Posted inଖେଳ

ଫ୍ଲେମିଂଙ୍କ ରେକର୍ଡ ଭାଙ୍ଗିଲେ ଟେଲର

ସିଡ୍‌ନୀ, ୬।୧- ନ୍ୟୁଜିଲାଣ୍ଡ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ସୋମବାର ଟେଷ୍ଟ କ୍ରିକେଟରେ ଦେଶର ସର୍ବାଧିକ ରନ୍‌ ସ୍କୋରର ହେବାର ସଫଳତା ପାଇଛନ୍ତି। ଏଥିସହ ସେ ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ନିର୍ଣ୍ଣାୟକ ଦିନରେ ଏହି ରେକର୍ଡ ହାସଲ କରିଛନ୍ତି। ୩୫ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ୯୯ ଟେଷ୍ଟ, ୧୭୪ ଇନିଂସରେ ୪୬.୨୮ ହାରରେ ୭,୧୭୪ ରନ୍‌ କରିଛନ୍ତି। ଏଥିରେ ୧୯ ଶତକ ଓ ୩୩ ଅର୍ଦ୍ଧଶତକ ରହିଛି। ପୂର୍ବତନ ଅଧିନାୟକ ଫ୍ଲେମିଂ ୧୧୧ ଟେଷ୍ଟରେ ୭,୧୭୨ ରନ୍‌ କରିଥିଲେ। ସେ ୧୯୯୪ରୁ ୨୦୦୮ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ। ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଟେଲରଙ୍କ ପ୍ରଦର୍ଶନ ଆଖିଦୃଶିଆ ନ ଥିଲା। ସେ ୬ ଇନିଂସରେ ୮୦, ୨୨, ୪, ୨୨ ଓ ୨୨ ରନ୍‌ କରିଛନ୍ତି। ଏହାସତ୍ତ୍ୱେ ସେ ନ୍ୟୁଜିଲାଣ୍ଡ ଦଳ ପାଇଁ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗତବର୍ଷ ଫେବୃୟାରୀରେ ଟେଲର ଦିନିକିଆରେ ମଧ୍ୟ ଫ୍ଲେମିଂଙ୍କୁ ପଛରେ ପକାଇଦେଇଥିଲେ। ଆଗାମୀ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ସେ ନ୍ୟୁଜିଲାଣ୍ଡର ୪ର୍ଥ କ୍ରିକେଟର ଭାବେ ୧୦୦ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଏଥିପୂର୍ବରୁ ଫ୍ଲେମିଂ, ଡାନିଏଲ ଭିଟୋରି ଓ ବ୍ରେଣ୍ଡନ ମ୍ୟାକ୍‌କୁଲମ ଏହି ମାଇଲଷ୍ଟୋନ ସ୍ପର୍ଶ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବିଟେକ୍‌ଙ୍କୁ ମହିଳା ସିଙ୍ଗଲ୍ସ ଟାଇଟଲ

ନ୍ୟୁୟର୍କ,୧୨ା୯(ପିଟି) : ଇଗା ସ୍ବିଟେକ୍‌ ଜିତିଲେ ୟୁଏସ୍‌ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ୍‌। ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ପରାସ୍ତ କରି ନିଜ କ୍ୟାରିୟରର ତୃତୀୟ ଗ୍ରାଣ୍ଡସ୍ଲାମ...

ବିଶ୍ୱକପ୍‌ରେ ଭାରତ

ହକି ବିଶ୍ୱକପରେ ଭାରତ ଥରେ ଚାମ୍ପିୟନ ହୋଇଛି। ମାଲେସିଆର କୁଆଲାମ୍ପୁରଠାରେ ଅନୁଷ୍ଠିତ ବିଶ୍ୱକପର ତୃତୀୟ ସଂସ୍କରଣରେ ଭାରତ ପିନ୍ଧିଥିଲା ବିଜୟ ମୁକୁଟ। ଏହା ବ୍ୟତୀତ ୧୯୭୩...

ଏସିଆ କପ୍‌ ଉଦ୍‌ଘାଟନୀ ମ୍ୟାଚ: ଶ୍ରୀଲଙ୍କାକୁ ୮ ଉଇକେଟରେ ହରାଇଲା ଆଫଗାନିସ୍ତାନ

ଦୁବାଇ, ୨୮ା୮ (ପି.ଟି.): ଏସିଆ କପ୍‌ ଉଦ୍‌ଘାଟନୀ ମ୍ୟାଚରେ ଆଫଗାନିସ୍ତାନ ପ୍ରଭାବୀ ଅଲରାଉଣ୍ଡ ପ୍ରଦର୍ଶନ ସହ ୮ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଶନିବାର ଖେଳାଯାଇଥିବା ଏହି...

ପୁଟିନ୍‌ଙ୍କ ଆମନ୍ତ୍ରଣକୁ ସ୍ବିକାର କଲେ ୭ ଫୁଟ୍‌ର ଏହି ବକ୍ସିଂ ଚାମ୍ପିୟନ: ୟୁକ୍ରେନ୍‌ ସହ ଲଢ଼ିବେ ଯୁଦ୍ଧ

ମସ୍କୋ,୧।୧୦: ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ପ୍ରାୟ ୭ ମାସ ଧରି ଲାଗିରହିଥିବା ଏହି ଯୁଦ୍ଧରେ ବହୁ ଧନଜୀବନ ହାନି ହୋଇଥିବା...

ମୋଟୋ ଜିପି ଆରମ୍ଭରେ କ୍ୱାର୍ଟାରାରୋଙ୍କ ବିଜୟ

ଜେରେଜ ଡି’ ଲା ଫ୍ରଣ୍ଟେରା (ସ୍ପେନ୍‌), ୨୦।୭ (ଏପି)- କରୋନା ଭାଇରସ୍‌ର ବ୍ୟାପକତା ସତ୍ତ୍ୱେ ମୋଟୋଜିପି ପୁନର୍ବାର ଆରମ୍ଭ ହୋଇଛି। ରବିବାର ଅନୁଷ୍ଠିତ ସ୍ପାନିଶ ଗ୍ରାଁ...

ଭାରତର ଏହି ଅଲରାଉଣ୍ଡର ଖେଳାଳିଙ୍କୁ ଚୋର କହିଲେ ଲୋକେ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି। ନିକଟରେ ମୁମ୍ବାଇ ରାସ୍ତାରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ହାର୍ଦ୍ଦିକଙ୍କ ନୂଆ...

କଲମ୍ବିଆ-ସ୍ପେନ୍‌ ଫାଇନାଲ ଲଢ଼େଇ

ମାର୍ଗାଓ, ୨୭।୧୦ ,(ତପନ ସ୍ବାଇଁ): ମାର୍ଗାଓର ଐତିହାସିକ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ବୁୁଧବାର ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ୨ଟି ରୋମାଞ୍ଚକ...

ସଂଘର୍ଷ କରୁଛି ଆର୍‌ସିବି

ମୁମ୍ବାଇ,୩୦।୩: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲିଂ ଲାଇନ ଆଗରେ ୧୨୯ ରନ୍‌ର ସାଧାରଣ ବିଜୟ ଲକ୍ଷ୍ୟର ପିଛା କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)...

Advertisement
Archives

Model This Week