ବଙ୍କରକୁ ଫେରିଯାଅ

ସିଟଲ,୧୩ା୬: ଆମେରିକାର ପଶ୍ଚିମ ଉପକୂଳରେ ଥିବା ସିଟଲ ସହରରେ ବିକ୍ଷୋଭକାରୀଙ୍କ ପୋଲିସମୁକ୍ତ ସ୍ବୟଂଶାସିତ ଜୋନ୍‌ରେ ହସ୍ତକ୍ଷେପ କରିବେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଥିଲେ। ଫଳରେ ଟ୍ରମ୍ପ୍‌ ଓ ସିଟଲ ମେୟରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଟ୍ରମ୍ପ୍‌ ନିଜ ବଙ୍କରକୁ ଫେରିଯାଆନ୍ତୁ ବୋଲି ମେୟର ଜେନି ଡୁର୍କାନ ଆକ୍ଷେପ କରିଛନ୍ତି।
ସୂଚନାଯୋଗ୍ୟ, କୃଷ୍ଣକାୟ ଜର୍ଜ ଫ୍ଲୋୟଡଙ୍କମୃତ୍ୟୁପରେଆମେରିକାରେ ହିଂସାତ୍ମକ ଆନ୍ଦୋଳନ ଚାଲିଥିବାବେଳେ ଉତ୍ତ୍ୟକ୍ତ ହଜାର ହଜାର ବିକ୍ଷୋଭକାରୀ ହ୍ବାଇଟ ହାଉସ୍‌କୁ ଘେରିଯିବାରୁ ସୁରକ୍ଷା ଦୃଷ୍ଟିରୁ ଟ୍ରମ୍ପ୍‌ଙ୍କୁ ସିକ୍ରେଟ ସର୍ଭିସ ସଂସ୍ଥା ବଙ୍କର ମଧ୍ୟକୁ ନେଇଯାଇଥିଲା। ସିଟଲ୍‌କୁ କବ୍‌ଜା କରିଥିବା ବିକ୍ଷୋଭକାରୀଙ୍କୁ ଟ୍ରମ୍ପ୍‌ ଘରୋଇ ଆତଙ୍କବାଦୀ କହିଥିଲେ। ଏହାସହ ଯଦି ମେୟର ଜେନି ଡୁର୍କାନ ଓ ଓ୍ବାଶିଂଟନ ଗଭର୍ନର ଜେ ଇନ୍‌ସଲ ସହରକୁ ନିୟନ୍ତ୍ରଣ କରିପାରୁନାହାନ୍ତି ତେବେ ସେ ନିଜେ ହସ୍ତକ୍ଷେପ କରିବେ ବୋଲି ଚେତାବନୀ ଦେଇଥିଲେ। ଏହାର ଉତ୍ତରରେ ମେୟର ଲେଖିଛନ୍ତି, ଆମ ସମସ୍ତଙ୍କୁ ସୁରକ୍ଷିତ ରଖିବାକୁ ଟ୍ରମ୍ପ୍‌ ତାଙ୍କ ବଙ୍କରକୁ ଚାଲିଯାଆନ୍ତୁ। ଗଭର୍ନର ମଧ୍ୟ ଟ୍ରମ୍ପ୍‌ଙ୍କୁ ଆକ୍ଷେପ କରିଛନ୍ତି। କହିଛନ୍ତି, ଶାସନ କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ ବ୍ୟକ୍ତି ଓ୍ବାଶିଂଟନ ରାଜ୍ୟ ବ୍ୟାପାରରେ ମୁଣ୍ଡ ନ ଖେଳାନ୍ତୁ ଓ ଟୁଇଟ କରିବା ବନ୍ଦ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଣ୍ଣବୈଷମ୍ୟ ଅଭିଯୋଗ: ଇସ୍ତଫା ଦେଲେ ରଶ୍ମୀ ସାମନ୍ତ

ନୂଆଦିଲ୍ଲୀ/ଲଣ୍ଡନ,୧୮।୨: ପ୍ରଥମ ଭାରତୀୟ ମହିଳା ଭାବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇଥିବା ରଶ୍ମୀ ସାମନ୍ତ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏନେଇ ଫେସ୍‌ବୁକ୍‌ରେ...

ସଫେଇ କର୍ମଚାରୀଙ୍କ ସହ ଥିଲା ପୁତିନଙ୍କ ସମ୍ପର୍କ!

ମସ୍କୋ,୨୯ ।୧୧: ରୁଷିଆ ଗଣମାଧ୍ୟମ ପ୍ରୋଏକେଟର ଏକ ରିପୋର୍ଟ ଅନୁଯାୟୀ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କର ଜଣେ ମହିଳା ସଫେଇ କର୍ମଚାରୀଙ୍କ ସହ ସମ୍ପର୍କ ଥିଲା...

ଶେଷରେ ମାନୁଛି ପାକିସ୍ତାନ: ବିଶ୍ୱ ଆମ କଥା ନୁହେଁ ଭାରତ କଥା ଶୁଣୁଛି

ଇସ୍‌ଲାମାବାଦ,୧୨।୯: ଜମ୍ମୁ-କଶ୍ମୀର ମାମଲାରେ ଏବେ ପାକିସ୍ତାନ ଯେ ଏକୁଟିଆ ହୋଇଯାଇଛି ତାହା ସେ ଉବଲବ୍ଧି କରି ସାରିଲାଣି। ନିକଟରେ ପାକିସ୍ତାନ ବୈଦେଶିକମନ୍ତ୍ରୀ କଶ୍ମୀର ଭାରତର ରାଜ୍ୟ...

ଶାର୍କ ଆକ୍ରମଣ ପରେ ବନ୍ଦ ହେଲା ସିଡ୍‌ନୀ ବିଚ୍‌

ସିଡ୍‌ନୀ,୧୭।୨: ସିଡ୍‌ନୀର ସମୁଦ୍ର କୂଳରେ ଶାର୍କ ଆକ୍ରମଣରେ ବୁଧବାର ଅପରାହ୍ନରେ ଜଣେ ସନ୍ତରଣକାରୀ ପ୍ରାଣ ହରାଇଛନ୍ତି। ଗତ ୬୦ ବର୍ଷ ମଧ୍ୟରେ ଶାର୍କ ଆକ୍ରମଣର ଏହା...

ଆଫଗାନ ଟିଭି ସାମ୍ବାଦିକାଙ୍କୁ ହତ୍ୟା

ଜଲାଲବାଦ(ଆଫଗାନିସ୍ଥାନ),୧୦।୧୨- ମହିଳା ସାମ୍ବାଦିକ ଓ ତାଙ୍କ ଡ୍ରାଇଭରଙ୍କୁ ଗୁରୁବାର ଜଣେ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି। ନାନ୍‌ଗାରହାର ପ୍ରଦେଶ ଗର୍ଭନରଙ୍କ ପ୍ରବକ୍ତା ଅଟଉଲା ଖୋଗାନି...

ଲକ୍‌ଡାଉନ୍‌ ହଟିଲେ ମଧୁମେହ ରୋଗୀଙ୍କୁ ବିପଦ

ଲଣ୍ଡନ,୨୬ା୫: ଲକ୍‌ଡାଉନ ହଟାଯିବା ପରେ ମଧ୍ୟ ମଧୁମେହ ରୋଗୀଙ୍କୁ ଘର ଭିତରେ ରହିବାକୁ ପଡ଼ିପାରେ। କାରଣ କରୋନା ସଂକ୍ରମଣର ଅଧିକ ଆଶଙ୍କା ଥିବା ବର୍ଗରେ ସେମାନେ...

ସଚେତନ କରିଥିବା ଚାଇନା ଡାକ୍ତର ଆଇସିୟୁରେ

ଉହାନ୍‌, ୫ା୨: ଚାଇନାରେ କରୋନା ଭାଇରସ୍‌ ଉଗ୍ର ରୂପ ଧାରଣ କରିଛି। ହେଲେ ଏହାର ଭୟାବହତାକୁ ନେଇ ପ୍ରଥମେ ଲୋକମାନଙ୍କୁ ସଚେନତ କରାଇଥିବା ଚାଇନା ଡାକ୍ତର...

ଉହାନ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଘୋଷିତ

ବେଜିଂ, ୨୦ା୪- କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ଏକ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କରୋନା ଯୋଗୁ ସହରର...

Advertisement
Archives

Model This Week