ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ ଜବତ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ୍‌ ସହ ଅନ୍ୟ ଦୁଇ ଦଲାଲଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳର ଗୁରୁଦେବ ଗୁପ୍ତା ଓରଫ ଛୋଟୁ, ୨ ଦଲାଲ ଝାଡ଼ଖଣ୍ଡ ଜିଲା ମଝଗାଓଁ ଥାନା ଖରପୋଷ ଗ୍ରାମର ଅମିର ହୁସୈନ ଓ ସେକ୍‌ ନୌସାଦ।

ସୂଚନା ଅନୁଯାୟୀ, ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରେ ରହୁଥିବା ଗୁରୁଦେବ ଗୁପ୍ତାଙ୍କ ହାଇଓ୍ବା (ନଂ.ଓଡି୦୯ସି୯୦୬୨) ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ୟାରେଜ ସମ୍ମୁଖରୁ ଚୋରି ହୋଇଥିଲା। ଏ ନେଇ ବୁଧବାର ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା। କେସ୍‌ ନଂ. ୭୭/୧୯ରେ ଏକ ମାମଲା ରୁଜୁକରି ପୋଲିସର ଏକ ଟିମ୍‌ ତଦନ୍ତ ପାଇଁ ଝାଡଖଣ୍ଡ ଏବଂ ଅନ୍ୟ ଏକ ଟିମ୍‌ କେନ୍ଦୁଝର ଯାଇଥିଲେ। ତେବେ ଝାଡ଼ଖଣ୍ଡ ପୋଲିସ ସହାୟତାରେ ବଡ଼ବିଲ ପୋଲିସ ଝାଡଖଣ୍ଡର ରାଜନଗର ଥାନା ଅଞ୍ଚଳରୁ ଉକ୍ତ ଗାଡିକୁ ଜବତ କରିଛି। ଛୋଟୁଙ୍କ ନାମରେ ବିଭିନ୍ନ ଥାନାରେ ଗାଡି ଚୋରି ଅଭିଯୋଗ ରହିଥିବା ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ଦେବାରେ ବିଳମ୍ବ ହେଲା ବୋଲି ବାପାଙ୍କ ବେକରେ ଛିଡ଼ା ହୋଇ ପଡ଼ିଲେ ପୁଅ, ଚାଲିଗଲା ଜୀବନ

କେନ୍ଦୁଝର,୧୨।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଇବାକୁ ନେଇ ଏକମାତ୍ର ପୁଅ...

ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀଙ୍କୁ ‘ବାଲ୍ ସାହିତ୍ୟ ପୁରସ୍କାର-୨୦୨୫’

ଭୁବନେଶ୍ୱର,୧୨ା୧୧: ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ସାରା ଦେଶର ମୋଟ୍ ୨୪ ଜଣ ଲେଖକଙ୍କୁ ମନୋନୀତ କରାଯାଇଛି। ଓଡ଼ିଆ ଲେଖକ ରାଜକିଶୋର ପାଢ଼ୀ...

ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ; ତହସିଲଦାରଙ୍କ ବଢ଼ିଲା କ୍ଷମତା

ଭୁବନେଶ୍ୱର,୧୨ା୧୧: ରାଜ୍ୟରେ ଜମି କିଣାବିକା ଏବଂ ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼...

ମହିଳାଙ୍କୁ ପନିକିରେ ହାଣିଲେ ପଡ଼ୋଶୀ

ପୁରୁଷୋତ୍ତମପୁର,୧୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ ଦେଉଳପଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ସମ୍ବନ୍ଧୀୟ ପୂର୍ବ ଶତ୍ରୁତାକୁ ନେଇ...

ଓଡ଼ିଶା SI ପରୀକ୍ଷା ଦୁର୍ନୀତି: ମୁଖ୍ୟ ଅଭିଯୁକ୍ତ ଶଙ୍କରର ସହଯୋଗୀ ସାଗର ଗୌଡ଼ା ଗିରଫ

ଭୁବନେଶ୍ୱର,୧୨ା୧୧: ଓଡ଼ିଶା ସବ୍-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଏକ ବଡ଼ ସଫଳତା ପାଇଛି। କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିଙ୍କ ଘନିଷ୍ଠ...

ନୂଆପଡ଼ା ଉପନିର୍ବାଚନକୁ ନେଇ ପ୍ରମିଳାଙ୍କ ନୂଆ ଥିଓରି, କହିଲେ ସବୁ ଠିକ୍‌ ଥିଲେ ଆମେ…

ଭୁବନେଶ୍ୱର,୧୨ା୧୧: ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡିର ନୂଆ ଥିଓରି ସାମ୍ନାକୁ ଆସିଛି। ପ୍ରେସ୍‌ମିଟ୍‌ କରି ଭାଜପାକୁ ଟାର୍ଗେଟ କରିଛନ୍ତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି,...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଲିଯାତ୍ରା ଅବଧି ବଢ଼ାଇ କହିଲେ ଲୋକଙ୍କ…

ଭୁବନେଶ୍ୱର/କଟକ,୧୨ା୧୧: ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା...

ଟ୍ରମ୍ପଙ୍କ ବଡ଼ ଖୁଲାସା: କହିଲେ ବିଦେଶୀ ଛାତ୍ରମାନଙ୍କୁ ନିଷେଧ କଲେ ବନ୍ଦ ହୋଇପାରେ…

ଓ୍ବାଶିଂଟନ,୧୨ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ବିଦେଶୀ ଛାତ୍ରମାନଙ୍କୁ ପଢ଼ିବାକୁ ଅନୁମତି ଦେବା ପାଇଁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଏହା କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri