଉପକଣ୍ଠ ତଥା ଆଖପାଖ ଅଞ୍ଚଳରେ ଥିବା ବେଲକୁଣ୍ଡି ରାସ୍ତା, ଡ୍ୟାମ୍‌ ରୋଡ୍‌, ଠାକୁରାଣୀ, ସୟାବାଲି, ହାୟାରବୁରୁ, ବଲାଣୀ, କିରିବୁରୁ ଓ ନାଲଦା ଆଦି ଅଞ୍ଚଳର ଖୋଲା ସ୍ଥାନରେ ବରଫର ଆସ୍ତରଣ ଜମିଥିବା ପରିଲକ୍ଷିତ ହୋଇଛି। ଶନିବାର ସକାଳେ ପାରଦ ୩ ଡିଗ୍ରୀତଳକୁ ଖସି ଆସିଥିବାବେଳେ ରବିବାର ସକାଳେ ତାପମାତ୍ରା ବୃଦ୍ଧି ପାଇ ପାରଦ ୪ ଡିଗ୍ରୀ ହୋଇଛି। ତେବେ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଜନଜୀବନ ସ୍ବାଭାବିକ ହୋଇପାରୁନାହିଁ। ଲୋକେ ସ୍ଥାନେସ୍ଥାନେ ନିଆଁ ପୁଉଁଥିବା ବେଳେ ଚା’ ଦୋକାନରେ ବେଶ୍‌ ଭିଡ଼ ଜମୁଛି। ତେବେ ଦୀର୍ଘ ୧୫ ବର୍ଷ ପରେ ବଡ଼ବିଲ ଅଞ୍ଚଳରେ ଏଭଳି ଶୀତ ଅନୁଭୂତ ହେଉଥିଲେ ହେଁ ଶୀତର ପ୍ରକୋପ ଆଗଭଳି ଅନୁଭୂତ ହେଉ ନ ଥିବା ବୟୋଜ୍ୟୋଷ୍ଠମାନେ କହିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଅଞ୍ଚଳରେ ତାପମାତ୍ରା ମାପିବାର କୌଣସି ସୁବିଧା ନ ଥିବାରୁ ଘରୋଇ ତାପମାତ୍ରା ମାପକଯନ୍ତ୍ରରୁ ବଡ଼ବିଲରେ ତାପମାତ୍ରା ୪ ଡିଗ୍ରୀ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜି. ଉଦୟଗିରିରେ ବଢି ଚାଲିଛି କଣ୍ଟେନ୍‌ମେଣ୍ଟ ଜୋନ ଅଞ୍ଚଳ: ଚିନ୍ତାରେ ସହରବାସୀ

ଜି.ଉଦୟଗିରି, ୩୧।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରିରେ କଣ୍ଟେନମେଣ୍ଟ ଜୋନ ଦିନକୁ ଦିନ ବଢି ଚାଲିଛି। ଅନେକ ସାହିରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରଥମେ କିଛି...

ଜାମୁଗଣ୍ଡ ନାଳରେ ଦୌଡ଼ି ବାନ୍ଧି ଘରକୁ ଗଲେ ଛାତ୍ରୀଛାତ୍ର

ପାତ୍ରପୁର,୧୦।୭(ଡି.ଏନ.ଏ): ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତରେ ବର୍ଷା ପାଣି ଯୋଗୁଁ ଜାମୁଗଣ୍ଡ ନାଳ ଭର୍ତ୍ତି ହୋଇଯିବାରୁ ଦଉଡ଼ି ବାନ୍ଧି ଛାତ୍ରୀଛାତ୍ର ଘରକୁ ଆସିଛନ୍ତି। ବୁରାତାଲ ପଞ୍ଚାୟତ କମଳାଖତ...

ଔପଦା ମହାବିଦ୍ୟାଳୟରେ ଭିଜିଲାନ୍ସ: ନିଲମ୍ବିତ ହେଲେ ଅଧ୍ୟକ୍ଷ

ବାଲେଶ୍ୱର ଅଫିସ, ୧୮।୧୨-ବାଲେଶ୍ୱର ଜିଲା ଔପଦା ଯୁକ୍ତ ୨ କଲେଜରେ ଅର୍ଥ ହେରଫେର ନେଇ ଅଭିଯୋଗ ହେବା ପରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ...

ପାଟଣା ବିଧାନସଭାରେ ବିଜେଡିର ବାଜିମାତ: ପ୍ରାର୍ଥୀ ଜଗନ୍ନାଥ ନାଏକ ୭୭୯୬ ଖଣ୍ଡ ଭୋଟରେ ବିଜୟୀ

ପାଟଣା, ୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ଏସ୍‌ଟି ସଂରକ୍ଷିତ ନିର୍ବାଚନମଣ୍ଡଳୀ ପାଇଁ ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡ଼ିଶା ମଣ୍ଡପ ଉଦ୍‌ଘାଟିତ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ)- ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣୀୟ ଓଡ଼ିଶା ମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ...

ବେଳାଭୂମିରେ କରୋନା ବିଜୟୀଙ୍କ ଯୋଗ

ପୁରୀ ଅଫିସ,୧୮ା୧୦: ପୁରୀ ବେଳାଭୂମିରେ ଜିଲା ପ୍ରଶାସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ମୋ ବିଚ୍‌ ଯୋଗ ଅନୁଷ୍ଠିତ ହୋଇଛି। ତାହା ପୁଣି କରୋନା ବିଜୟୀଙ୍କୁ...

ନନ୍ଦନକାନନରେ ଧଳା ବାଘୁଣୀ ରୁପା ଜନ୍ମ କଲା ପ୍ରଥମ ଶାବକ

ବାରଙ୍ଗ,୧୧।୩(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣୀ ରୁପା ଶୁକ୍ରବାର ସକାଳେ ତାର ପ୍ରଥମ ଶାବକ ଜନ୍ମ ଦେଇଛି। ବାଘ ଶାବକର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଏବେ ସ୍ବତନ୍ତ୍ର...

ପୁରୀ ସେବା ସମିତିର ବସନ ସେବା: ବସ୍ତ୍ର ପାଇ ଖୁସିରେ ଫେରିଲେ ୨ ବନ୍ଧୁ

ପୁରୀ ଅଫିସ,୨ା୧: ନୂତନ ବର୍ଷ ଅବସରରେ ପୁରୀ ସେବା ସମିତି ପକ୍ଷରୁ ମରିଚିକୋଟ ସ୍ଥିତ କାର୍ଯ୍ୟାଳୟ ଆଗରେ ବସନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବହୁ...

Advertisement
Archives

Model This Week