ବଜ୍ରକୋଟ ଇନ୍ଦିରାଆବାସ ଚଞ୍ଚକତା ଘଟଣା : ଗରିବଙ୍କୁ ପକ୍କାଘର ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ

ରଣପୁର,୨୨ା୭(ସ୍ବ.ପ୍ର.) : ନୟାଗଡ଼ ଜିଲା ରଣପୁର ବ୍ଲକ ବଜ୍ରକୋଟ ପଞ୍ଚାୟତସ୍ଥ ଭେରୁପଡ଼ା ଗ୍ରାମରେ ଇନ୍ଦିରାଆବାସ ଯୋଜନାରେ ଚଞ୍ଚକତା ଘଟଣାର ଗୁମର ଧୀରେ ଧୀରେ ଖୋଲୁଛି। ଏଥିରେ ହୋଇଥିବା ଦୁର୍ନୀତିକୁ ବ୍ଲକ ପ୍ରଶାସନ ପକ୍ଷରୁ ଚପାଇ ଦେବା ସହିତ ଦୁର୍ନୀତିଗ୍ରସ୍ତଙ୍କୁ ଅଧିକ ଦୁର୍ନୀତି କରିବାକୁ ସୁଯୋଗ ଦିଆଯାଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଏହି ଘଟଣା ଜିଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ବ୍ଲକ ଓ ପଞ୍ଚାୟତ ଅଧିକାରୀଙ୍କୁ ଉକ୍ତ ପଞ୍ଚାୟତ ଗସ୍ତକରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତଦନ୍ତକାରୀ କର୍ମଚାରୀ ୨୦ରୁ ୩୦ ବର୍ଷ ତଳର ଘର ଦେଖାଇ ନୂତନ ପକ୍କାଘର ବିଲପାସ୍‌ କରାଇଦେବା ଘଟଣା ସାଧାରଣରେ ଚର୍ଚ୍ଚିତ ହୋଇଛି। ସୂଚନାଯୋଗ୍ୟ, ଗତ ୨ ତାରିଖ ଧରିତ୍ରୀରେ ବଜ୍ରକୋଟ ପଞ୍ଚାୟତ ଇନ୍ଦିରା ଆବାସ ଯୋଜନାରେ ଦୁର୍ନୀତି ଘଟଣା ପ୍ରକାଶ ପାଇଥିଲା। ଏହାକୁ ନୟାଗଡ଼ ଜିଲାପାଳ ଗୁରୁତ୍ୱ ଦେଇଥିଲେ।
ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ବଜ୍ରକୋଟ ପଞ୍ଚାୟତକୁ ଗସ୍ତ କରିଥିବା ତଦନ୍ତକାରୀ ଅଧିକାରୀ ପୁରୁଣାଘରକୁ ଦେଖାଇ ବିଲ୍‌ ପାସ୍‌ କରାଇବା ଭଳି ଘଟଣାକୁ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଘଣ୍ଟ ଘୋଡାଇବା ପାଇଁ ପ୍ରୟାସ କରାଯାଉଥିବା କୁହାଯାଇଛି। ତେଣୁ କାର୍ଯ୍ୟାଦେଶ ପାଇଥିବା ୨ହିତାଧିକାରୀଙ୍କୁ ଏବେ ତରବରିଆ ଭାବେ ନୂତନ ପକ୍କାଗୃହ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତରେ ଏଭଳି ଘଟଣା ଯୋଗୁ ବ୍ଲକରେ ଚାଲିଥିବା ଇନ୍ଦିରାଆବାସ ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ତଦନ୍ତରେ ଆସିଥିବା ନୟାଗଡ଼ ଏପିଡି (ଡିଆର୍‌ଡିଏ), ରଣପୁର ବିଡିଓ ପୁରୁଣା ଘରକୁ ନଥିପତ୍ରରେ ଦେଖାଇ ଜିଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି। ଏବେ ଚଞ୍ଚକତାକୁ ଘୋଡ଼ାଇବା ପାଇଁ ତୁରନ୍ତ ନୂତନ ପକ୍କାଘର ନିର୍ମାଣ ନିମନ୍ତେ ହିତାଧିକାରୀଙ୍କୁ ନିର୍ଦ୍ଦେଶ ଦେବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।
