ବଜ୍ରପାତପ୍ରବଣ ରାଜ୍ୟ ଓଡ଼ିଶା: ୪ମାସରେ ୯ଲକ୍ଷ ଥର ବଜ୍ରପାତ

ଭୁବନେଶ୍ୱର, ୩।୯(ବ୍ୟୁରୋ): ଏକ ବଜ୍ରପାତ ପ୍ରବଣ ରାଜ୍ୟ ହୋଇ ମଧ୍ୟ ଓଡ଼ିଶା ଏହାର ମୁକାବିଲା କରିବାରେ ସଫଳ ସାବ୍ୟସ୍ତ ହୋଇଛି। ଆବଶ୍ୟକ ପଦକ୍ଷେପ ଏବଂ ଉଚିତ ସତର୍କତା ଗ୍ରହଣ କରାଯିବା ଫଳରେ ବଜ୍ରପାତ ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟରୁ ଯଥାସମ୍ଭବ ଓଡ଼ିଶାବାସୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର। କ୍ଲାଇମେଟ୍‌ ରେସିଲିଏଣ୍ଟ ସିଷ୍ଟମ ପ୍ରମୋଶନ କାଉନସିଲ୍‌ ପକ୍ଷରୁ ବଜ୍ରପାତକୁ ନେଇ ମୌସୁମୀ ଋତୁରେ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶା ଓ କର୍ନାଟକ ବଜ୍ରପାତ ମୁକାବିଲା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ।
ଦେଶର ବଜ୍ରପାତ ପ୍ରବଣ ରାଜ୍ୟଗୁଡ଼ିକ ମଧ୍ୟରୁ ଓଡ଼ିଶା ହେଉଛି ଅନ୍ୟତମ। ଗତ ଏପ୍ରିଲ ପହିଲାରୁ ଜୁଲାଇ ୩୧ତାରିଖ ମଧ୍ୟରେ ସାରା ଦେଶରେ ୬୪,୫୫,୫୪୦ଟି ବଜ୍ରପାତ ହୋଇଥିବାବେଳେ କେବଳ ଓଡ଼ିଶାରେ ୯,୦୦,୨୯୬ଟି ଘଟିଛି। ତେବେ ବଜ୍ରପାତ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି। ଏପ୍ରିଲରୁ ଜୁଲାଇ ମଧ୍ୟରେ ବଜ୍ରପାତରେ ୧୨୯ଜଣଙ୍କ ମୃତ୍ୟୁ ଘଟିଛି। ଉଚିତ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରୁ ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିବା ସମ୍ଭବ ହୋଇପାରିଛି। ତେବେ ଏ ଦିଗରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓସ୍‌ଡମା)ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ। ସେ କହିଛନ୍ତି, ବଜ୍ରପାତ ସଂକ୍ରାନ୍ତରେ ଲୋକଙ୍କୁ ଏସ୍‌ଏମ୍‌ଏସ୍‌ ଓ ସତର୍କ ଆପ୍‌ ଜରିଆରେ ଆଗୁଆ ସୂଚନା ପ୍ରଦାନ ଯୋଗୁ ସେମାନଙ୍କ ଜୀବନରକ୍ଷା କରାଯାଇପାରୁଛି।
ସୂଚନାଯୋଗ୍ୟ, ଏହି ୪ମାସ ମଧ୍ୟରେ ଉତ୍ତରପ୍ରଦେଶରେ ବଜ୍ରପାତରେ ସର୍ବାଧିକ ୨୨୪ ଜୀବନ ଯାଇଛି। ଏଠାରେ କିନ୍ତୁ ଓଡ଼ିଶା ତୁଳନାରେ କମ୍‌ ବଜ୍ରପାତ ହୋଇଛି। ବଜ୍ରପାତ କ୍ଷେତ୍ରରେ ଓଡ଼ିଶା ସବୁଠାରୁ ଆଗରେ ରହିଥିବା ରିପୋର୍ଟ କହୁଛି। ଚଳିତବର୍ଷ ଜୁନ୍‌ ମାସରେ ମୋଟ ୨୬,୧୪,୮୪୧ଟି ବଜ୍ରପାତ ହୋଇଥିବାବେଳେ ଜୁନ୍‌ ୨ତାରିଖରେ ସର୍ବାଧିକ ୨,୧୯,୦୦୦ଟି ବଜ୍ରପାତ ହୋଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ବଜ୍ରପାତଜନିତ ମୃତ୍ୟୁ ହୋଇଥିବାବେଳେ ପୂର୍ବ ସିଂହଭୂମ ଜିଲାରେ ସର୍ବାଧିକ ବଜ୍ରପାତ ହୋଇଥିବା ରେକର୍ଡ କରାଯାଇଛି। ଏପ୍ରିଲ ୧୫ ଓ ୧୬ ତାରିଖ ୨୪ଘଣ୍ଟା ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟରେ ସର୍ବାଧିକ ୮୯ଟି ବଜ୍ରପାତ ମୃତ୍ୟୁ ରେକର୍ଡ କରାଯାଇଛି। ତେବେ କମ୍‌ ବଜ୍ରପାତରେ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଥିବା ରାଜ୍ୟ ଉତ୍ତରପ୍ରଦେଶ ଓ ବିହାରରେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଲୋକଙ୍କୁ ବଜ୍ରପାତ ସଂକ୍ରାନ୍ତରେ ସଚେତନ କରିବା ସହିତ ବଜ୍ରପାତ ନିରୋଧ ଡିଭାଇସ୍‌ ସ୍ଥାପନ ଦ୍ୱାରା ଶତ ପ୍ରତିଶତ ସୁରକ୍ଷା ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଇଛି। ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ଅଧିକରୁ ଅଧିକ ସଂଖ୍ୟାରେ ବୃଦ୍ଧି ପାଉଥିବାରୁ ବୈଜ୍ଞାନିକ ପଦ୍ଧତିରେ ଏହାର ପରିଚାଳନା ଲାଗି ମତପ୍ରକାଶ ପାଇଛି। ଇତିମଧ୍ୟରେ ଆମେରିକାର ଆର୍ଥ ନେଟୱର୍କ ସହଯୋଗରେ ଓସ୍‌ଡମା ପକ୍ଷରୁ ବଜ୍ରପାତ ଚିହ୍ନଟ ସେନ୍‌ସର ସ୍ଥାପନ ହୋଇଛି, ଯାହା ବଜ୍ରପାତରୁ ଘଣ୍ଟାଏ ପୂର୍ବରୁ ସତର୍କର ସୂଚନା ଦେଉଛି। ଏସ୍‌ଏମ୍‌ଏସ୍‌, ଟିଭି ଚ୍ୟାନେଲ୍‌ ଓ ସୋସିଆଲ ମିଡିଆ ସାହାଯ୍ୟରେ ଏହାକୁ ଲୋକଙ୍କ ନିକଟକୁ ସଚେତନତାମୂଳକ ବାର୍ତ୍ତା ପଠାଯାଇ ପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri