ବଡଗାଁ ତହସିଲରେ ସରକାରୀ ନିୟମ କାମରେ ଆସୁନି: ୨ମାସ ପରେ ମଧ୍ୟ ମିଳୁନାହିଁ ପ୍ରମାଣପତ୍ର

ବଡ଼ଗାଁ, ୨୫।୬ (ଡି.ଏନ.ଏ)- ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରି କର୍ମଚାରୀମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହେଲେ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀମାନେ ଏହାର ଖିଲାପ କରୁଥିଲେ ମଧ୍ୟ ଦୃଢ଼ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଅଭାବରୁ ଚରମ ଅବ୍ୟବସ୍ଥା ଦେଖାଦେଉଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାରେ ପଡୁଛନ୍ତି। ଏଭଳି ଏକ ଘଟଣା ସୁନ୍ଦରଗଡ ଜିଲା ବଡଗାଁ ତହସିଲ ଅଫିସରେ ଦେଖାଯାଇଛି। ସରକାରଙ୍କ ନିୟମାନୁଯାଇ ଗୋଟିଏ ମାସରେ ଜାତି ପ୍ରମାଣପତ୍ର ଓ ୧୫ ଦିନରେ ଆୟ ଏବଂ ବାସିନ୍ଦା ପ୍ରମାଣପତ୍ର ଦେବା ବ୍ୟବସ୍ଥା କରାଯାଇଛି। କିନ୍ତୁ ଚରମ ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ବଡଗାଁ ତହସିଲରେ ଦେଢ଼ରୁ ୨ମାସ ବିତିଗଲା ପରେ ମଧ୍ୟ ଜନସେବା କେନ୍ଦ୍ରରେ ଅନଲାଇନ ଆବେଦନ କରିଥିବା ବେକାର ଯୁବତୀ ଯୁବକ, ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ପ୍ରମାଣପତ୍ର ମିଳୁନାହିଁ। ବଡ଼ଗାଁ ଲିଟିପଡାର ଦୀପକ ବାଗେ, ଦୀପା ବାଗେ, ଇତମା ଗ୍ରାମର ସୁଶାନ୍ତ ଟପ୍ପୋ, ପ୍ରିୟଦର୍ଶିନୀ ବେହେରା, ଗୁପ୍ତେଶ୍ୱର ରାଉତ, ଶର୍ମିଷ୍ଠା ସାହୁ, ଚାରପାଲି ଗ୍ରାମର ଅଜୟ ମାଝି, ଜମର୍ଲା ଗ୍ରାମର କୁମୁଦିନୀ ପୃଷେଟ, ଛାମୁଣ୍ଡା ଗ୍ରାମର ବିକି କିଷାନ, ବୁଦୁନା ଗ୍ରାମର ଅମିଶା ଟପ୍ପୋ, ସାହାଜବାହାଲ ଗ୍ରାମର ଅଙ୍କିତ କୁମାର ଦାସ, କଣ୍ଟିଆମୁରା ଗ୍ରାମର ଅର୍ଣ୍ଣବତୀ କିଷାନ, ବରୁଣ କୁମାର ନାଏକ, ଶ୍ୟାମ କିଷାନ, ଝାରମୁଣ୍ଡା ଗ୍ରାମର ମିନାକ୍ଷୀ ନାଏକ, ଟିକିଲିପଡା ଗ୍ରାମର ରାଜେନ୍ଦ୍ର କେର୍କେଟାଙ୍କ ଭଳି ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର, ବେକାରୀ ଯୁବତୀ ଯୁବକ ସ୍କୁଲ, କଲେଜରେ ନାମ ଲେଖାଇବା ଓ ଚାକିରୀ ପାଇଁ ଆବଶ୍ୟକ ଜାତି, ବାସିନ୍ଦା ଓ ଆୟ ପ୍ରମାଣପତ୍ର ନ ପାଇ ହଇରାଣ ହେଉଛନ୍ତି। ଏମାନେ ପ୍ରାୟ ୨ ମାସ ହେଲା ଆବେଦନ କରିଥିଲେ ମଧ୍ୟ ସରକାରୀ ନିୟମ, ବ୍ୟବସ୍ଥାର ଲାଭ ପାଇନାହାନ୍ତି। ୨ ମାସ ମଧ୍ୟରେ କାଳେ ହୋଇଯାଇଥିବା ଆଶା ରଖି ୧୫ ରୁ ୨୦ ଥର ଅଫିସ ଓ ଜନସେବା କେନ୍ଦ୍ରକୁ ଆସି ସମୟ ନଷ୍ଟ ଏବଂ ଖର୍ଚ୍ଚାନ୍ତରେ ପଡୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ନିଶ୍ଚିନ୍ତରେ ଅଛନ୍ତି। ସ୍କୁଲ, କଲେଜରେ ନାମ ଲେଖା ସମୟ ହୋଇଥିବାରୁ ତହସିଲରେ କିପରି କାମ ହେଉଛି ସେଥିପ୍ରତି ଜିଲା ଅଧିକାରୀମାନେ ମଧ୍ୟ ଦୃଷ୍ଟି ଦେଉ ନ ଥିବାରୁ ଲୋକଙ୍କ ସମସ୍ୟା ବଢ଼ି ଚାଲିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର ଭାଜପା ବଡଗାଁ ମଣ୍ଡଳ କାର୍ଯ୍ୟକାରୀ ସଭାପତି ଦିଲୀପ ସେନାପତି, ବଡଗାଁ, ଇତମା, ଭୋଇପାଲି ପଞ୍ଚାୟତ ସଭାପତି ଯଥାକ୍ରମେ ବାବୁଲି କର୍ସେଲ, ଅଖିଳ ବେହେରା, ପ୍ରେମାନନ୍ଦ ନାଏକ, ସକ୍ରିୟ କର୍ମୀ ପ୍ରତାପ ମହାପାତ୍ର, ରୂପେଶ ପଣ୍ଡା ପ୍ରମୁଖ ବିଡିଓଙ୍କୁ ସାକ୍ଷାତ କରି ସମସ୍ୟା ଉପରେ ଅବଗତ କରାଇ ସମାଧାନ ଦାବି କରିଛନ୍ତି। ଏହା ଉପରେ ବିଡିଓ କ୍ଷମାନିଧି ଭୋଇଙ୍କୁ ପଚାରିବାରେ ନିର୍ବାଚନ ପାଇଁ ଓ ନେଟ ଠିକ କାମ କରୁ ନ ଥିବାରୁ ବିଳମ୍ବ ହୋଇଥିବା କହିଛନ୍ତି। ତେବେ ବଡଗାଁ ତହସିଲଦାର ତାଙ୍କ ବ୍ୟକ୍ତିଗତ କାମରେ ଛୁଟି ନେଇ ଯାଇଥିଲା ବେଳେ ନିର୍ବାଚନ ପୂର୍ବରୁ ଅତିରିକ୍ତ ତହସିଲଦାରଙ୍କ ବଦଳି ଯୋଗୁ ଠିକ ସମୟରେ କାମ ହୋଇପାରୁନାହିଁ। ଦୁର୍ଭାଗ୍ୟର ବିଷୟ ସରକାର ଛାତ୍ରୀଛାତ୍ର, ବେକାର ଯୁବତୀଯୁବକ କମ୍‌ ଖର୍ଚ୍ଚରେ ସୁବିଧାରେ ପ୍ରମାଣପତ୍ର ପାଇବା ପାଇଁ ନିୟମ, ବ୍ୟବସ୍ଥା କରିଥିଲେ ମଧ୍ୟ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା, ଖାମଖିଆଲି ଯୋଗୁ ଛାତ୍ରୀଛାତ୍ର ଖର୍ଚ୍ଚାନ୍ତରେ ପଡିବା ସହ ହଇରାଣ ହେଉଛନ୍ତି। ତେଣୁ ବ୍ୟବସ୍ଥାଗତ ପରିଚାଳନା ପ୍ରତି ଦୃଷ୍ଟିଦେବା ସହିତ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସରକାର କରିଥିବା ବ୍ୟବସ୍ଥା, ନିୟମ କେବଳ ନାଁକୁ ମାତ୍ର ହୋଇ ରହିବ । ଜିଲାପାଳ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନର୍ଲା ନବୋଦୟ ବିଦ୍ୟାଳୟରୁ ଛାତ୍ର ନିଖୋଜ: ଥାନାରେ ମାମଲା ରୁଜୁ

ଭବାନୀପାଟଣା, ୬।୭ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଷ୍ଠମ ଶ୍ରେଣୀ ଛାତ୍ର ସଞ୍ଜିତ ନାଏକ ଗତ ୧ତାରିଖରୁ ନିଖୋଜ ଅଛନ୍ତି। ଏ...

ନେଟ୍‌ସେବା ବନ୍ଦ: ଛାତ୍ରୀଛାତ୍ର ହଇରାଣ

ସମ୍ବଲପୁର,୨୧।୪: (ବ୍ୟୁରୋ) ସମ୍ବଲପୁର ନାଗରିକ କଲ୍ୟାଣ ସମିତି ସଦସ୍ୟମାନେ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି।...

କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ, ୮ଶହ ଅଭିଭାବକ ସାମିଲ

କୁଆଁରମୁଣ୍ଡା,୧୬।୧(ଡି.ଏନ.ଏ.)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶମତେ ଗୁରୁବାର ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମାବେଶ...

ମନଇଚ୍ଛା ପାସ୍‌ ବଣ୍ଟନ କରୁଛି ବ୍ଲକ ପ୍ରଶାସନ: ସରପଞ୍ଚଙ୍କ ସ୍ବାମୀଙ୍କୁ ସରପଞ୍ଚ ମାନ୍ୟତା

ଜୁନାଗଡ,୨୯।୩(ଡି.ଏନ୍‌.ଏ): କୋଭିଡ-୧୯ ପାଇଁ ରାଜ୍ୟରେ ଲକ୍‌ଡାଉନ ହୋଇଛି। ଜରୁରୀକାଳୀନ ସେବା ପାଇଁ ପଞ୍ଚାୟତ ଓ ବ୍ଲକ କର୍ମଚାରୀଙ୍କୁ ଭେଇକିଲ ପାସ୍‌ ଦିଆଯାଉଛି। ଏହି ପାସ୍‌ଗୁଡିକ କଳାହାଣ୍ଡି...

ରାତି ପାହିଲେ ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର

ସମ୍ବଲପୁର,୧୦ା୯ (ବ୍ୟୁରୋ): ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର । ପୁରପଲ୍ଲୀ ସବୁଠି ଉତ୍ସବମୁଖର। ରାତି ପାହିଲେ ଇଷ୍ଟଦେବୀ ସମଲେଇଙ୍କଠାରେ ଧାର୍ଯ୍ୟ ଲଗ୍ନ ଅନୁସାରେ ଲାଗିହେବ ନବାନ୍ନ।...

ଡୁଙ୍ଗୁରିପାଲି ହେବ ୧ନଂ ବ୍ଲକ

ଡୁଙ୍ଗୁରିପାଲି, ୯ା୬(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସଭାଗୃହରେ ରବିବାର ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଡିଓ ସହଦେବ...

ପାଟଣାଗଡ଼ରେ କେଭି ପଛରେ

ପାଟଣାଗଡ଼,୨୩।୫: ପାଟଣାଗଡ଼ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ ପଛରେ ଚାଲିଛନ୍ତି। ବିଜେଡି ପ୍ରାର୍ଥୀଙ୍କଠାରୁ କେଭି ୨୦୬୬ ଭୋଟରେ ପଛୁଆ ଅଛନ୍ତି।

ପଥର ସନ୍ଧିରୁ ମିଳିଲା ନାବାଳିକାଙ୍କ ମୃତଦେହ

ସମ୍ବଲପୁର,୫।୧୦(ବ୍ୟୁରୋ): ସମ୍ବଲପୁର ଜିଲା ଦଲେଇପଡ଼ା ମହାନଦୀ ଘାଟରେ ସୋମବାର ଏକ ପରିବାର ୩ ଜଣ ସଦସ୍ୟ ଭାସିଯାଇଥିଲେ। ତେବେ ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର...

Advertisement
Archives

Model This Week