ବଇଣ୍ଡାକୁ ଆସିଲା ନୂତନ ୧୦୮ ଆମ୍ବୁଲାନ୍ସ

ବଇଣ୍ଡା,୧୪।୩(ଡି.ଏନ.ଏ.)

କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳକୁ ଏକ ନୂତନ ୧୦୮ ଆମ୍ବୁଲାନ୍ସ ଗୁରୁବାର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି। ଦୀର୍ଘବର୍ଷ ହେବ ଏଠାରେ ଥିବା ୧୦୮ ଆମ୍ବୁଲାନ୍ସ ଭାଙ୍ଗି ଯାଇଥିବା ବେଳେ ଡୋର୍‌ରେ ଦଉଡି ଭିଡି ସେବା ଯୋଗାଇ ଦିଆଯାଉଥିଲା। ଏ ସମ୍ପର୍କରେ ଗତ ୩ ତାରିଖରେ ଏକ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ନୂତନ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଏଥିପାଇଁ ବଇଣ୍ଡା ଅଞ୍ଚଳବାସୀ ‘ଧରିତ୍ରୀ’କୁ କୃତଜ୍ଞତା ଜଣାଇଛନ୍ତି।
ପ୍ରକାଶ ଯେ, ଅନୁଗୋଳ ଜିଲାର କିଶୋରନଗର ଓ ଆଠମଲ୍ଲିକ ବ୍ଲକର ୧୩ଟି ପଞ୍ଚାୟତବାସୀଙ୍କୁ ଜରୁରୀ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ବହୁ ପୂର୍ବରୁ ଏକ ୧୦୮ ଆମ୍ବୁଲାନ୍ସ ପ୍ରଦାନ କରିଥିଲେ। ହେଲେ ଦୀର୍ଘଦିନ ହେଲା ଆମ୍ବୁଲାନ୍ସର ଦୁଇଟି ଡୋର୍‌, କାଚ ଭାଙ୍ଗି ଯାଇଥିଲେ ମଧ୍ୟ ତାହାକୁ ମରାମତି କରାଯାଉ ନ ଥିଲା। ଉକ୍ତ ଦଦରା ଆମ୍ବୁଲାନ୍ସ ଡୋର୍‌ରେ ଦଉଡି ଭିଡ଼ାଯାଇ ରୋଗୀ ପରିବହନ କରାଯାଉଥିଲା। ଏ ନେଇ ଗ୍ରାମବାସୀ ବହୁବାର ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନ ଥିଲା। ତେବେ ‘ଧରିତ୍ରୀ’ରେ ଖବରପ୍ରକାଶ ପରେ ପ୍ରଶାସନ ପକ୍ଷରୁ ଏକ ନୂତନ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିବାରୁ ନୁନୁକାପଶି ସରପଞ୍ଚ ଜଳଧର ସାହୁ, ଅରବିନ୍ଦ ସାହୁ, ବିଜୟ କୁମାର ସାହୁ, ରମେଶ କୁମାର ଟିବ୍ରୁଓ୍ବାଲା, ରମେଶ କୁମାର ବେହେରା, ରମାକାନ୍ତ ବେହେରା, ରାଜେନ୍ଦ୍ର ରାଉତ, ଗିରିଶଚନ୍ଦ୍ର ବେହେରା ପ୍ରମୁଖ ଜିଲା ପ୍ରଶାସନ ଓ ‘ଧରିତ୍ରୀ’କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର, ଅଭିଯୁକ୍ତ ୬ ସାଙ୍ଗ କୋର୍ଟଚାଲାଣ

କଟକ,୮।୧୧(କାର୍ତ୍ତିକ ସାହୁ): କଟକ ସହରରେ ଜଣେ ଦଳିତ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଦୁର୍ଗାପୂଜା ସମୟରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଥିବାବେଳେ ୩ ଦିନ...

ଯାଜପୁରରେ ଏକାଠି ଦେଖାଗଲେ ବର୍ଷା-ଅନୁଭବ, ରାଜନୀତିରେ ହଲଚଲ!

ଭୁବନେଶ୍ୱର,୮।୧୧:ଯାଜପୁର କାଳୀପୂଜାରେ ଏକାଠି ହୋଇଛନ୍ତି ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ହେଲେ କେହି କାହା ବିଷୟରେ ମୁହଁ...

ପଞ୍ଚକ, ବଡଓଷା ସମୟରେ ଟ୍ରାଫିକ କଟକଣା, ଯାଇପାରିବେନି ଏହି ବ୍ରିଜରେ

କଟକ, ୮।୧୧: ଆସନ୍ତ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଗୁରୁଡିଝାଟିଆ ଥାନା ଅଧୀନସ୍ଥ ଧବଳେଶ୍ୱର ଶୈବ ପୀଠରେ ପଞ୍ଚକ ଓ ବଡଓଷା ପାଳନ କରାଯିବ।...

ପୋଷ୍ଟ ଅଫିସରେ ଲମ୍ବାଧାଡ଼ି: ୩ ଦିନ ହେଲାଣି …

ଭୁବନେଶ୍ୱର,୧୧।୮: ରାଜ୍ୟର ସବୁ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ ଫେଲ୍‌। ଏ ନେଇ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଯାଉଛି। ୩ ଦିନ ହେଲାଣି ଲିଙ୍କ ଫେଲ...

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୨ ପର୍ଯ୍ୟନ୍ତ ଏହି ସବୁ ସ୍ଥାନରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୮।୧୧: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri