Advertisement

ବଡ଼ଓଷାରେ ଉତ୍ସବମୁଖର ବୁଦ୍ଧେଶ୍ୱର ଶୈବପୀଠ: ଲାଗି ହେଲା ୨୮୧ ଭଣ୍ଡାର

ଭୁବନ, ୧୦।୧୧(ଡ.ଏନ.ଏ.)-ଭୁବନର ପ୍ରସିଦ୍ଧ ବୁଦ୍ଧେଶ୍ୱର ଶୈବପୀଠରେ ରବିବାର ବଡ଼ଓଷା ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପାରମ୍ପରିକ ଭଣ୍ଡାର ଭୋଗ ଲାଗି କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ପଞ୍ଚୁକ ଏବଂ ବଡ଼ଓଷା ପାଇଁ ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା। ପ୍ରାତଃରୁ ଦ୍ୱାରଫିଟା ନୀତି, ଅବକାଶ, ମଙ୍ଗଳଆଳତି ପରେ ମହାଦେବଙ୍କ ଯଥାବିଧି ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରଦ୍ଧାଳୁ ଏବଂ ମାନସିକଧାରୀମାନେ ବ୍ରାହ୍ମଣୀ ନଦୀରେ ସ୍ନାନପୂର୍ବକ ଭଣ୍ଡାର ବସାଇଥିଲେ। ଚଳିତବର୍ଷ ପୀଠରେ ମୋଟ ୨୮୧ ଜଣ ଶ୍ରଦ୍ଧାଳୁ ବଡ଼ଓଷା ଭଣ୍ଡାର ଭୋଗ ଲାଗି କରିଥିବା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଢେଙ୍କାନାଳ ଜିଲା ସମତେ ବାହାର ଜିଲାରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ଆଶ୍ରୟ ନେଲେ ଛତିଶଗଡ଼ର ୫ ଶ୍ରମଜୀବୀ ପରିବାର

ସାକ୍ଷୀଗୋପାଳ, ୩୦।୩(ଡି.ଏନ୍‌.ଏ): ପେଟପାଟଣା ପାଇଁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଦେଓଚିତ୍ରା ଗ୍ରାମରୁ ପଳାଇ ଆସିଥିବା ୫ ଶ୍ରମଜୀବୀ ପରିବାରର ୩୫ ସଦସ୍ୟ କରୋନା କଟକଣାରେ ଫସି...

ଲକ୍‌ଡାଉନ ବେଳେ ମହିଳାଙ୍କ ମଦବିରୋଧୀ ସ୍ବର: ଭାଙ୍ଗିଲେ ଭାଟି, ଢାଳିଦେଲେ ପୋଚ

ଦଶମନ୍ତପୁର,୧୬ା୪(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତ ଉପର ଗଦଳା ଗାଁରେ ଲକ୍‌ଡାଉନ ବେଳେ ମଦ କାରବାର ବନ୍ଦ ନ ହେବା ପ୍ରତିବାଦରେ ତାତିଛନ୍ତି...

ପୋଲିସ ଜାଲରେ ନକଲୀ ମାଓବାଦୀ ଗ୍ୟାଙ୍ଗ: ବନ ଅଧିକାରୀଙ୍କ ସମେତ ୨ ଭାଇଗିରଫ

ବରଗଡ଼ ଅଫିସ୍‌,୧୪।୭: ବରଗଡ଼ ଜିଲା ଭଟଲି ପୋଲିସ ହାତରେ ରବିବାର ନକଲୀ ମାଓବାଦୀ ଗ୍ୟାଙ୍ଗ ଧରାପଡ଼ିଛନ୍ତି । ପୋଲିସ ଉକ୍ତ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ଗିରଫ...

ଏସ୍‌ଏଚ୍‌ଜିଠାରୁ ଋଣ କିସ୍ତି ଆଦାୟ କରୁଛନ୍ତି ଫାଇନାନ୍ସ କମ୍ପାନୀ, ଋଣ ଛାଡ଼ ପାଇଁ ଆର୍‌ଡିସିଙ୍କୁ ଦାବିପତ୍ର

ବ୍ରହ୍ମଗିରି ଅଫିସ,୨୪ା୬: ରିଜର୍ଭବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଫାଇନାନ୍ସ କମ୍ପାନୀଗୁଡିକର ଋଣ କିସ୍ତିି ଆଦାୟ ଛାଡ଼ କରିବାକୁ ଘୋଷଣା କରିଛନ୍ତି। ସେହିପରି ଓଡ଼ିଶା...

ପରିବା ଦର ଆକାଶ ଛୁଆଁ

ଲାଠୋର, ୧୩।୧୧ (ଡି.ଏନ.ଏ.) ବଲାଙ୍ଗର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଛି । ଫଳରେ ଗରିବ ତଥା ମଧ୍ୟବିତ୍ତ...

ମୁକ୍ତା ଯୋଜନାରେ ଦୁର୍ନୀତି ଅଭିଯୋଗ

ଜଗତସିଂହପୁର ଅଫିସ, ୩୦।୭: କୋଭିଡ୍‌-୧୯ ଯୋଗୁ ରାଜ୍ୟର ବହୁ ଲୋକ ଜୀବିକା ହରାଇଥିଲେ । ବିଶେଷକରି ଗରିବ ଓ ପ୍ରବାସୀମାନେ କ୍ଷତିଗ୍ରସ୍ତ ହୋଇଥିଲେ। ଏନେଇ ସହରାଞ୍ଚଳ...

୩୮ ୟୁନିଟ୍‌ ରକ୍ତ ସଂଗୃହୀତ

ପାଟଣା,୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଶୁକ୍ରବାର ବ୍ଲକ ବିଜେଡି ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ...

କାଳବୈଶାଖୀରେ ଭାଙ୍ଗିଲା ୧୩୨ କେଭି ବିଦ୍ୟୁତ୍‌ ଟାଓ୍ବାର

ଛତ୍ରପୁର,୨୯ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ଏବଂ ବର୍ଷା ହୋଇଥିଲା। ଫଳରେ ଛତ୍ରପୁର ସହର ଓ ଗ୍ରାମାଞ୍ଚଳରେ ବହୁ...

Advertisement
Archives

Model This Week