Posted inଖେଳ

ବକ୍ସିଂ ରିଙ୍ଗ୍‌ରେ ଦୁଇ ଭାଇ ମୁହାଁମୁହିଁ

ଭୁବନେଶ୍ୱର, ୨ା୩ (କ୍ରୀଡ଼ା ପ୍ରତିନିଧି)- ରବିବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଗୋଟିଏ ଇଭେଣ୍ଟରେ ଦୁଇ ଭାଇ କିମ୍ବା ଯମଜ ଭଉଣୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜର ଖୋରାକ ଯୋଗାଇଥିଲା। ଅନ୍ତିମ ଦିବସରେ ପଟିଆଲାର ଦୁଇ ଭାଇଙ୍କୁ ବକ୍ସିଂ ରିଙ୍ଗ୍‌ ମଧ୍ୟରେ ସ୍ବର୍ଣ୍ଣ ପଦକ ପାଇଁ ଲଢ଼େଇ କରୁଥିବା ଦେଖା ଯାଇଥିଲା। ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟଳୟରେ ପଢ଼ୁଥିବା ଗୁରବିନ୍ଦର ସିଂ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ତାଙ୍କ ସାନଭାଇ ହରବିନ୍ଦର ସିଂଙ୍କ ସହ ୪୯ କେଜି କାଟେଗୋରିରେ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ। କେହି କାହାରିକୁ ଛାଡ଼ିବା ସ୍ଥିତିରେ ନ ଥିବାରୁ ଲଢ଼େଇ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଶେଷରେ ଗୁରବିନ୍ଦର ୨-୧ ପଏଣ୍ଟ ବ୍ୟବଧାନରେ ହରବିନ୍ଦରଙ୍କୁ ପରାସ୍ତ କରିଥିଲେ। ”ଆମେ ଯେତେବେଳେ ରିଙ୍ଗ୍‌କୁ ଗଲୁ ଦୁଇ ଭାଇ ବୋଲି ଭୁଲି ଯାଇଥିଲୁ। ଉଭୟ ଲଢ଼େଇରେ ବିଜୟୀ ହେବାକୁ ଚାହିଁଥିଲୁ। କୌଣସି ପରିସ୍ଥିତିରେ ହାଲ୍‌କା ମନୋଭାବ ପୋଷଣ ସମ୍ଭବ ନ ଥିଲା“ ବୋଲି ଗୁରବିନ୍ଦର ପ୍ରକାଶ କରିଛନ୍ତି। ପ୍ରଥମ ଅଣଭାରତୀୟଭାବେ ୨୦୧୨ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଜିତିଥିବା କ୍ୟୁବାର ବି.ବେର୍ନାଣ୍ଡେଜ୍‌ଙ୍କ ନିକଟରେ ଦୁଇ ଭାଇ ପ୍ରଶିକ୍ଷଣ ନେଉଛନ୍ତି। ଉଭୟଙ୍କର ଉଜ୍ଜ୍ୱଳ ଭବିଷ୍ୟତ ରହିଛି ବୋଲି କୋଚ୍‌ ବେର୍ନାଣ୍ଡେଜଙ୍କ ମତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଟି-୨୦: ଟସ୍‌ ଜିଣି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ବେଙ୍ଗାଲୁରୁ, ୨୨।୯: ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଅନ୍ତିମ ମ୍ୟାଚ ଖେଳାଯାଉଛି। ଭାରତୀୟ ଅଧିନାୟକ ବିରାଟ କୋହଲି...

ସେମିରେ ପହଞ୍ଚିଲା ଅପରାଜେୟ ପାକିସ୍ତାନ

ଆବୁଧାବି,୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଅପରାଜେୟ ଧାରା ରଖିଛି ପାକିସ୍ତାନ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ବାବର ଆଜାମଙ୍କ ଦଳ ୪୫ ରନ୍‌ରେ ନାମ୍ବିଆକୁ ହରାଇ ଦେଇଛି।...

ଆଶେସ: ସଂଘର୍ଷପୂର୍ଣ୍ଣ ହେବ ଚତୁର୍ଥ ଟେଷ୍ଟ

ମାଞ୍ଚେଷ୍ଟର, ୪।୯(ଏ.ଏଫ୍‌.ପି.)- ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ହାଇପ୍ରୋଫାଇଲ ଆଶେସ ସିରିଜର ଚତୁର୍ଥ ଟେଷ୍ଟରେ...

ଆର୍‌ସିବି ଅଧ୍ୟକ୍ଷ ହେବେ ଆନନ୍ଦ

ନୂଆଦିଲ୍ଲୀ,୧୯।୯(ପି.ଟି.): ଡିଆଜିଓ ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଆନନ୍ଦ କ୍ରିପାଳୁ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର (ଆର୍‌ସିବି) ଅଧ୍ୟକ୍ଷ ପଦରେ ନିଯୁକ୍ତ ହେବେ। ସଞ୍ଜୀବ୍‌ ଚୁରିଓ୍ବାଲାଙ୍କ ବଦଳରେ...

ଗାଙ୍ଗୁଲିଙ୍କ ରୁଟିନ ରକ୍ତ ନମୁନା ରିପୋର୍ଟ ସନ୍ତୋଷଜନକ : ମେଡିକାଲ

କୋଲକାତା,୫ା୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ରୁଟିନ ରକ୍ତ ନମୁନା ରିପୋର୍ଟ ସନ୍ତୋଷଜନକ। ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ...

ଭାରତ, ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରୁ ବାଦ୍‌ ପଡ଼ିଲେ ରବାଡା

ମେଲବୋର୍ନ,୨୯ା୨- କାଗିସୋ ରବାଡା ଆଗାମୀ ମାସରେ ଅଷ୍ଟ୍ରେଲିଆ ଓ ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିପାରିବେ ନାହିଁ। ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌ରେ...

ଆଜି ଭାରତ-ଶ୍ରୀଲଙ୍କା ନିର୍ଣ୍ଣାୟକ ଟି-୨୦: ଜାଣନ୍ତୁ କେବେ ଓ କେଉଁଠି ଦେଖିବେ ଏହି ମ୍ୟାଚ୍‌…

କଲମ୍ବୋ,୨୯।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ଗୁରୁବାର ଖେଳାଯିବ। ଭାରତୀୟ ଟିମ୍‌ର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କୋଭିଡ ସଂକ୍ରମିତ ହୋଇଯିବା ପରେ ଦ୍ୱିତୀୟ...

ଭାରତୀୟ ଡ୍ରେସିଂ ରୁମ୍‌ରେ କଟାଗଲା ୩ କେକ୍‌

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା...

Advertisement
Archives

Model This Week