ବକେୟା ବେତନ ପ୍ରଦାନ ଦାବିରେ ଗଣଧାରଣା

ବ୍ରହ୍ମପୁର ଅଫିସ୍‌,୯ା୭-ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ବକେୟା ବେତନ ପ୍ରଦାନ ଦାବିରେ ସାଉଥ୍‌କୋ କର୍ପୋରେଟ୍‌ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଗଣଧାରଣା ଦିଆଯାଇଥିଲା। ଏଥିରେ ଅନ୍ୟ ସଂଗଠନଗୁଡ଼ିକ ମଧ୍ୟ ସାମିଲ୍‌ ହୋଇଥିଲେ । ଶକ୍ତି ବିଭାଗ ବରିଷ୍ଠ ଅଧିକାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶତ ପ୍ରତିଶତ ଏବଂ ଚାକିରିରେ ଥିବା କର୍ମଚାରୀଙ୍କୁ ୪୦ପ୍ରତିଶତ ବକେୟା ବେତନ ଦେବାକୁ ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲା । ଏଯାଏ ଏହା ପୂରଣ ହୋଇନାହିଁ। ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଂଚାରଣ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌), ଗ୍ରୀଡ୍‌କୋ ଏବଂ ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) କର୍ମଚାରୀମାନେ ଦୀର୍ଘ ଦିନ ହେବ ୪୦ପ୍ରତିଶତ ବକେୟା ପାଉଛନ୍ତି ।
ହେଲେ ବିତରଣ କମ୍ପାନୀ ପେନ୍‌ସନ୍‌ଧାରୀଙ୍କୁ ୨୫ପ୍ରତିଶତ ଏବଂ ଚାକିରିରେ ଥିବା କର୍ମଚାରୀଙ୍କୁ ୨୦ପ୍ରତିଶତ ବକେୟା ବର୍ତ୍ତମାନ ସୁଦ୍ଧା ପ୍ରଦାନ କରାଯାଇନାହିଁ। ଏହାକୁ ବିରୋଧ କରି ସାରା ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ଏଥି ସହ ଠିକା କର୍ମଚାରୀଙ୍କୁ ନିୟମିତ କରିବା, ଟେକ୍ନିକାଲ୍‌ ଓ କ୍ଲରିକାଲ୍‌ ଗ୍ରେଡ୍‌ ପେ’ରେ ତାରତମ୍ୟ, ୟାର୍ଡ଼ଷ୍ଟିକ୍‌ ଅନୁସାରେ ସମସ୍ତ ପଦବୀ ପୂରଣ ଏବଂ ଅପ୍‌ଗ୍ରେଡେଶନ୍‌ କରାଯିବା ଇତ୍ୟାଦି ଦାବିରେ ସୋମବାର ଗଣଧାରଣା ଦିଆଯାଇଛି। ଆଗାମୀ ଦିନରେ ସାରା ରାଜ୍ୟରେ ଏଭଳି ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସୋମବାର ଏହି ଗଣଧାରଣାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଦକ୍ଷିଣାଞ୍ଚଳ ଜୋନ୍‌ କର୍ମକର୍ତ୍ତା ଭାବେ ଯୁଗ୍ମ ସମ୍ପାଦକ ସୂର୍ଯ୍ୟନାରାୟଣ ବିଷୋୟୀ, ଉପସଭାପତି ଦୁର୍ଗା ମାଧବ ଆଚାର୍ଯ୍ୟ, ଦୀନବନ୍ଧୁ ମହାନ୍ତି ଓ ପ୍ରଫୁଲ୍ଲ ପଟ୍ଟନାୟକ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହଯୋଗୀ ସଂଗଠନର ବିଶ୍ୱନାଥ ପାଢୀ, ପ୍ରଭାତ ବିଷୋୟୀ, ସର୍କଲ୍‌ ସମ୍ପାଦକ କ୍ଷୀରୋଦ କୁମାର ସେଠୀ, ଗୋପୀନାଥ ରାଉତ, ମହେନ୍ଦ୍ର ନାଥ, ଦିଲ୍ଲୀପ ପ୍ରଧାନ, ଲିଲେନ୍‌ ସେଠୀ, ପ୍ରତାପ ଛୋଟରାୟ, ସରୋଜ ଆଚାରୀ, ସଞ୍ଜୀବ ଜେନା, ଚନ୍ଦନ ଦାସ, ବିଜୟ ରାଉଳ, ଅଜୟ ପାଣିଗ୍ରାହୀ, ବିପିନ ବିହାରୀ ସେଠୀ, ଟି.ଆପ୍ପା ରାଓ, ଦେବାନନ୍ଦ ଧଳ, ଅରୁଣ ରାଉତ, ବିବେକ ବେହେରା, ଭୀମା ରେଡ୍ଡୀ, ଶିବଶଙ୍କର ସେଠୀ, ଭାସ୍କର ସ୍ବାମୀ ଏବଂ ଉତ୍ତମ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଦାବି ସମ୍ପର୍କିତ ଏକ ସ୍ମାରକପତ୍ର ଗ୍ରୀଡ୍‌କୋ ସିଏମ୍‌ଡି, ଓପିଟିସିଏଲ୍‌ ନିର୍ଦ୍ଦେଶକ(ବିତ୍ତ), ବ୍ରହ୍ମପୁର ଏବଂ ଛତ୍ରପୁର ଉପଜିଲାପାଳ ଏବଂ ସାଉ୍‌ଥ୍‌କୋ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri