ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ତାଲା ପକାଇ ଧାରଣା ଦେଲେ ଲୋକେ

ନୟାଗଡ଼ ଅଫିସ,୨୨ା୧୨: ନୟାଗଡ଼ ଜିଲା ସଦର ବ୍ଲକ ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଶନିବାର ଉଗ୍ରରୂପ ଧାରଣ କରିଥିଲା। ସେମାନେ ସ୍ବାସ୍ଥ୍ୟକେନ୍ଦ୍ର ଫାଟକରେ ତାଲା ପକାଇ ପୂର୍ବାହ୍ନ ୧୦ଟାରୁ ଧାରଣାରେ ବସିଥିଲେ।

ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ସ୍ବାସ୍ଥ୍ୟସେବା ପାଇଁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ୧୦ ପଞ୍ଚାୟତର ଲୋକ ନିର୍ଭର କରନ୍ତି। ମେଡ଼ିକାଲ ପାଇଁ ୫ ଜଣ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ୨ଜଣଙ୍କୁ ବାଦ୍‌ଦେଲେ ଅନ୍ୟମାନଙ୍କର ଦେଖା ମିଳେ ନାହିଁ। ଯେଉଁ ଦୁଇଜଣ ଡାକ୍ତର ଆସନ୍ତି ସେମାନେ ଠିକ୍‌ ଭାବେ ରହନ୍ତି ନାହିଁ। ଫଳରେ ରୋଗୀଟିଏ ବିଭିନ୍ନ ସମୟରେ ହଇରାଣ ହୁଏ। ଏପରି କି ସାମାନ୍ୟ ଆହତ ରୋଗୀଟିଏ ମେଡ଼ିକାଲକୁ ଗଲେ ଡାକ୍ତର ସେମାନଙ୍କୁ ନ ଦେଖି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଦିଅନ୍ତି। ସେହିଭଳି କିଛି ଡାକ୍ତର ପ୍ରତିଦିନ ଡାକ୍ତରଖାନା ନ ଯାଇ ମଧ୍ୟ ଉପସ୍ଥାନ ଖାତାରେ ଦସ୍ତଖତ କରନ୍ତି। ଏହିଭଳି ବିଭିନ୍ନ ଅବ୍ୟବସ୍ଥା ଦେଇ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗତି କରୁଛି। ଏହାର ସମାଧାନ ପାଇଁ ଅଞ୍ଚଳବାସୀ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନି। ଫଳରେ ଶନିବାର ବଡପଣ୍ଡୁସର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଶୋକ କୁମାର ପରିଡ଼ାଙ୍କ ନେତୃତ୍ୱରେ ମହିଳାପୁରୁଷ ମେଡିକାଲ ଆଗରେ ଧାରଣା ଦେଇଥିଲେ। ଏ ନେଇ ସେମାନେ ଶୁକ୍ରବାର ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା ପ୍ରକାଶ କରିଛନ୍ତି। ଅପରାହ୍ନ ୨ଟାରେ ଏଡିଏମଓ ସୁରେଶ ମିଶ୍ର ଧାରଣାସ୍ଥଳରେ ପହଞ୍ଚତ୍ ୭ ଦିନ ଭିତରେ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଧାରଣାରୁ ଉଠିଥିଲେ। ଏହି ସମୟ ମଧ୍ୟରେ ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଧାରଣାକାରୀ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ଆନ୍ଦୋଳନ ଚାଲୁଥିବାବେଳେ କାଳେ କୌଣସି ଅଧିକାରୀ ଆସି ଯାଞ୍ଚ କରିବେ ସେହି ଭୟରେ ମେଡିକାଲ ପରିସରରେ ଗଦା ଗଦା ନିରାମୟ ମେଡ଼ିସିନ ପୋଡ଼ି ଦିଆଯାଇଥିଲା। ଏପରି କି ଏକ୍ସପାରି ହୋଇ ନ ଥିବା ମେଡିସିନ ପୋଡିଦିଆ ଯାଇଥିବାରୁ ଏହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ସରକାର ରୋଗୀମାନଙ୍କୁ ମାଗଣାରେ ନିରାମୟ ଔଷଧ ପ୍ରଦାନ କରୁଥିବା ବେଳେ ଲକ୍ଷାଧିକ ଟଙ୍କାର ଔଷଧ କାହିଁକି ପୋଡ଼ାଗଲା ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଏ ନେଇ ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡ଼ିକାଲ ଅଧିକାରୀ ଡା. ଆଶୁତୋଷ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ, ସମସ୍ତ ଡାକ୍ତର ଠିକ୍‌ ସମୟରେ ମେଡ଼ିକାଲକୁ ଆସନ୍ତି। ସେହିଭଳି ମେଡ଼ିସିନ୍‌ ପୋଡ଼ା ହୋଇଥିବା ବିଷୟରେ ସେ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri