Posted inଖେଳ

ଫେରୋ ଜିତିଲେ ପାଲ୍‌ରେମୋ ଓପନ

ପାଲେରମୋ, ୧୧ା୮(ଏପି)-ଫ୍ରାନ୍ସର ଫିଓନା ଫେରୋ ପାଲ୍‌ରମୋ ଲେଡିଜ୍‌ ଓପନ୍‌ ଟେନିସ୍‌ ଚାମ୍ପିୟନ ହୋଇଛନ୍ତି। ସେ ଫାଇନାଲରେ ଚତୁର୍ଥ ସିଡ୍‌ ଇସ୍ତୋନିଆର ଆନେଟ୍‌ କୋଣ୍ଟାଭିଟ୍‌କୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ୫ ମାସ ମଧ୍ୟରେ ଏହା ତାଙ୍କର ପ୍ରଥମ ଟୁର୍‌ ଲେଭଲ ଟେନିସ ଟାଇଟଲ। ଫାଇନାଲ ପ୍ରବେଶ ପଥରେ ସେ ମାତ୍ର ଗୋଟିଏ ସେଟ୍‌ରେ ପରାଜିତ ହୋଇଥିଲେ। ବିଶ୍ୱର ୫୩ ର଼୍ୟାଙ୍କିଙ୍ଗପ୍ରାପ୍ତ ଫେରୋ ରବିବାର ଟାଇଟଲ ମୁକାବିଲାକୁ ୬-୨, ୭-୫ ସେଟ୍‌ରେ ଜିତିଥିଲେ। ୨୩ବର୍ଷୀୟା ଖେଳାଳିଙ୍କ ଏହାର ହେଉଛି ଦ୍ୱିତୀୟ ଡବ୍ଲ୍ୟୁଟିଏ ଟାଇଟଲ। ଅନ୍ୟପକ୍ଷରେ କୋଣ୍ଟାଭିଟ୍‌ଙ୍କର ୬ଟି ଫାଇନାଲ ମଧ୍ୟରୁ ଏହା ଥିଲା ୫ମ ପରାଜୟ। କରୋନା ଭାଇରସ ଯୋଗୁ ଗତ ମାର୍ଚ୍ଚ ମାସରୁ ସମଗ୍ର ବିଶ୍ୱରେ କ୍ରୀଡ଼ା ପ୍ରତିଯୋଗିତା ସସ୍‌ପେଣ୍ଡ ରଖାଯିବା ପରେ ଏହା ଥିଲା ପ୍ରଥମ ଅଫିସିଆଲ ଟେନିସ ଇଭେଣ୍ଟ। ଟୁର୍ନାମେଣ୍ଟରେ ସ୍ବାସ୍ଥ୍ୟ ପ୍ରୋଟୋକଲ୍‌କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା। ଅଳ୍ପ ସଂଖ୍ୟକ ବଲ୍‌ବୟ ଓ ସୀମିତ ସଂଖ୍ୟକ ଖେଳପ୍ରେମୀଙ୍କ ଉପସ୍ଥିତିରେ ମ୍ୟାଚ ଖେଳାଯାଇଥିଲା। ମ୍ୟାଚ୍‌ ପରେ ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ମଧ୍ୟରେ କରମର୍ଦ୍ଦନ ହୋଇ ନ ଥିଲା। ଟୁର୍ନାମେଣ୍ଟର ଖେଳାଳି ଓ ଅଫିସିଆଲଙ୍କ ପ୍ରତି ୪ ଦିନରେ ଥରେ ଲେଖାଏଁ କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ଜଣେ ଖେଳାଳିଙ୍କର ପଜିଟିଭ ଆସିବାରୁ ସେ ପ୍ରତିଯୋଗିତାରୁ ଓହରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସତ୍ତ୍ୱେ ଭାରତକୁ ମିଳିଲାନି ଫାଇଦା: ଏବେ ବି ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୨: ଭାରତ ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ଜିମ୍ବାୱେକୁ ପରାସ୍ତ କରି ସେମିଫାଇନାଲ ସ୍ଥାନ ପାଇଁ ଆଶା ଉଜ୍ଜୀବିତ ରଖିଛି। ଚେନ୍ନାଇର ଏମଏ ଚିଦାମ୍ବରମ…

୬,୬,୬,୬,୬….ମାତ୍ର ୧୪ ବଲ୍‌ରେ କମାଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୬।୨: IPL 2026 ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚମତ୍କାର ଫର୍ମରେ ଅଛନ୍ତି। ସେ ଚଳିତ DY ପାଟିଲ T20 ଟୁର୍ନାମେଣ୍ଟରେ ଏହି ସଫଳତା ହାସଲ…

କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କ ଦେହାନ୍ତ, ଲିଭର କ୍ୟାନସରରେ ପୀଡ଼ିତ….

ନୂଆଦିଲ୍ଲୀ,୨୭ା୨: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରିଙ୍କୁ…

ସମ୍ବଲପୁର କପ୍‌ ଫୁଟବଲ: ସମଲେଶ୍ୱରୀ ସ୍ପୋର୍ଟିଂକୁ ହରାଇ ଫାଇନାଲରେ କେରଳ

ସମ୍ବଲପୁର,୨୬ା୨(ବି.ଶଙ୍କର): ସମଲେଶ୍ୱରୀ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ୧୪ତମ ସର୍ବଭାରତୀୟ ସମ୍ବଲପୁର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ କେରଳ ଷ୍ଟେଟ୍‌ ଇଲେଷ୍ଟ୍ରିସିଟି ବୋର୍ଡ ବିଜୟୀ…

ପ୍ରଥମ ଥର ପାଇଁ ଏଭଳି କାରନାମା  କଲେ ଅଭିଷେକ ଶର୍ମା, ହତବାକ୍‌ ହୋଇଗଲା ଜିମ୍ବାଓ୍ବେ! 

ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଷେକ ଶର୍ମା ଶେଷରେ ଜିମ୍ବାୱେ ବିପକ୍ଷରେ ନିଜର ରୌଦ୍ର ରୂପ ଦେଖାଇଛନ୍ତି। ସିକନ୍ଦର ରଜାଙ୍କ…

T20 World Cup 2026: ଅଭିଷେକ-ସାମସନ ଭାଙ୍ଗିଲେ ଓପନିଂ ରେକର୍ଡ, ଜିମ୍ବାଓ୍ବେ ବିପକ୍ଷରେ…

ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଟିମ ଇଣ୍ଡିଆର ଓପନିଂ ଯୋଡ଼ି ଶେଷରେ ନିଜର ପୁରୁଣା ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି। ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଅଭିଷେକ ଶର୍ମା…

କାହିଁକି ଖେଳାଳିଙ୍କ ସୁରକ୍ଷା ମାଗିଲେ ଶ୍ରୀଲଙ୍କା ଅଧିନାୟକ, ଜାଣନ୍ତୁ…

କଲମ୍ବୋ,୨୬ା୨: ଟି୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି କେବଳ ଖେଳାଳିଙ୍କ ଫିଟ୍‌ନେସ ଓ ଫର୍ମ ଦାୟୀ ନୁହେଁ, ବରଂ ଦଳ ବାହାରେ ସୃଷ୍ଟି ହୋଇଥିବା…

ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିରେ ଦ. ଆଫ୍ରିକା

ଅହମଦାବାଦ,୨୬ା୨: ପେସରଙ୍କ ଘାତକ ବୋଲିଂ ଏବଂ ଅଧିନାୟକ ଏଡେନ ମାରକ୍ରମଙ୍କ ଅପରାଜିତ ୮୧ ରନ୍‌ର ଇନିଂସ ବଳରେ ଗୁରୁବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri