ବକ୍ସ ଅଫିସରେ ସୁପର୍‌ହିଟ୍‌ ସାବ୍ୟସ୍ତ ହେଲା ବାଟ୍‌ଲା ହାଉସ୍‌

ଅଗଷ୍ଟ ୧୫ରେ ରିଲିଜ ହୋଇଥିବା ଜନ ଆବ୍ରାହମଙ୍କ ସିନେମା ‘ବାଟ୍‌ଲା ହାଉସ’ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଛି। ଅକ୍ଷୟ କୁମାଙ୍କ ‘ମିଶନ୍‌ ମଙ୍ଗଲ୍‌’କୁ ଏହି ଫିଲ୍ମ କଡ଼ା ଟକ୍କର ଦେବାକୁ ସମର୍ଥ ହୋଇଛି। ରିଲିଜର ୧୨ ଦିନ ପରେ ଫିଲ୍ମଟି ୮୬.୦୪ କୋଟି ଟଙ୍କା ଆୟ କରିଛି। ଖୁବଶିଘ୍ର ୧୦୦କୋଟି କ୍ଲବରେ ସାମିଲ ହେବ ବୋଲି ଫିଲ୍ମ ବିଶେଷଜ୍ଞମାନେ କହିଛନ୍ତି। ନିଖିଲ ଆଡଭାଣୀଙ୍କ ଦ୍ବାରା ନିର୍ଦେଶିତ ଏହି ଫିଲ୍ମକୁ ଦର୍ଶକ ଦୀର୍ଘ ଦିନ ହେଲାଣି ଅପେକ୍ଷା କରି ରହିଥିଲେ। ଏହି ଫିଲ୍ମରେ ଜନ ଆବ୍ରାହମଙ୍କ ସହ ମୃଣାଳ ଠାକୁର, ନୋରା ଫତେହୀ ଓ ରବି କିଶନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଏକ ଫିଲ୍ମ, ଯାହା ଦେଶଭକ୍ତିରେ ଭରି ରହିଛି। ଗତ କିଛି ବର୍ଷ ହେଲାଣି ଜନ୍‌ ଦେଶଭକ୍ତି ଉପରେ ଆଧାରିତ ସିନେମା କରୁଥିବା ଦେଖିବାକୁ ମିଳୁଛି। ଏହାପୂର୍ବରୁ ଜନ ‘ପରମାଣୁ’, ‘ସତ୍ୟମେବ ଜୟତେ’ ଭଳି ଫିଲ୍ମ କରି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?