କେତେଜଣ ଭେରୁପଡ଼ା ଗ୍ରାମବାସୀ କହିିଛନ୍ତି, ୨ ହିତାଧିକାରୀ ତାଙ୍କର ଜେଜେବାପାଙ୍କ ଅମଳର ଘରକୁ ଦେଖାଇ ବିଲ୍‌ କରାଇନେଇଛନ୍ତି। ତଦନ୍ତକାରୀ ଏପିଡି(ଡିଆର୍‌ଡିଏ) ଅଧିକାରୀ ଓ ବିଡିଓ ଏହି ଘର ବିଷୟରେ କୌଣସି ତଥ୍ୟ ମଧ୍ୟ ସ୍ଥାନୀୟ ଲୋକଙ୍କୁ ପଚାରି ନ ଥିବା କେତେଜଣ ଗ୍ରାମବାସୀ କହିିଛନ୍ତି । ସୂଚନାଯୋଗ୍ୟ, ବଜ୍ରକୋଟ ପଞ୍ଚାୟତସ୍ଥ ଏହି ଆବାସ ଯୋଜନାରେ ଭେରୁପଡା ଗ୍ରାମର କୈଳାସ ସାହୁଙ୍କ ସ୍ତ୍ରୀ ଆଶାଲତା ସାହୁ ନାମରେ କାର୍ଯ୍ୟାଦେଶ ନଂ ୪୫୯/୨୦୧୩-୧୪ ଏବଂ ଶଙ୍କର ସାହୁଙ୍କ ସ୍ତ୍ରୀ ଝରୀ ସାହୁ ନାମରେ କାର୍ଯ୍ୟାଦେଶ ନଂ ୮୩୭/୨୦୧୪-୧୫ ଅନୁସାରେ ବ୍ଲକ ତରଫରୁ ଉଭୟଙ୍କୁ ୯୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା ।୬ ମାସ ଭିତରେ ଗୃହକାର୍ଯ୍ୟ ସମାପ୍ତ ନ କଲେ କାର୍ଯ୍ୟାଦେଶକୁ ରଦ୍ଦ କରାଯିବ ବୋଲି ବ୍ଲକ ତରଫରୁ କୁହାଯାଇଥିଲା । ହେଲେ ହିତାଧିକାରୀଦ୍ୱୟ କୌଣସି ଗୃହ କାର୍ଯ୍ୟ ନ କରି ଚଞ୍ଚକତାପୂର୍ଣ୍ଣ ଭାବେ ୨୦୧୯ ଜୁନ୍‌ ୧ ତାରିଖରେ ବକେୟା ୬୦ହଜାର ଟଙ୍କା ଲେଖାଏ ପାସ୍‌ କରାଇ ଦେଇଥିବା ଅଭିଯୋଗ ହୋଇଛି। ପୁରୁଣା ଆଜବେଷ୍ଟସ୍‌ ଘରକୁ ଦେଖାଇ ଉଭୟ ବ୍ଲକରୁ ୧ଲକ୍ଷ ୨୦ହଜାର ଟଙ୍କା ବିଲ୍‌ ପାସ କରାଇ ଦେଇଥିବା କୁହାଯାଇଛି। ଏହି ବିଷୟରେ ନୟାଗଡ଼ ଜିଲାପାଳ ଡ.ଏନ୍‌ ତିରୁମାଳା ନାୟକ କହିଛନ୍ତି, ଖବରଟି ଧରିତ୍ରୀରେ ପ୍ରକାଶ ପାଇବା ପରେ ଏହାର ତଦନ୍ତ କରିବା ପାଇଁ ଏପିଡିଙ୍କୁ ମୁଁ ନିର୍ଦ୍ଦେଶ ଦେଇଥିଲି। ସେ ରଣପୁର ବିଡିଓଙ୍କ ସହ ଗସ୍ତ କରି ତଦନ୍ତପୂର୍ବକ ୨ ହିତାଧିକାରୀ ଘର କରିଛନ୍ତି ବୋଲି ରିପୋର୍ଟ ଦେଲେ। ସେଥିଯୋଗୁ କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି ଜିଲାପାଳ କହିଥିଲେ। ତେବେ ତଦନ୍ତକାରୀ ଅଧିକାରୀ କିଭଳି ନୂତନ ଓ ପୁରୁଣା ଘର ବିଷୟରେ ଜାଣି ପାରିଲେ ନାହିଁ ସେ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri