Posted inଖେଳ

ଫ୍ୟାନ୍‌ ପାର୍କରେ ଭିଡ଼

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି)- ଟିକେଟ ନ ପାଇ ନିରାଶ ହୋଇଥିବା ଦର୍ଶକମାନେ ଫ୍ୟାନ ପାର୍କରେ ଭିଡ଼ ଜମାଇଥିଲେ। ଷ୍ଟାଡିୟମ ସମ୍ମୁଖ କିଲା ପଡ଼ିଆରେ ଓସିଏ ପକ୍ଷରୁ ଫ୍ୟାନ ପାର୍କର ବ୍ୟବସ୍ଥା କରାଯାଇଥିଲା। ଯେଉଁଠାରେ ଏକ ବିଶାଳ ଆକାରର ଡିଜିଟାଲ ସ୍କ୍ରିନ ଲଗାଯାଇଥିଲା। ମ୍ୟାଚ୍‌ର ସିଧାପ୍ରସାରଣ ପ୍ରଦର୍ଶିତ ହେଉଥିବାବେଳେ ଏଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ରାଜ୍ୟ ବାହାରର କ୍ରିକେଟପ୍ରେମୀ ଉପସ୍ଥିତ ଥିଲେ।
ଖାଇବା ପାଇଁ ଲମ୍ବା ଲାଇନ୍‌ –
ବିଭିନ୍ନ ଗ୍ୟାଲେରିରେ ବିକ୍ରି ହେଉଥିବା ଶୁଖିଲା ଓ ରନ୍ଧା ଖାଦ୍ୟ କିଣିବାକୁ ଦର୍ଶକମାନେ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ। ମ୍ୟାଚ୍‌ର ଗୋଟିଏ ଇନିଂସ ସରିବା ପୂର୍ବରୁ ଲାଇନ ଆରମ୍ଭ ହୋଇ ସାରିଥିଲା। ସମସ୍ତ ଗ୍ୟାଲେରିରେ ଓସିଏ ପକ୍ଷରୁ ଭେଣ୍ଡର ଯୋଗାଇ ଦିଆଯାଇଥିବାବେଳେ କେତେକ ଗ୍ୟାଲେରିରେ ବେନିୟମ ଭାବେ ଖାଦ୍ୟ ଦର ଅଧିକ ଦାମରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।
ବ୍ଲିଡ ବ୍ଲ୍ୟୁ ବାରବାଟୀ-
ଭାରତୀୟ ଦଳର ସମର୍ଥକଙ୍କ ସ୍ଲୋଗାନ୍‌ ହେଉଛି ବ୍ଲିଡ ବ୍ଲ୍ୟୁ। ବ୍ଲ୍ୟୁ ଜର୍ସିକୁ ସମର୍ଥନ କରିବା ପାଇଁ ଏହି ସ୍ଲୋଗାନ ବ୍ୟବହାର କରାଯାଉଛି। ରବିବାର ଦିନ ବାରବାଟୀ ମଧ୍ୟ ବ୍ଲ୍ୟୁ(ନୀଳ ରଙ୍ଗ)ରେ ଭରି ହୋଇ ଯାଇଥିଲା। ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ ୭୦ ପ୍ରତିଶତ ଭାରତୀୟ ଦଳର ଜର୍ସି ପିନ୍ଧିଥିଲେ। ନିଶ୍ଚିତ ଭାବେ ଏଭଳି ଦୃଶ୍ୟ ଭାରତୀୟ ଦଳକୁ ଉତ୍ସାହିତ କରିଛି।

ପଦାର୍ପଣରେ ଚମକିଲେ ସାଇନି
ବାରବାଟୀରେ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ ଫର୍ମାଟରେ ପଦାର୍ପଣ କରିଥିଲେ ଡାହାଣହାତୀ ପେସ୍‌ ବୋଲର ନଭଦୀପ ସାଇନି। ହରିୟାଣାର ଏହି ତାରକା ପେସ୍‌ ବୋଲର ଜଣଙ୍କ ପଦାର୍ପଣ ମ୍ୟାଚ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ବର୍ଷର ଅନ୍ତିମ ମ୍ୟାଚ୍‌ରେ ଭାରତର ସଫଳତମ ବୋଲର ରହିଛନ୍ତି ସାଇନି। ନିଜ ୧୦ ଓଭର ବୋଲିଂ ସ୍ପେଲରୁ ୫୮ ରନ ବିନିମୟରେ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଏହା ମଧ୍ୟରେ ଶିମରନ ହେଟମେର ଓ ରୋଷ୍ଟନ ଚେଜ୍‌ଙ୍କ ଉଇକେଟ ଥିଲା। ଗତ ଅଗଷ୍ଟରେ ୱେଷ୍ଟଇଣ୍ଡିଜ ଦଳ ବିପକ୍ଷରେ ହିଁ ସଇନୀ ଟି୨୦ ଫର୍ମାଟରେ ପଦାର୍ପଣ କରିଥିଲେ। ପ୍ରଥମ ଟି୨୦ ମ୍ୟାଚ୍‌ରେ ୪ ଓଭର ବୋଲିଂ କରି ୧୭ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ।
କ୍ରିକେଟ ଭିଡ଼ରେ ପ୍ରେମର ବାର୍ତ୍ତା-
ସବୁଆଡେ କ୍ରିକେଟ ପରିବେଶ। କ୍ରିକେଟପ୍ରେମୀଙ୍କ ଗହଣରେ ବାରବାଟୀ ଓ ଏହାର ଆଖପାଖ ଅଞ୍ଚଳରେ କ୍ରିକେଟର ବାସ୍ନା। ହେଲେ ଭିଡ଼ ଭିତରେ ଜଣେ ଏପରି ଲୋକ ଦେଖିବାକୁ ମିଳିଲେ ଯିଏ, ସ୍ବଚ୍ଛ କ୍ରିକେଟ ଖେଳ ଓ ସମସ୍ତଙ୍କୁ ଭଲ ପାଇବାର ବାର୍ତ୍ତା ଦେଉଥିଲେ। ମୁଣ୍ଡରେ କପୋତ ସଦୃଶ ଟୋପି। ଗୋଟିଏ ହାତରେ ଗାନ୍ଧି ଓ ଅନ୍ୟହାତରେ ଗାନ୍ଧୀଙ୍କ ତିନି ମାଙ୍କଡ ଭଳି ବସିଥିବା କିଛି ଲୋକଙ୍କ ଫଟୋ। ଦେହରେ ଲଟିକିଛି ଶାନ୍ତି ଓ ପ୍ରେମର ବାର୍ତ୍ତା ବହନ କରୁଥିବା ଏକ କାର୍ଡ। କ୍ରିକେଟ ଖେଳର ଭିଡ଼ ଭିତରେ ଏପରି ବେଶଭୂଷା ବ୍ୟକ୍ତି ଜଣଙ୍କ ଦୂରରୁ ବେଶ ବାରି ହୋଇ ପଡ଼ୁଥିଲେ। ଏହି ବ୍ୟକ୍ତି ଜଣଙ୍କ ହେଲେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଏ. ବ୍ରହ୍ମାନନ୍ଦ ଆଚାର୍ଯ୍ୟ।
ବର୍ଷ ହେବ ଲଗାତର ଭାବେ ମ୍ୟାଚ୍‌ବେଳେ ବାରବାଟୀ ଷ୍ଟାଡିୟମରେ ସେ ଦେଖିବାକୁ ମିଳୁଛନ୍ତି। ଗତ ୭ ବର୍ଷ ହେବ ସେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ବୋଲି କହିଥିଲେ। ଏହାଛଡ଼ା ପ୍ରତିଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ଏଠାରେ ରହି ଲୋକଙ୍କୁ ଶାନ୍ତି ଓ ପ୍ରେମ ବିଷୟରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ବ୍ରହ୍ମାନନ୍ଦଙ୍କ ଘର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଅଞ୍ଚଳରେ। ଏକ ମୁଖ୍ୟ କଥା ହେଲା, କ୍ରିକେଟ ଏକ ଜୁଆ ଖେଳ ନୁହେଁ ବୋଲି ମଧ୍ୟ ବ୍ରହ୍ମାନନ୍ଦ ନିଜ ବାର୍ତ୍ତାରେ କହିଛନ୍ତି। କ୍ରିକେଟ ଖେଳକୁ ନେଇ ହେଉଥିବା ବିଭିନ୍ନ ବେଆଇନ, ବେନିୟମ କାର୍ଯ୍ୟ୍ୟକୁ ପ୍ରଶୟ ଦେବା ଉଚିତ ନୁହେଁ ବୋଲି ବ୍ରହ୍ମାନନ୍ଦ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri