Posted inଫୁରସତ

ଫୋଲ୍ଡ ହୋଇପାରୁଥିବା ଇ-ବାଇକ୍‌

ବଢ଼ିଚାଲିଥିବା ପ୍ରଦୂଷଣକୁ ରୋକିବା ଲାଗି ଏବେ ଇ-ବାଇକ୍‌ ଓ କାର୍‌କୁ ଗୁରୁତ୍ୱ ଦିଆଯାଉଛି। ଏହାର ବ୍ୟବହାର ଯେମିତି ବହୁଳଭାବେ ହେବ ସେଥିପାଇଁ ସରକାର ମଧ୍ୟ ବିଭିନ୍ନ ଯୋଜନା କରୁଛନ୍ତି। ଏବେକାର ଏହି ଆବଶ୍ୟକତାକୁ ନଜରରେ ରଖି ‘ସ୍ମାଡୋ ଲାବ୍ସ’ ନାମକ ଏକ ପ୍ରାଇଭେଟ୍‌ ଲି. କମ୍ପାନୀ ନିର୍ମାଣ କରିଛି ଏକ ସ୍ବତନ୍ତ୍ର ଧରଣର ଇ-ବାଇକ୍‌। ଏହି କମ୍ପାନୀର ପ୍ରତିଷ୍ଠାତା ହେଉଛନ୍ତି କେରଳ କୋଚିର ମିଧୁନ ଶଙ୍କର, ଆଶିନ୍‌ ଆଲ ଓ ଜିସ୍ନୁ ପି. ନାମକ ଇଞ୍ଜିନିୟର। ଏମାନେ ତିଆରି କରିଥିବା ଏହି ବାଇକ୍‌ କିନ୍ତୁ ଅନ୍ୟ ଇ-ବାଇକ୍‌ଠାରୁ ଭିନ୍ନ। କାରଣ ଏହା ଫୋଲ୍ଡେବଲ୍‌। ଆଉ ଏହାକୁ ଆରାମରେ ଫୋଲ୍ଡ କରି ଆପଣ କାର୍‌ ହେଉକି ଅଟୋରେ ନେଇପାରିବେ। ଏହାପାଇଁ ସର୍ଭିସ୍‌ କିମ୍ବା ଚାର୍ଜିଂ ଷ୍ଟେଶନର ଆବଶ୍ୟକତା ନ ଥାଏ। ଏହାକୁ ଘରେ ଚାର୍ଜ କରିହେବ। ଏହାର ବ୍ୟାଟେରି ଆଲୁମିନିୟମ ଓ ଆଲୟୋ ଫ୍ରେମ୍‌ରେ ତିଆରି ହୋଇଛି, ଯାହାକୁ ବାଇକ୍‌ରୁ ବାହାରକରି ଚାର୍ଜ କରିହେବ। ଆଲୁମିନିୟମରେ ତିଆରି ହୋଇଥିବାରୁ ଏହାକୁ ବର୍ଷା ସମୟରେ ବି ଚଳାଇ ହୁଏ। ପେଡାଲ ମାରି, ପେଡାଲ ସହ ଚାର୍ଜକୁ ବ୍ୟବହାର କରି ଏବଂ ସମ୍ପୂର୍ଣ୍ଣ ବିଦ୍ୟୁତ୍‌କୁ ବ୍ୟବହାର କରି, ଏମିତି ତିନି ପ୍ରକାରରେ ଏହାକୁ ଚଳାଇହୁଏ। ଏହି ତିନିଜଣ ଇଞ୍ଜିନିୟରଙ୍କୁ ଉକ୍ତ ବାଇକ୍‌ ତିଆରି କରିବା ପାଇଁ ତିନିବର୍ଷ ଲାଗିଥିଲା। ଅନେକ ପରିଶ୍ରମ ଓ ବିଫଳତା ପରେ ସେମାନେ ଏହାକୁ ତିଆରି କରିବାରେ ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ପାରିଶ୍ରମିକ ଟଙ୍କା ମା’ବାପାଙ୍କୁ ଦେଇଥିଲି: ବିଷ୍ଣୁପ୍ରିୟା

୧୯୯୨ ମସିହାର କଥା, ସେତେବେଳେ ମୁଁ ଜୟପୁର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର କଳା ଛାତ୍ରୀ। ସେବେ ଜୟପୁର ଆକାଶବାଣୀ କେନ୍ଦ୍ରର ଯୁବବାଣୀ...

ଦେଶ ବିଦେଶରୁ ଏଠାରୁ ବର କିଣିବାକୁ ଆସନ୍ତି ଅଭିଭାବକ

ପରିବା ହାଟ କଥା ସମସ୍ତେ ଜାଣିଥିବେ। ହେଲେ ବରଙ୍କ ହାଟକଥା ଶୁଣିଲେ ଟିକେ ଅଡୁଆ ଲାଗୁଥାଇପାରେ କିନ୍ତୁ ଏହା ସତ। ଏହା ଆଉ କେଉଁଠି ନୁହେଁ...

ଲକ୍‌ଡାଉନରେ କୁଇଜ୍‌ ପ୍ରତିଯୋଗିତା

ପ୍ୟାରିସ୍‌: ସବୁ ଦେଶରେ ଏବେ କରୋନାକୁ ହରାଇବା ପାଇଁ ଏକମାତ୍ର ଉପାୟ ଭାବେ ପାଳନ କରାଯାଉଛି ଲକ୍‌ଡାଉନ୍‌। ସେଥିପାଇଁ ଲୋକେ ଏବେ ଘର ଭିତରେ ସବୁବେଳେ...

ପାର୍ସଲ ଜୋତାରୁ ମିଳିଲା ଏମିତି କିଛି: ଦେଖିବା ପରେ ଉଡିଗଲା ହୋସ୍‌

ଫିଲିପାଇନ୍ସରେ ବିମାନବନ୍ଦରର କର୍ମଚାରୀମାନେ ଏକ ଜୋତାରୁ ୧୧୯ଟି ଦୁର୍ଲଭ ବୁଢ଼ିଆଣି ଲୁଚି ରହିଥିବା ଦେଖିବାକୁ ପାଇଛନ୍ତି। ସୋସିଆଲ ମିଡିଆରେ ଏହାର ଫଟୋ ଖୁବ୍‌ ଭାଇରାଲ ହେବାରେ...

୩୦ ବର୍ଷୀୟା ବିବାହିତା ମହିଳା ହଠାତ୍‌ ଜାଣିବାକୁ ପାଇଲେ ସେ ପୁରୁଷ ବୋଲି, ଜାଣନ୍ତୁ ଏସବୁ କିପରି ଘଟିଲା

୩୦ ବର୍ଷୀୟା ଜଣେ ମହିଳା ସାଧାରଣ ଜୀବନ ବିତାଉଥିଲେ। ୯ ବର୍ଷର ବୈବାହିକ ଜୀବନ ବିତାଇବା ପରେ ହଠାତ୍‌ ଦିନେ ଜାଣିବାକୁ ପାଇଲେ ସେ ମହିଳା...

ଉଦ୍ଭାବନର ଦେଶ ଭାରତ

ଶୂନରୁ ମହାଶୂନ୍ୟ, ଯୋଗରୁ ଯନ୍ତ୍ର, ବେଦରୁ ବିଜ୍ଞାନ ପର୍ଯ୍ୟନ୍ତ ସବୁକିଛିରେ ରହିଛି ଭାରତର ବିଶ୍ୱକୁ ଅବଦାନ। ଅନେକ ଉଦ୍ଭାବନ ଓ ଆବିଷ୍କାରର ଦେଶ ହେଉଛି ଭାରତ।...

ଭୂକମ୍ପ ପୂର୍ବରୁ ବିପଦ ଜାଣି ଝିଅର ଏମିତି ଜୀବନ ବଞ୍ଚାଇଲେ ପିତା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି। ଏଥି ମଧ୍ୟରୁ କିଛି ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଦେଖି...

ଛାତରୁ ଓହ୍ଲାଇବା ପାଇଁ ଏମିତି ଉପାୟ ଆପଣାଉଛି ଭାଲୁ , ଦେଖିଲେ ଉଡ଼ିଯିବ ହୋସ

ସୋସିଆଲ ମିଡିଆରେ ବର୍ତ୍ତମାନ ଭାଲୁକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ଭାଲୁ ମାଙ୍କଡ଼ ଭଳି...

Advertisement
Archives

Model This Week