ବଜାରରୁ ଭିଟାମିନ ସି, ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଉଭାନ

ଜୟପୁର,୧୮ା୪(ନି.ପ୍ର.): ସାରା ବିଶ୍ୱକୁ କିଛି ମାସ ହେଲା ଆତଙ୍କିତ କରି ରଖିଛି କରୋନା ଭାଇରସ। ଏହାର ମୁକାବିଲା ପାଇ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। କୋରାପୁଟ ଜିଲାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏହି ଭାଇରସ ସାଧାରଣ ଜନତାଙ୍କୁ ଏତେ ଭୟଭୀତ କରିଛି ଯେ ସେମାନେ ଡାକ୍ତରଙ୍କ ପରାମର୍ଶ ବିନା ବଜାରରୁ ଔଷଧ କିଣି ନେଉଛନ୍ତି। ଫଳରେ ଜିଲାର ଔଷଧ ଦୋକାନରେ ଭିଟାମିନ-ସି ଔଷଧ ଓ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ ମିଳିବା କଷ୍ଟକର ହୋଇପଡ଼ିଛି।
ଭିଟାମିନ ସି ଟାବଲେଟ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯିବ ଓ କରୋନା ସହଜରେ ଜଣଙ୍କୁ ଆକ୍ରାନ୍ତ କରିପାରିବ ନାହିଁ ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ସେହିପରି କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଆବଶ୍ୟକ ଥିବା ଜଣାପଡ଼ିବା ପରେ ଏହାର ବିକ୍ରି ବହୁ ପରିମାଣରେ ବଢ଼ିଯାଇଛି। ଏହି ୨ଟି ଔଷଧ ଜିଲାର ଅଧିକାଂଶ ଡ୍ରଗ୍‌ ହାଉସରେ ମିଳୁନାହିଁ। କୋରାପୁଟ ଜିଲାରେ ୨ ଶହରୁ ଅଧିକ ଔଷଧ ଦୋକାନ ଥିବାବେଳେ ଦେଶରେ କରୋନା ସ୍ଥିତି ପୂର୍ବରୁ ସବୁ ଦୋକାନରେ ଏହି ଭିଟାମିନ ସି ଔଷଧ ଉପଲବ୍ଧ ହେଉଥିଲା। କିନ୍ତୁ ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିବା ମାତ୍ରେ ହଠାତ୍‌ ବଜାରରୁ ଭିଟାମିନ ସି ଔଷଧ ନେବା ପାଇଁ ଡ୍ରଗ୍‌ ହାଉସରେ ଭିଡ଼ ଲାଗିଲା। କିଛିଦିନ ଭିତରେ ଏହି ଦୁଇଟି ଔଷଧ ମଧ୍ୟ ଶେଷ ହୋଇଗଲା। ହାଇଡ୍ରୋକ୍ସିକ୍ଲୋରୋକୁଇନ କରୋନା ପାଇଁ ଅତି ଜରୁରୀ ଥିବାବେଳେ ଏହି ଔଷଧ ପାଇଁ ଭାରତ ସରକାରଙ୍କ ନିକଟରେ ବହୁ ରାଷ୍ଟ୍ର ହାତ ପତାଉଛନ୍ତି। ବର୍ତ୍ତମାନ କୋରାପୁଟ ଜିଲାର ଔଷଧ ଦୋକାନରୁ ଏହି ଔଷଧ ଶେଷ ହୋଇଗଲାଣି। କିନ୍ତୁ କରୋନା ଆତଙ୍କିତ ଲୋକେ ଏହାକୁ ନେଇ ଘରେ ଗଚ୍ଛିତ କରି ରଖିଛନ୍ତି। ଜଣେ ଔଷଧ ଦୋକାନୀ କହିଛନ୍ତି, ବର୍ତ୍ତମାନ ଔଷଧ ସରିଯାଇଛି। ୨ରୁ ୩ ଦିନ ଭିତରେ ଆସିବ ବୋଲି ଷ୍ଟକିଷ୍ଟ କହିଛି। ଏ ନେଇ ଜିଲା ଚିକିତ୍ସାଧିକାରୀ ମକରାନନ୍ଦ ବେଉରା କହିଛନ୍ତି, ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଔଷଧ ଖାଇବା କଥା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁ ଖଣିଜ ଚୋରି ରୋକିବାକୁ ୧୦ ଜିଲାପାଳଙ୍କୁ ଚିଠି

କଟକ ଅଫିସ,୧୨।୧୨: କେନ୍ଦ୍ରାଞ୍ଚଳ ଅଧୀନ ୧୦ଟି ଜିଲାରେ ଆଖିବୁଜା ଲଘୁ ଖଣିଜଦ୍ରବ୍ୟ ଚୋରି ହେଉଛି। ଏହି ଚୋରିକୁ ରୋକିବା ପାଇଁ ଆର୍‌ଡିସି ଅନିଲ କୁମାର ସାମଲ...

ପୂର୍ବତନ ନଗରପାଳଙ୍କ ଶବାଧାରରେ କାନ୍ଧ ଦେଲେ ମନ୍ତ୍ରୀ

ଆଠଗଡ଼,୨।୧୧(ସ୍ବ.ପ୍ର.): ମୃତଦେହକୁ କାନ୍ଧ ଦେଲେ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ...

ଲୋଭର ବଶବର୍ତ୍ତୀ ନ ହୋଇ ଯୁବକ ଫେରାଇଲେ ୨୨ ହଜାର ଟଙ୍କା

ସୁନ୍ଦରଗଡ,୧୯।୧୦(ଡି.ଏନ୍‌.ଏ.)-ଆଜି ବିଞ୍ଚିଛି ମାନବିକତା। ଲୋଭର ବଶବର୍ତ୍ତୀ ନ ହୋଇ ଜଣେ ଯୁବକ ଶହେ କି ହଜାରେ ନୁହେଁ ଏକାବେଳେ ୨୨ ହଜାର ଟଙ୍କା ରାସ୍ତାରୁ ପାଇଥିଲେ...

ଧାନ ଅମଳ ସମୟରେ ଝିପିଝିପି ବର୍ଷା: ଚାଷୀ ମନରେ ଛନକା

ବନ୍ତ,୨୭।୧୨(ସ୍ବ.ପ୍ର.)-ଏବେ ଚଳିତବର୍ଷ ଖରିଫ୍‌ ଧାନ ଅମଳ ଚାଲିଥିବାବେଳେ ଗୁରୁବାର ଅପରାହ୍ନରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀ ମନରେ ଛନକା ପଶିଛି। ବର୍ଷାର ପରିମାଣ ବଢ଼ିଲେ...

ମାଲକାନଗିରି ସହରର ବିଭିନ୍ନ ଅଞ୍ଚଳ ବିଶୋଧନ

ମାଲକାନଗିରି,୧୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦରମହକୁମାର ବିଭିନ୍ନ ସ୍ଥାନକୁ ଶନିବାର ବିଶୋଧନ କରାଯାଇଛି। ସାରା ରାଜ୍ୟରେ କରୋନା ଭୂତାଣୁର ପ୍ରତିରୋଧ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା...

ଶ୍ରମିକନେତାଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା

ରୂପ୍‌ସା, ୧୪ା୪(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଝୋଟ କାରଖାନା ଶ୍ରମିକ ସଂଘ ତରଫରୁ ଶ୍ରମିକ ନେତା ସ୍ବର୍ଗତ ଯୋଗେନ ଦାସଙ୍କ ସ୍ମୃତିସଭା ସୋମବାର ଅନୁଷ୍ଠିତ ହୋଇଯାଇଛି।...

ମାସ୍କ କିଣାବିକା ଦୁର୍ନୀତି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୧୧ା୬: ରାଜ୍ୟରେ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। କରୋନା ମୁକାବିଲା ପରିବର୍ତ୍ତେ ରାଜ୍ୟରେ ମାସ୍କ କିଣାବିକା ଦୁର୍ନୀତି ଚାଲିଛି। ଏହାର ପ୍ରତିବାଦରେ...

କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଚାନ୍ଦପୁର କୋଭିଡ ମେଡିକାଲ ପରିଦର୍ଶନ

ରଣପୁର,୨୭।୫(ସ୍ବ.ପ୍ର)-ନୟାଗଡ ଜିଲା ଚାନ୍ଦପୁରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ବୁଧବାର କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲ ଅଚାନକ ଗସ୍ତରେ ଆସି ପରିଦର୍ଶନ କରିଛନ୍ତି।...


Coronavirus Update

Archives

Model This Week

Why Dharitri