ବଜାରରେ ଭିଡ, ରହୁନି ସାମାଜିକ ଦୂରତା

ବୁଗୁଡ଼ା,୧୩ା୫(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟା ୨ଶହ ଟପିଛି। ମାତ୍ର ଏବେବି ଲୋକେ ସଚେତନ ହେଉନାହନ୍ତି। ସାମାଜିକ ଦୂରତା ସହ ମାସ୍କ ବ୍ୟବହାର ପାଇଁ ପ୍ରଶାସନ ବାରମ୍ବାର ସଚେତନ କରୁଥିଲେ ମଧ୍ୟ ଲୋକେ ମାନୁ ନାହାନ୍ତି। ବୁଗୁଡ଼ା ବ୍ଲକର ୨ ସଙ୍ଗରୋଧ କେନ୍ଦ୍ରରେ ଥିବା ୬ ଅନ୍ତେବାସୀ କରୋନା ପଜିଟିଭ ବାହାରିବା ପରେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ପ୍ରଶାସନ ସକ୍ରିୟ ଥାଇ ଡାକବାଜି ଯନ୍ତ୍ର ଦ୍ୱାରା ବ୍ୟାପକ ପ୍ରଚାର କରୁଥିବାବେଳେ ବର୍ତ୍ତମାନ ସେପରି ତତ୍ପରତା ପ୍ରକାଶ ପାଉନାହିଁ କିମ୍ବା ଧରପଗଡ ହେଉନାହିଁ। ସହରର ବିଭିନ୍ନ ଦୋକାନ, ବ୍ୟାଙ୍କରେ ଲୋକେ ସାମାଜିକ ଦୂରତ୍ୱ ମାନୁନଥିବା ଦେଖାଯାଉଛି। ଅପରପକ୍ଷରେ ବାଇକରେ ଅଧିକାଂଶ ଯୁବକ ବିନା ମାସ୍କରେ ଏକାଧିକ ବ୍ୟକ୍ତି ବସି ବୁଲୁଛନ୍ତି। ଏନ୍‌ଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭଦ୍ରକ ଅଫିସ,୫।୭: ଭଦ୍ରକ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଜିଲାର ୩ ହଜାର ଚାଷୀଙ୍କୁ...

ପୋଲିସ ଗାଡିକୁ ପିଟିଲା ଟ୍ରକ୍‌: ୩ ଗୁରୁତର

ବାରିପଦା ଅଫିସ,୮।୧୦: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ୧୮ନଂ ଜାତୀୟ ରାଜପଥ ପାଲବଣୀ ମଞ୍ଚାବନ୍ଧା ମଧ୍ୟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ପୋଲିସଗାଡି...

ଲୁଣା ନଦୀରୁ ମୃତ ଥଣ୍ଟିଆ କୁମ୍ଭୀର ଉଦ୍ଧାର

ମହାକାଳପଡ଼ା,୫|୪(ଡି.ଏନ୍.ଏ.)- କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ଗ୍ରାମ ନିକଟ ଲୁଣା ନଦୀ ଗାଧୁଆ ତୁଠରୁ ଚାରି ଫୁଟ ଲମ୍ବର ମୃତ ଥଣ୍ଟିଆ କୁମ୍ଭୀରକୁ ଲୋକେ...

କାମ ହେବ କି ନାହିଁ ଲୋକେ ନିଷ୍ପତ୍ତି ନେବେ: ନରସିଂହ

ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର ସହରର ସର୍ବବୃହତ୍‌ ଜଳାଶୟ ମହାରାଣୀ ସାଗର ସବୁଠୁ ପ୍ରଦୂଷିତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା। ଏହି ଜଳାଶୟର...

‘ମହିମାପୀଠର ସବୁ ଆବଶ୍ୟକତା ପୂରଣ କରାଯିବ’

ଢେଙ୍କାନାଳ ଅଫିସ,୩୦।୫: ମହିମା ଧର୍ମ ଓଡ଼ିଶାରୁ ସୃଷ୍ଟି ହୋଇଛି। ସରଳ ଜୀବନଯାପନ, ସମାନତା, ବିଶ୍ୱ କଲ୍ୟାଣ, ନିଷ୍ଠାର ସହ ସେବା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।...

ଥାଣେ, କୋଏମ୍ବାଟୁରରୁ ଫେରିଲେ ୭୬୩ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୪ା୫: ମହାରାଷ୍ଟ୍ରର ଥାଣେ ଏବଂ ତାମିଲନାଡୁର କୋଏମ୍ବାଟୁରରୁ ୨ଟି ଟ୍ରେନରେ ବୁଧବାର ୭୬୩ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ଷ୍ଟେଶନ ପରିସରରେ ସେମାନଙ୍କ ସ୍କ୍ରିନିଂ ସହ...

ଏସ୍‌ପି କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ ଅଫିସ୍‌, ୨୧।୪: କନଷ୍ଟେବଳ ସ୍ବାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ମହିଳା ଦେହରେ ପେଟ୍ରୋଲ ଢାଳିହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ...

କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଘରେ ସିବିଆଇ ଚଢାଉ

ରାଉରକେଲା ଅଫିସ,୧୨। ୧-କେନ୍ଦ୍ରୀୟ ଅବକାରୀ ବିଭାଗ ଡେପୁଟି କମିଶନର ଆସିକ ଜମାଲଙ୍କ ଘରେ ଶନିବାର ସିବିଆଇ ଚଢାଉ କରିଥିବା ସୂଚନା ମିଳିଛି। ରାଉରକେଲା ସେକ୍ଟର ୬...

Advertisement
Archives

Model This Week