ବଅଁରପାଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: କ୍ଲବ, ଭଡ଼ା ଘରେ ଚାଲିଛି ଡାକ୍ତରଖାନା

ବଅଁରପାଳ, ୨୮।୬(ଡି.ଏନ.ଏ.)- ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏହାର ଭିନ୍ନଚିତ୍ର ନଜରକୁ ଆସିଛି। ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଏହା ଅଧୀନରେ ଥିବା ଉପ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ପାଇଁ ସ୍ଥାୟୀ ଘର ନ ଥିବା ବେଳେ ବିଭିନ୍ନ କ୍ଲବ ଓ ଭଡ଼ା ଘରେ ଚିକିତ୍ସା ସେବା ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୨୬ଟି ଉପସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୧୯ କେନ୍ଦ୍ରର ସ୍ଥାୟୀ ଗୃହ ନାହିଁ। ଫଳରେ ଏହି କେନ୍ଦ୍ରଗୁଡ଼ିକ କ୍ଲବ, ଭଡ଼ା ଘରେ କିମ୍ବା ଅନେକ ସମୟରେ ସ୍କୁଲ ଘରେ ମଧ୍ୟ ଚାଲୁଛି। କେବଳ ନୂଆହତା, ବୁଢ଼ାପଙ୍କ, ଗଡ଼ସନ୍ତ୍ରୀ, ପିଙ୍ଗୁଆ, ବଳରାମପ୍ରସାଦ, ତୁଳସୀପାଳ, ଫୁଲପଡ଼ା କେନ୍ଦ୍ରର ସ୍ଥାୟୀ ଗୃହ ରହିଛି। ସେହିପରି ଜରାସିଂହା, କୁକୁଡାଙ୍ଗ, କୁଇଓ, ତୁବେ, କଞ୍ଜରା, ସାନ୍ତରାପୁର, ଗୋଳାବନ୍ଧ, କୁରୁଡ଼ୁଲୁ, କାଣ୍ଡସର, ରାଣୀଗୋଡ଼ା, କୁମଣ୍ଡ, ପରତରା, କୁଲାଡ଼, ନାଲକୋ, ବଅଁରପାଳ, ଗୋତମରା, ରଙ୍କାସିଂହା, ମହୀଧରପୁର ଓ ତଳମୂଳ ଉପସ୍ବାସ୍ଥ୍ୟ କେନ୍ଦ୍ରର ସ୍ଥାୟୀ ଘର ନାହିଁ। ସରକାରଙ୍କ ଉଦାସୀନତା ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହି ସମସ୍ୟାରେ ସୁଧାର ଆସିପାରୁ ନ ଥିବା ଅଭିଯୋଗ ହେଉଛି। ଏଥିସହ ଆବଶ୍ୟକ ଯନ୍ତ୍ରପାତି, ଔଷଧପତ୍ର ଓ ଶଯ୍ୟା ନ ଥିବାରୁ ଲୋକମାନେ ସେବାରୁ ବଞ୍ଚିତ ହେବା ସହ ଜରୁରୀକାଳୀନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ କର୍ମଚାରୀଙ୍କ ଅଭାବ ସସମ୍ୟାକୁ ଆହୁରି ବଢାଇ ଦେଉଛି। ଶଯ୍ୟା ନ ଥିବାରୁ ଗର୍ଭବତୀମାନେ ବେଞ୍ଚ କିମ୍ବା ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି। ସେହିପରି କେନ୍ଦ୍ରଗୁଡ଼ିକୁ ଠିକ୍‌ ପରିମାଣରେ ଔଷଧ ଆସୁ ନ ଥିବା ଅଭିଯୋଗ ହେଉଛି। ଏଥିସହ ୨୬ଟି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଲେଖାଏ ମହିଳା ଓ ପୁରୁଷ ସ୍ବାସ୍ଥ୍ୟ କର୍ମଚାରୀ ରହିବା କଥା। ମାତ୍ର ୧୬ଟି କେନ୍ଦ୍ରରେ ପୁରୁଷ ସ୍ବାସ୍ଥ୍ୟ କର୍ମଚାରୀ ନ ଥିବା ଜଣାପଡ଼ିଛି। ଏହାକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖା ଦେଇଛି।
ଏ ସମ୍ପର୍କରେ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ସ୍ବପ୍ନେଶ୍ୱର ବେହେରା କହିଛନ୍ତି, ଯେଉଁ କେନ୍ଦ୍ରର ସ୍ଥାୟୀ ଘର ନାହିଁ ସେଠାରେ ସମସ୍ୟା ଦେଖାଦେଇଛି। ମାତ୍ର ସରକାରଙ୍କ ତରଫରୁ ଧୀରେ ଧୀରେ ନୂତନ ଘର ନିର୍ମାଣ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ସାରେ ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ବେଲୁଚିସ୍ତାନରେ ପୁଣି ଜଳିଲା ବିଦ୍ରୋହର ନିଆଁ! BLA ଚଳାଇଛି Operation Herof 2.0 , ୧୨ ପାକିସ୍ତାନୀ ସେନା ନିହତ

କ୍ୱେଟା,୩୧।୧: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI…

କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା

ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri