Posted inଖେଳ

ବକ୍ସିଂ ଡେ ଟେଷ୍ଟ: ହେଡ୍‌ଙ୍କ ଶତକ, ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ମେଲବୋର୍ନ.୨୭।୧୨(ଏଏଫ୍‌ପି)- ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କ ଶତକ ଓ ପରେ ବୋଲରଙ୍କ ପ୍ରାରମ୍ଭିକ ସଫଳତା ସହାୟତାରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ସ୍ଥିତି ଦୃଢ଼ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୫୫.୧ ଓଭରରେ ୪୬୭ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇ ଶୁକ୍ରବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୮ ଓଭରରେ ୨ ଉଇକେଟ ହରାଇ ୪୪ ରନ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡ ୮ ଉଇକେଟ ହାତରେ ରଖି ଏବେ ୪୨୩ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଟମ୍‌ ଲଥାମ ୯ ଓ ଅଭିଜ୍ଞ ରସ ଟେଲର ୨ ରନ କରି ଅପରାଜିତ ରହିଛନ୍ତି। ଅନ୍ୟତମ ଓପନର ଟମ୍‌ ବ୍ଲଣ୍ଡେଲ ୧୫ ଓ ଅଧିନାୟକ କେନ୍‌ ଓ୍ବିଲିୟମସନ ୯ ରନ କରି ଉଇକେଟ କିପର ଟିମ୍‌ ପେନ୍‌ଙ୍କୁ କ୍ୟାଚ୍‌ ଦେଇ ଯଥାକ୍ରମେ ପ୍ୟାଟ୍‌ କୁମିନ୍ସ ଓ ଜେମ୍ସ ପାଟିନସନଙ୍କ ଦ୍ୱାରା ଆଉଟ ହୋଇଛନ୍ତି।
ଓଭରନାଇଟ୍‌ ସ୍କୋର ୨୫୭/୪ରୁ ଖେଳ ଆରମ୍ଭ କରି ଅଷ୍ଟ୍ରେଲିଆ ଅଲଆଉଟ ହୋଇଥିଲା। ଅପରାଜିତ ଥିବା ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ୨୫ ରନରୁ ଖେଳ ଆରମ୍ଭ କରି ୧୧୪ ରନର ଶତକୀୟ ପାଳି ଖେଳି ନେଲ ଓ୍ବାଗନରଙ୍କ ବଲ୍‌ରେ ମିଚେଲ ସାଣ୍ଟନରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏଥିସହିତ ହେଡ୍‌ କ୍ୟାରିୟର ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରି ସମାଲୋଚକଙ୍କୁ ଚୁପ୍‌ କରିଛନ୍ତି। ସେହିପରି ୭୭ ରନରୁ ଖେଳ ଆରମ୍ଭ କରି ନିର୍ଭରଯୋଗ୍ୟ ଷ୍ଟିଭ୍‌ ସ୍ମିଥ୍‌ ୮୫ ରନ କରି ହେନେରୀ ନିକୋଲ୍ସଙ୍କୁ କ୍ୟାଚ୍‌ ଦେଇ ଓ୍ବାଗନର ଶିକାର ହୋଇଥିଲେ। ସେହିପରି ପେନ୍‌ ମଧ୍ୟ ୭୯ ରନର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେ ସପ୍ତମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିଲେ। ହେଡ ଓ ପେନ୍‌ ଷଷ୍ଠ ଉଇକେଟ ଯୋଡିରେ ୧୫୦ ରନ ସଂଗହ କରି ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ ୧, ନାଥନ ଲିୟନ ୧ ଓ କୁମିନ୍ସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ପାଟିନସନ ୧୪ ରନ କରି ଅପରାଜିତ ରହିଥିଲେ। ଏକଦା ୫ ଉଇକେଟ ହରାଇ ଅଷ୍ଟ୍ରେଲିଆ ଚା’ପାନ ବିରତି ସୁଦ୍ଧା ୪୩୧ ରନ କରି ଦୃଢ଼ ସ୍ଥିତିରେ ଥିଲା। ତେବେ ଏହାପରେ ଦଳ ମାତ୍ର ୯ ଓଭରରେ ୩୬ ରନରେ ବାକି ୫ ଉଇକେଟ ହରାଇ ଅଲଆଉଟ ହୋଇଥିଲା। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଓ୍ବାଗନର ସର୍ବାଧିକ ୪, ଟିମ୍‌ ସୌଦି ୩, କଲିନ ଡି ଗ୍ରାଣ୍ଡହୋମ ୨, ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଉଲ୍ଲେଖଥାଉ କି, ପର୍ଥରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨୯୬ ରନରେ ପରାସ୍ତ ହୋଇ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ପଛରେ ପଡିଛି।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୫୫.୧ ଓଭରରେ ୪୬୭ ରନରେ ଅଲଆଉଟ
(ହେଡ୍‌-୧୧୪, ସ୍ମିଥ୍‌- ୮୫, ପେନ- ୭୯, ଲାବୁସେନ- ୬୩, ଓ୍ବାର୍ନର- ୪୧, ମାଥ୍ୟୁ ଓ୍ବେଡ- ୩୮, ଓ୍ବାଗନର- ୪/୮୩, ସୌଦି- ୩/୧୦୩, ଗ୍ରାଣ୍ଡ ହୋମ- ୨/୬୮, ବୋଲ୍ଟ- ୧/୯୧)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୧୮ ଓଭରରେ ୪୪/୨
(ଲଥାମ- ୯*, ଟେଲର- ୨*, ବ୍ଲଣ୍ଡେଲ- ୧୫, ଓ୍ବିଲିୟମସନ-୯, କୁମିନ୍ସ- ୧/୮, ପାଟିନସନ- ୧/୯)।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri