ବକେୟା ବେତନ ପ୍ରଦାନ ଦାବିରେ ଗଣଧାରଣା

ବ୍ରହ୍ମପୁର ଅଫିସ୍‌,୯ା୭-ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ବକେୟା ବେତନ ପ୍ରଦାନ ଦାବିରେ ସାଉଥ୍‌କୋ କର୍ପୋରେଟ୍‌ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଗଣଧାରଣା ଦିଆଯାଇଥିଲା। ଏଥିରେ ଅନ୍ୟ ସଂଗଠନଗୁଡ଼ିକ ମଧ୍ୟ ସାମିଲ୍‌ ହୋଇଥିଲେ । ଶକ୍ତି ବିଭାଗ ବରିଷ୍ଠ ଅଧିକାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶତ ପ୍ରତିଶତ ଏବଂ ଚାକିରିରେ ଥିବା କର୍ମଚାରୀଙ୍କୁ ୪୦ପ୍ରତିଶତ ବକେୟା ବେତନ ଦେବାକୁ ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏଯାଏ ଏହା ପୂରଣ ହୋଇନାହିଁ। ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଂଚାରଣ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌), ଗ୍ରୀଡ୍‌କୋ ଏବଂ ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) କର୍ମଚାରୀମାନେ ଦୀର୍ଘ ଦିନ ହେବ ୪୦ପ୍ରତିଶତ ବକେୟା ପାଉଛନ୍ତି ।
ହେଲେ ବିତରଣ କମ୍ପାନୀ ପେନ୍‌ସନ୍‌ଧାରୀଙ୍କୁ ୨୫ପ୍ରତିଶତ ଏବଂ ଚାକିରିରେ ଥିବା କର୍ମଚାରୀଙ୍କୁ ୨୦ପ୍ରତିଶତ ବକେୟା ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଇନାହିଁ। ଏହାକୁ ବିରୋଧ କରି ସାରା ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ଏଥି ସହ ଠିକା କର୍ମଚାରୀଙ୍କୁ ନିୟମିତ କରିବା, ଟେକ୍ନିକାଲ୍‌ ଓ କ୍ଲରିକାଲ୍‌ ଗ୍ରେଡ୍‌ ପେ’ରେ ତାରତମ୍ୟ, ୟାର୍ଡ଼ଷ୍ଟିକ୍‌ ଅନୁସାରେ ସମସ୍ତ ପଦବୀ ପୂରଣ ଏବଂ ଅପ୍‌ଗ୍ରେଡେଶନ୍‌ କରାଯିବା ଇତ୍ୟାଦି ଦାବିରେ ସୋମବାର ଗଣଧାରଣା ଦିଆଯାଇଛି। ଆଗାମୀ ଦିନରେ ସାରା ରାଜ୍ୟରେ ଏଭଳି ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସୋମବାର ଏହି ଗଣଧାରଣାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଦକ୍ଷିଣାଞ୍ଚଳ ଜୋନ୍‌ କର୍ମକର୍ତ୍ତା ଭାବେ ଯୁଗ୍ମ ସମ୍ପାଦକ ସୂର୍ଯ୍ୟନାରାୟଣ ବିଷୋୟୀ, ଉପସଭାପତି ଦୁର୍ଗା ମାଧବ ଆଚାର୍ଯ୍ୟ, ଦୀନବନ୍ଧୁ ମହାନ୍ତି ଓ ପ୍ରଫୁଲ୍ଲ ପଟ୍ଟନାୟକ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହଯୋଗୀ ସଂଗଠନର ବିଶ୍ୱନାଥ ପାଢୀ, ପ୍ରଭାତ ବିଷୋୟୀ, ସର୍କଲ୍‌ ସମ୍ପାଦକ କ୍ଷୀରୋଦ କୁମାର ସେଠୀ, ଗୋପୀନାଥ ରାଉତ, ମହେନ୍ଦ୍ର ନାଥ, ଦିଲ୍ଲୀପ ପ୍ରଧାନ, ଲିଲେନ୍‌ ସେଠୀ, ପ୍ରତାପ ଛୋଟରାୟ, ସରୋଜ ଆଚାରୀ, ସଞ୍ଜୀବ ଜେନା, ଚନ୍ଦନ ଦାସ, ବିଜୟ ରାଉଳ, ଅଜୟ ପାଣିଗ୍ରାହୀ, ବିପିନ ବିହାରୀ ସେଠୀ, ଟି.ଆପ୍ପା ରାଓ, ଦେବାନନ୍ଦ ଧଳ, ଅରୁଣ ରାଉତ, ବିବେକ ବେହେରା, ଭୀମା ରେଡ୍ଡୀ, ଶିବଶଙ୍କର ସେଠୀ, ଭାସ୍କର ସ୍ବାମୀ ଏବଂ ଉତ୍ତମ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଦାବି ସମ୍ପର୍କିତ ଏକ ସ୍ମାରକପତ୍ର ଗ୍ରୀଡ୍‌କୋ ସିଏମ୍‌ଡି, ଓପିଟିସିଏଲ୍‌ ନିର୍ଦ୍ଦେଶକ(ବିତ୍ତ), ବ୍ରହ୍ମପୁର ଏବଂ ଛତ୍ରପୁର ଉପଜିଲାପାଳ ଏବଂ ସାଉ୍‌ଥ୍‌କୋ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ୧୦ ବଖରା ଜଳିଗଲା

ଭଞ୍ଜନଗର,୧୫ା୪(ଡି.ଏନ୍‌.ଏ.): ଭଞ୍ଜନଗର ତହସିଲ ଅନ୍ତର୍ଗତ ବାରୁଡ଼ାରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଜଳିଯାଇଛି। କ୍ଷତିଗ୍ରସ୍ତ ପରିବାରଗୁଡିକ ହେଲେ ରାଜୁ ନାଇକ, ସୁରେଶ...

ମନ୍ଦିରରୁ ଚୋରି ହେଲା ଠାକୁରଙ୍କ ମୁକୁଟ

ଭଦ୍ରକ ଅଫିସ,୨୨।୭: ଭଦ୍ରକ ଜାନୁଗଞ୍ଜ ସ୍ଥିତ ଶନି ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ଦାନବାକ୍ସକୁ ଭାଙ୍ଗି ଟଙ୍କା ନେଇ ବାହାରେ...

ଦୁର୍ଘଟଣା ଗାଡ଼ିରୁ ଟଙ୍କା ଚୋରି ମାମଲା: ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୪ ଗିରଫ

ବୌଦ୍ଧ,୪ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ବାଉଁଶୁଣୀ ଥାନାର ବହିରା ହାଇସ୍କୁଲ ଛକଠାରେ ସାଧାରଣତନ୍ତ୍ର ଦିବସ ଦିନ ଏକ ସ୍କର୍ପିଓ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ...

ଦ୍ୱନ୍ଦ୍ୱ ଦୂର କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ଶେଷରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱନ୍ଦ୍ୱ ଦୂର କରିଛି। ଗତବର୍ଷ ପରି ଚଳିତ ବର୍ଷ...

ନକଲି ପନିର୍‌ ମାମଲା: ବ୍ୟବସାୟୀ ଗିରଫ

କଟକ ଅଫିସ୍‌,୩୧।୧୨: କଟକର ଚାଉଳିଆଗଞ୍ଜ ନକଲି ପନିର୍‌ ମିଳିବା ଘଟଣାରେ ଜଣେ ବ୍ୟବସାୟୀଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ୨୭୨, ୨୭୩, ୪୨୦ ଏବଂ ୩୪...

କୁକୁର ଛୁଆ ମାରି ଗିରଫ ହେଲେ କ୍ୟାବ୍‌ ଡ୍ରାଇଭର

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ାଇ କ୍ୟାବ୍‌ ଡ୍ରାଇଭର ଗିରଫ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରରେ, ଯାହା ଚର୍ଚ୍ଚାର...

କଏନ ନେବାକୁ ରାଜି ହେଲା ବ୍ୟାଙ୍କ

କେନ୍ଦୁଝର, ୨୧ା୧୨ (ସ୍ବ.ପ୍ର.): ଘଟଗାଁ ମା’ ତାରିଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ଥାନୀୟ ଦୁଇଟି ବ୍ୟାଙ୍କରେ ଜମା ହୋଇଥିବା ପାଖାପାଖି ୮୦ ଲକ୍ଷ ଟଙ୍କାର କଏନକୁ...

ବିରୋଧୀ ଦଳରେ ଛାତ୍ର ନେତା ସୃଷ୍ଟି ନ କରିବାକୁ ଷଡ଼ଯନ୍ତ୍ର

ଭୁବନେଶ୍ୱର,୨୮।୮(ବ୍ୟୁରୋ): ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିର୍ବାଚିତ ପ୍ରତିନିଧିଙ୍କ ଭଳି ବିଜୁ ଜନତା ଦଳ ଏକ ମନୋନୀତ କ୍ୟାମ୍ପସ କମିଟି ଗଠନ କରୁଛି। ଏହାଦ୍ୱାରା ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week