ବଜ୍ରପାତରେ ଜଳିଗଲା ଗଛ

ପାଟଣା, ୨୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ଘଟିଛି। ତୁରୁମୁଙ୍ଗା ଅଞ୍ଚଳରେ ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ବଡ଼ ବଡ଼ ବହୁ ପୁରାତନ ଗଛଗୁଡିକ ଭାଙ୍ଗି ପଡିବା ସହ ବହୁ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଥିଲା। ତୁରୁମୁଙ୍ଗା କ୍ଲବ ନିକଟରେ କିଶୋର ଚନ୍ଦ୍ର ସାହୁଙ୍କ ଦୋକାନ ଉପରେ ଏକ ବଡ଼ ବରଗଛ ଉପୁଡି ପଡିବାରୁ ସେ ଦୋକାନ ଭିତରେ ଫଶି ରହିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଦୋକାନ ଭିତରୁ ଅକ୍ଷତ ଭାବେ ଉଦ୍ଧାର କରିଛନ୍ତି। ଅନୁରୂପ ଭାବେ ତୁରୁମୁଙ୍ଗା ରାଜନଗର ରାସ୍ତାର କଇଣ୍ଡା ରାସ୍ତାରେ ଗଛ ପଡ଼ି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିପଡିଛି। ବଜ୍ରପାତ ଯୋଗୁ ତେନ୍ତେଳା ଗ୍ରାମରେ ଥିବା ଏକ ଶୁଖିଲା ଗଛରେ ନିଆଁ ଲାଗିଯାଇଥିଲା। ସେହିପରି କଇଣ୍ଡା ଗ୍ରାମର ସରୋଜ ଦେହୁରୀଙ୍କ ଘର ଉପରେ ଏକ ଆକାଶିଆ ଗଛ ପଡିଯାଇଥିବାରୁ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଘରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିସହ ତୁରୁମୁଙ୍ଗା ଗ୍ରାମର ଯଦୁମଣି ଲେଙ୍କାଙ୍କ ପାଚେରି ମଧ୍ୟ ଭାଙ୍ଗିବା ସହିତ ଅନେକ ଘରର ଚାଳଛପର ଉଡିଯାଇଛି। ଘଟଣାସ୍ଥଳରେ ପାଟଣା ଓ କେନ୍ଦୁଝର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ସହିତ ପଡିଥିବା ଗଛକୁ କାଟି ଯାତାୟାତ ସ୍ବାଭାବିକ କରିବାରେ ଲାଗିଛନ୍ତି। ଖୁବ୍‌ଶୀଘ୍ର କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ତୁରୁମୁଙ୍ଗା ସରପଞ୍ଚ ଉମେଶ ଦେହୁରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?