ଫେସବୁକ, ହ୍ବାଟ୍‌ସଆପ୍‌, ଇନଷ୍ଟାଗ୍ରାମ ହଠାତ୍‌ କାହିଁକି ହୋଇଗଲା ଡାଉନ୍‌: ଜାଣନ୍ତୁ ପ୍ରକୃତ କାରଣ

ଓ୍ବାଶିଟନ୍‌,୫।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ହ୍ବାଟ୍ସଆପ୍‌ ଏବଂ ଇନଷ୍ଟାଗ୍ରାମ ସୋମବାର ରାତିରେ ହଠାତ୍‌ ଡାଉନ୍‌ ହୋଇଯାଇଥିଲା। ଫଳରେ ବିଶ୍ୱର କୋଟି କୋଟି ଉପଭୋକ୍ତା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସର୍ଭର ଡାଉନ୍‌ ଯୋଗୁ ହ୍ବାଟସଆପ ବ୍ୟବହାରକାରୀମାନେ ବାର୍ତ୍ତା ପଠାଇବା କିମ୍ବା ଗ୍ରହଣ କରିବାରେ ସକ୍ଷମ ହୋଇ ନ ଥିଲେ। ସେହିଭଳି, ବ୍ୟବହାରକାରୀମାନେ ଫେସବୁକରେ କେବଳ ପୁରୁଣା ବିଷୟବସ୍ତୁ ଦେଖୁଥିଲେ। ଏହି ସମସ୍ୟା ହେତୁ ଇନଷ୍ଟାଗ୍ରାମ ବ୍ୟବହାରକାରୀମାନେ ମଧ୍ୟ ଷ୍ଟାଟସ ଏବଂ ରିଲ ଦେଖିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତଥାପି, ପ୍ରାୟ ୬ ଘଣ୍ଟା ପରିଶ୍ରମ ପରେ, ଏହି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ପୁଣିଥରେ କାମ କରିବା ଆରମ୍ଭ କରିଥିଲା। ତେବେ ଆସନ୍ତୁ ଜାଣିବା ସାରା ବିଶ୍ୱରେ ହ୍ବାଟସଆପ, ଫେସବୁକ ଏବଂ ଇନଷ୍ଟା ହଠାତ୍‌ କାହଁିକି ଡାଉନ୍‌ ହୋଇଯାଇଥିଲା।
ବିଶ୍ୱର ସାଇବର କ୍ରାଇମ ବିଶେଷଜ୍ଞ ଏବଂ ଅନୁସନ୍ଧାନକାରୀମାନେ ଏହିପରି ବିଶ୍ୱସ୍ତରୀୟ ଅଘଟଣର ପ୍ରକୃତ କାରଣ ଖୋଜିବାକୁ ଚେଷ୍ଟା କରିଥିଲେ। ବ୍ରାଏନ କ୍ରେବସ ନାମକ ଜଣେ ସାଇବର କ୍ରାଇମ୍‌ ରିପୋର୍ଟରଙ୍କ ଅନୁଯାୟୀ, ଏହି ପ୍ଲାଟଫର୍ମଗୁଡିକ ଡାଉନ୍‌ ହେବାର କାରଣ ହେଉଛି ବିଜିପି ଅର୍ଥାତ୍‌ ବର୍ଡର ଗେଟୱେ ପ୍ରୋଟୋକଲରେ ଏକ ତ୍ରୁଟି। ବିଜିପି ହେତୁ ଇଣ୍ଟରନେଟ ସଠିକ ଭାବରେ କାମ କରିବାକୁ ସକ୍ଷମ ଅଟେ। ଇଣ୍ଟରନେଟ ହେଉଛି ଅନେକ ନେଟୱାର୍କର ଏକ ନେଟୱାର୍କ ଏବଂ ବିଜିପିର କାମ ହେଉଛି ଏହି ନେଟୱାର୍କଗୁଡ଼ିକୁ ଏକତ୍ର ସଂଯୋଗ କରିବା। ଯଦି ବିଜିପି ତ୍ରୁଟିପୂର୍ଣ୍ଣ କିମ୍ବା ଏହା କୌଣସି କାରଣରୁ କାମ ବନ୍ଦ କରିଦିଏ, ତେବେ ଇଣ୍ଟରନେଟ ରଏଟର୍ସଗୁଡିକ କଣ କରିବେ ଜାଣିପାରନ୍ତି ନାହିଁ ଏବଂ ଇଣ୍ଟରନେଟ କାମ ବନ୍ଦ କରିଦିଏ। ବଡ଼ ରଏଟର୍ସଗୁଡିକ ସେମାନଙ୍କର ମାର୍ଗଗୁଡ଼ିକୁ ଅପଡେଟ କରି ରଖନ୍ତି ଯାହା ଦ୍ୱାରା ନେଟୱର୍କ ପ୍ୟାକେଟଗୁଡିକ ଶେଷ ଉତ୍ସକୁ ବିତରଣ ହୋଇପାରିବ। ଫେସବୁକ କ୍ଷେତ୍ରରେ ଏହା ଘଟିଛି। ଫେସବୁକ ପ୍ଲାଟଫର୍ମ ତାର ଶେଷ ଗନ୍ତବ୍ୟସ୍ଥଳରେ ଥିଲା ଏବଂ ବିଜିପିରେ ଏକ ତ୍ରୁଟି ହେତୁ ଫେସବୁକ ଅନ୍ୟ ନେଟୱାର୍କକୁ ଏହା ଇଣ୍ଟରନେଟରେ ଅଛି ବୋଲି କହିପାରିଲା ନାହିଁ।
ସୋମବାର ଫେସବୁକ, ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମରେ ଆସିଥିବା ତ୍ରୁଟି ପଛରେ ଡିଏନ୍‌ଏସ୍‌ ମଧ୍ୟ ଦାୟୀ ବୋଲି ଜଣାପଡିଛି। ଡିଏନ୍‌ଏସ୍‌ ଯଥା ଡୋମେନ ନେମ୍‌ ସିଷ୍ଟମ ଇଣ୍ଟରନେଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଇଣ୍ଟରନେଟ ପାଇଁ ଏହା ଏକ ପ୍ରକାର ଫୋନବୁକ। ଏହା ହେଉଛି ଏକ ଉପକରଣ ଯାହା ଫେସବୁକ ପରି ଡୋମେନ ନାମକୁ ପ୍ରକୃତ ଇଣ୍ଟରନେଟ ପ୍ରୋଟୋକଲରେ ପରିଣତ କରେ। ଏକ ଡିଏନ୍‌ଏସ୍‌ ତ୍ରୁଟି ହେତୁ ଉପଭୋକ୍ତାଙ୍କର ବ୍ରାଉଜର୍‌ କିମ୍ବା ସ୍ମାର୍ଟଫୋନ ଆପ ଫେସବୁକର ସେବାକୁ ପ୍ରବେଶ କରିବାରେ ଅସମର୍ଥ ହେଲା।
ସୋମବାର ଅଘଟଣ ବିଷୟରେ ଫେସବୁକ ନିଶ୍ଚିତ କରିଛି ଯେ, ଏହା ସାଇବର ଆକ୍ରମଣ ନୁହେଁ। କମ୍ପାନୀ କହିଛି ଯେ, ଏହି ଅଘଟଣର ମୁଖ୍ୟ କାରଣ ହେଉଛି ଭୁଲ ସଂରଚନା ବିତରଣ (କନଫିଗେରେସନ ଚେଞ୍ଜ୍‌)। ଏହି ତ୍ରୁଟି କାରଣରୁ କମ୍ପାନୀର ୩.୫ ବିଲିୟନ ଉପଭୋକ୍ତା ସୋସିଆଲ ମିଡିଆ ଏବଂ ମେସେଜିଂ ସେବା ପାଇବାରେ ଅସୁବିଧା ଭୋଗୁଛନ୍ତି। କମ୍ପାନୀ ଆହୁରି ମଧ୍ୟ କହିଛି ଯେ ଏହି ଅଘଟଣରେ ଉପଭୋକ୍ତାଙ୍କ ତଥ୍ୟକୁ ନେଇ କୌଣସି ଟ୍ୟାମ୍ପରିଂ ହୋଇଛି ବୋଲି ଦର୍ଶାଇବାକୁ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ କୌଣସି ପ୍ରମାଣ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଭୂତଳ ଜଳ ୧.୨ ବିଲିୟନ ବର୍ଷ ପୁରୁଣା

ଟରଣ୍ଟୋ, ୨୫।୧୨: ମାଟି ତଳେ ରହୁଥିବା ଜୀବମାନଙ୍କ ପାଇଁ ଭୂତଳ ଜଳ ଏକ ଜରୁରୀ ଉପାଦାନ। ଓ୍ବାଟର ସାଇକେଲ୍‌ ବା ଜଳଚକ୍ର ଦ୍ୱାରା ଏହି ଭୂତଳ...

ଆଉ ଏକ ଜନମତ ସଂଗ୍ରହ କରିଥିବା ଘୋଷଣା କଲେ ଖଲିସ୍ତାନ ସମର୍ଥକ, ଭାରତ କହିଲା ସୃଷ୍ଟି କରାଯାଉଛି ହିଂସା

ଭ୍ୟାକୁଭର,୧୨।୯: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତ ଗସ୍ତରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଲିସ୍ତାନ ସମର୍ଥକମାନେ ରବିବାର କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର...

ଶ୍ରୀଲଙ୍କାରେ ମହଙ୍ଗା ମାଡ: ପେଟ୍ରୋଲ ପାଇଁ ଲାଇନରେ ଠିଆ ହୋଇ ଲୋକଙ୍କ ମୃତ୍ୟୁ

କଲମ୍ବୋ,୨ ।୪: ବିଦେଶି ମୁଦ୍ରା କମ୍ ଯୋଗୁ ଶ୍ରୀଲଙ୍କାରେ ଖୋଦେଇଥିବା ମହଙ୍ଗା ମାଡ ଏବେ ସାଧାରଣ ଜନଜୀବନ ଉପରେ ଖୁବ୍ ପ୍ରଭାବ ପାକାଉଛି । ଲୋକେ...

କମିବ ଲୋକଙ୍କ ବୟସ

ସିଓଲ,୯।୧୨: ଦକ୍ଷିଣ କୋରିଆ ସରକାର ପାରମ୍ପରିକ ବୟସ ଗଣନା ପଦ୍ଧତିକୁ ରଦ୍ଦ କରିବା ପାଇଁ ଗୁରୁବାର ଏକ ଆଇନ ପ୍ରଣୟନ କରିଛନ୍ତି। ଫଳରେ ସରକାର ବୟସ...

ରୁଷିଆରେ ସମସ୍ତ ସେବା ବନ୍ଦ କଲା ନେଟଫ୍ଲିକ୍ସ

ମସ୍କୋ,୭ ।୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଦୀର୍ଘ ୧୨ ଦିନର ଘମାଘୋଟ ଲଢେଇ ଭିତରେ ଛାରଖାର ହୋଇଗଲାଣି...

ଅକ୍ଟୋବର ୧୫ରେ ଲଣ୍ଡନରୁ ପାକିସ୍ତାନ ଫେରିପାରନ୍ତି ନୱାଜ ଶରିଫ

ଇସଲାମାବାଦ,୨୬।୮: ଶହାବାଜ ସରିଫଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପାକିସ୍ତାନରେ ଏବେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଚାଲିଛି। ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ,...

୫୧ ଲୋକଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ…

ତେହେରାନ, ୩୧।୫ : ଇରାନରେ, ୫୧ ଜଣଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ ନିର୍ଦ୍ଦେଶ ଜାରି କରାଯାଇଛି। ବୈବାହିକ ସମ୍ପର୍କରେ ନିଜ ସାଥୀଙ୍କୁ ପ୍ରତାରଣା କରିଥିବାରୁ...

ଆଇସଲ୍ୟାଣ୍ଡ କହୁଛି ଧାର୍ମିକ ବିଶ୍ୱାସ ଭ୍ରମ ଓ ହାନିକାରକ

ରେକ୍ୟାଭିକ ଆଇସଲ୍ୟାଣ୍ଡ,୨୮।୧: ଉତ୍ତର ଆଣ୍ଟଲାଣ୍ଟିକର ଛୋଟ ଦ୍ୱୀପଦେଶ ଆଇସଲ୍ୟାଣ୍ଡ ବହୁ ବିବାଦରେ ଛନ୍ଦି ହୋଇଛି। ୨୦୧୭ରେ ଏହି ଦେଶର ପାର୍ଲାମେଣ୍ଟରେ ସବୁ ବାଇବେଲକୁ ନେଇ ଥିବା...

Advertisement
Archives

Model This Week