ବକେୟା ୧୦ପ୍ରତିଶତ ଦରମା ପାଇବେ ସରକାରୀ କର୍ମଚାରୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): କେନ୍ଦ୍ର ସରକାର ଗତ ୧ ଜାନୁୟାରୀ ୨୦୧୬ରୁ ସରକାରୀ କର୍ମଚାରୀଙ୍କ ପାଇଁ ୭ମ ବେତନ କମିଶନ ଲାଗୁ କରିଥିଲେ, ଯାହା ଓଡ଼ିଶା ସରକାର ସେପ୍ଟେମ୍ବର ୨୦୧୭ରେ ଘୋଷଣା କରି ପିଛିଲା ଭାବେ ୧ ଜାନୁୟାରୀ ୨୦୧୬ରୁ ଲାଗୁ କରାଯିବା ନେଇ କହିଥିଲେ। ତେବେ ୨୦୧୬ ଜାନୁୟାରୀରୁ ଘୋଷଣା କରାଯାଇଥିବା ତାରିଖ ମଧ୍ୟରେ ରାଜ୍ୟ ସରକାରଙ୍କ କର୍ମଚାରୀ ପାଇବାକୁ ଥିବା ଏରିୟର ବାବଦ ଅର୍ଥରୁ ମାତ୍ର ୪୦ ପ୍ରତିଶତ ପାଇଥିଲେ। ବାକି ୬୦ ପ୍ରତିଶତ ଏରିୟର ଏପର୍ଯ୍ୟନ୍ତ ପ୍ରଦାନ କରି ନ ଥିଲେ। ମାତ୍ର ଗୁରୁବାର ରାଜ୍ୟ ସରକାର ସମସ୍ତ ବିଭାଗର ମୁଖ୍ୟ ଏବଂ ଜିଲାପାଳମାନଙ୍କୁ ଚିଠି ଲେଖି କର୍ମଚାରୀମାନେ ପାଇବାକୁ ଥିବା ୬୦ ପ୍ରତିଶତ ବକେୟା ଦରମାରୁ ୧୦ ପ୍ରତିଶତ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ପୂର୍ବରୁ ସରକାରୀ କର୍ମଚାରୀ ୪୦ ପ୍ରତିଶତ ଏରିୟର ଟଙ୍କା ନେବା ସମୟରେ ରହିଥିବା ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ଏଥର ମଧ୍ୟ ସମାନ ନିୟମ ରହିବ। ୧୦ ପ୍ରତିଶତ ଏରିୟର ଅର୍ଥ ନେବା ସମୟରେ ସେହି ନିୟମ ଓ ସର୍ତ୍ତାବଳୀ ଅନୁସାରେ ଟଙ୍କା ନେବେ। ଏହାସହ ଯେଉଁମାନେ ୪୦ ପ୍ରତିଶତ ବକେୟା ଦରମା ପୂର୍ବରୁ ନେଇଥିବେ ସେହି କର୍ମଚାରୀମାନେ ହିଁ ବର୍ତ୍ତମାନ ଘୋଷଣା କରାଯାଇଥିବା ୧୦ ପ୍ରତିଶତ ଅର୍ଥ ଉଠାଇ ପାରିବେ। ଏହାସହ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଥିବା ଓ୍ବାର୍କଚାର୍ଜଡ କର୍ମଚାରୀମାନେ ମଧ୍ୟ ୧୦ ପ୍ରତିଶତ ଏରିୟର ଅର୍ଥ ଉଠାଇପାରିବେ ବୋଲି ସରକାର ଘୋଷଣା କରିଛନ୍ତି। ମାର୍ଚ୍ଚ ୨୦ ସୁଦ୍ଧା କର୍ମଚାରୀମାନଙ୍କୁ ଏହି ଅର୍ଥ ପ୍ରଦାନ କାର୍ଯ୍ୟ ଶେଷ କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କେତେଜଣ ସରକାରୀ କର୍ମଚାରୀ ଏଭଳି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ୬୦ ପ୍ରତିଶତବକେୟା ଦରମା ଚାରିବର୍ଷ ଧରି ବାକି ରଖିବାପରେ ସେଥିରୁ ମାତ୍ର ୧୦ ପ୍ରତିଶତ ଦେବା ନିନ୍ଦନୀୟ ଘଟଣା। ଯଦି ସରକାରଙ୍କ ପାଖରେ ଦରମା ଏବଂ ମହଙ୍ଗା ଭତ୍ତା ଦେବାକୁ ଅର୍ଥର ଅଭାବ ରହିଛି, ତେବେ ଏହି ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନେଇଯାଆନ୍ତୁ ବୋଲି କର୍ମଚାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri