ଫେସ୍‌ ଆପ୍‌ର ଚମତ୍କାରିତା: ୩ବର୍ଷ ବୟସରେ ଅପହରଣ ହୋଇଥିବା ଶିଶୁ ମିଳିଲେ ୧୮ବର୍ଷ ପରେ

ବେଜିଂ,୨୦।୭: ଆଜିକାଲି ସୋସିଆଲ ମିଡିଆରେ ନିଜର ବୃଦ୍ଧାବସ୍ଥାରେ କେମିତି ଦେଖାଯିବେ ସେନେଇ ଏକ ଟ୍ରେଣ୍ଡ ଚାଲିଛି। ସମେସ୍ତ ଫେସ୍‌ଆପ୍‌ ବ୍ୟବହାର କରି ବୃଦ୍ଧାବସ୍ଥାର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ତେବେ ଚାଇନାରେ ଏହି ଆପ୍‌ ଯୋଗୁ ଗୋଟିଏ ପରିବାରର ଭାଗ୍ୟ ବଦଳିଯାଇଛି। ସୂଚନାଯୋଗ୍ୟ, ଉକ୍ତ ସହରରେ ରହୁଥିବା ଗୋଟିଏ ପରିବାରକୁ ଦୁଇ ଦଶକ ପରେ ତାଙ୍କର ସନ୍ତାନ ମିଳିଛି। ଯୁବକ ୟୁ ଓ୍ବିଫେଙ୍ଗ ୩ବର୍ଷର ହୋଇଥିବା ବେଳେ କେହି ତାଙ୍କୁ ଅପହରଣ କରିନେଇଥିଲେ। ଏହାପରେ ପୋଲିସ ତାଙ୍କୁ ଖୋଜିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ସେ ମିଳି ନ ଥିଲେ। ହେଲେ ପରିବାର ଲୋକେ ପୁଅ ମିଳିବା ନେଇ ଆଶା ଛାଡି ନ ଥିଲେ। ଏବେ ଏହି ଆପ୍‌ ଆସିବା ପରେ ପୋଲିସର ମୁଣ୍ଡକୁ ଏକ ବିଚାର ଆସିଥିଲା। ଯୁବକ ଜଣଙ୍କ ଯେତେବେଳେ ୩ବର୍ଷର ଥିଲେ ସେହି ପୁରୁଣା ଫଟୋକୁ ନେଇ ଏହି ଆପ୍‌ ଦ୍ୱାରା ଏବେ ସେ କିଭଳି ଦେଖାଯାଉଥିବେ ପୋଲିସ ପରୀକ୍ଷା କରିଥିଲା। ଏହି ସଫ୍ଟଓ୍ବେୟାର ଦ୍ୱାରା ପ୍ରାୟ ୧୦୦ଜଣ ଲୋକଙ୍କ ମଧ୍ୟରୁ ଓ୍ବିଫେଙ୍ଗର ପତ୍ତା ମିଳିଥିଲା। ସେ ଏବେ କଲେଜରେ ପାଠପଢ଼ୁଥିବା ବେଳେ ଅନ୍ୟଜଣେ ଦମ୍ପତି ତାଙ୍କୁ ପାଳିଥିବା ଜଣାପଡ଼ିଛି। ପ୍ରଥମେ ସେ ନିଜେ ଅପହରଣ ହୋଇଥିବା କଥାକୁ ମାନି ନ ଥିବା ବେଳେ ପରେ ଓ୍ବିଫେଙ୍ଗ ଓ ତାଙ୍କ ଅଭିଭାବକଙ୍କ ଡିଏନଏ ଟେଷ୍ଟ କରାଯାଇଥିଲା। ଡିଏନଏ ପରୀକ୍ଷା ପରେ ତାଙ୍କ ପରିବାର ଲୋକେ ହଜିଯାଇଥିବା ପିଲାକୁ ପାଇଥିଲେ। ଏହାପରେ ଉକ୍ତ ପରିବାର ପାଳିତ ଅଭିଭାବକଙ୍କୁ ଧନ୍ୟବାଦ ଦେଇଥିଲେ। ଚାଇନାର ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri