ଫେରିଲେ ୧୪୬୪ ପ୍ରବାସୀ

ଖୋର୍ଦ୍ଧା ଅଫିସ, ୨୪।୫: କୋଇମ୍ବାଟୁରରୁ ଆସିଥିବା ସତନ୍ତ୍ର ଶ୍ରମିକ ଟ୍ରେନ ରବିବାର ଭୋର ସମୟରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେଶନରେ ପହଁଞ୍ଚିଛି। ଏହି ଟ୍ରେନରେ ୧୪୬୪ ପ୍ରବାସୀ ଓଡିଆ ଏବଂ ୪୮ ଜଣ ଛତିଶଗଡ ପ୍ରବାସୀ ଫେରିଛନ୍ତି। ପ୍ରବାସୀଓଡିଆଙ୍କ ମଧ୍ୟରେ କଟକର ୨୯, ଗଞ୍ଜାମର ୩୪୪,ଜଗତସିଂହପୁରର ୮୪,କେନ୍ଦ୍ରାପଡାର ୨୮,ଖୋର୍ଦ୍ଧାର ୩୪, ପୁରୀର ୪୧, ଅନୁଗୁଳର ୧୬, ବାଲେଶ୍ବରର ୫୨, ବରଗଡ଼ର ୧୦, ଭଦ୍ରକର ୪୦, ବଲାଙ୍ଗୀରର ୪୧,ବୌଦ୍ଧ ୨୫, ଦେଓଗଡର ୧, ଢେଙ୍କାନାଳର ୧୭, ଗଜପତିର ୧୪, ଯାଜପୁରର ୪୦,ଝାରସୁଗୁଡାର ୫୪, କଳାହାଣ୍ଡିର ୨୧, କନ୍ଧମାଳର ୭୧, କୋରାପୁଟର ୨୬,ମାଲକାନଗିରି ୪,ମୟୂରଭଞ୍ଜ ୨୩୫,ନବରଙ୍ଗପୁର ୬,ନୟାଗଡ ୩୦,ନୂଆପଡା ୬,ରାୟଗଡା ୧୬, ସମ୍ବଲପୁରର ୧୩, ସୁବର୍ଣ୍ଣପୁରର ୩୨ ଏବଂ ସୁନ୍ଦରଗଡର ୧୩୪ ଜଣ ରହିଛନ୍ତି। ଷ୍ଟେଶନରେ ଏମାନଙ୍କ ଥର୍ମାଲ ସ୍କ୍ରିନିଂ, ପଞ୍ଜୀକରଣ, ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଡାହାଣ ହାତରେ ଷ୍ଟାମ୍ପ ମରାଯାଇ ସ୍ବତନ୍ତ୍ର ବସ ଯୋଗେ ନିଜ ଜିଲାକୁ ପଠାଇ ଦିଆଯାଇଥିବା ବେଳେ ଛତିଶଗଡ ପ୍ରବାସୀଙ୍କୁ ପ୍ରାଣନାଥ କଲେଜକୁ ପଠାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପ୍ରବାସୀ ମାନେ ଷ୍ଟେଶନରେ ଓହ୍ଲାଇବା ବେଳେ ଜିଲା ପ୍ରଶାସନିକ ଅଧିକାରୀ,ରେଳବାଇ କତ୍ତୃପକ୍ଷ, ଜିଆର୍‌ପି, ଆର୍‌ପିଏଫ୍‌ ଏବଂ ସ୍ଥାନୀୟ ପୋଲିସ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଜିଲାରୁ ଆସିଥିବା ସ୍ବେଚ୍ଛାସେବୀମାନେ ସେମାନଙ୍କ ଜିଲାର ପ୍ରବାସୀ ଓଡିଆଙ୍କ ପଞ୍ଜୀକରଣ କରିଥିଲେ। ପରେ ସେମାନଙ୍କୁ ଜିଲାରୁ ଆସିଥିବା ସ୍ବତନ୍ତ୍ର ବସ ଯୋଗେ ନିଜ ଜିଲାକୁ ନେଇ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଁଦିଆରୁ ଆରମ୍ଭ ହେଲା ଗ୍ରୀନ କରିଡର

ଢେଙ୍କାନାଳ ଅଫିସ, ୭।୭ – ହାତୀ ଉପଦ୍ରୁତ ଢେଙ୍କାନାଳରେ ହସ୍ତୀଙ୍କୁ ସୁରକ୍ଷା ଦେବାକୁ ଆରମ୍ଭ ହୋଇଛି ‘ଗ୍ରୀନ କରିଡ଼ର’। ୭୦ତମ ବନ ମହୋତ୍ସବ ଅବସରରେ ଶନିବାର...

ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହିତ ପାଇଁ ଯୋଜନା ଚାଲିଛି

ନୂଆପଡା ଅଫିସ,୧୦ା୮ ନୂଆପଡା ଏକ ଉପାନ୍ତ ଜିଲା । ଏଠାରେ ଯୁବ ସମାଜ ଦିନକୁ ଦିନ ପଥଭ୍ରଷ୍ଟ ଯେମିତି ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାର...

ମୃତ୍ତିକା ପରୀକ୍ଷା କାର୍ଯ୍ୟକ୍ରମ ବାଟବଣା : ୧୩ହଜାରରୁ ମାତ୍ର ୩ ହଜାର ଚାଷୀଙ୍କ ଜମିର ହୋଇଛି ପରୀକ୍ଷା

ନୟାଗଡ଼ ଅଫିସ,୧୮ା୧୦: ରାଜ୍ୟ ସରକାରଙ୍କ କୃଷିନୀତି ୨୦୧୩ ଅନୁଯାୟୀ ଚାଷୀଙ୍କ ଜମିର ମାଟି ପରୀକ୍ଷା ପାଇଁ ପ୍ରତି ଜିଲାରେ ମୃତ୍ତିକା ପରୀକ୍ଷା କେନ୍ଦ୍ର ରହିଛି। ଚାଷୀମାନେ...

ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା ପୋଲିସ ବିଟ୍‌ ହାଉସ୍‌

ଝାରସୁଗୁଡା ଅଫିସ/ଲଖନପୁର, ୨୦।୧୦(ଡି.ଏନ.ଏ.)-ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରବିବାର ଏକ ପୋଲିସ ବିଟ୍‌ ହାଉସ ଖୋଲିଛି। ଉତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁଲାଲଙ୍କ ଅନୁମୋଦନ କ୍ରମେ...

ଆଜିଠାରୁ ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା

ତାଳଚେର,୧୮ା୪(ନି.ପ୍ର.)- ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା ଉତ୍ସବ ଗୁରୁବାରଠାରୁ ଆରମ୍ଭ ହେବ। ଏଥିପାଇଁ ତାଳଚେର ସହ...

ବ୍ୟାଙ୍କରୁ ୭୩ ହଜାର ଟଙ୍କା ଚୋରି

ଶଙ୍କରାଖୋଲ,୨ା୭(ଡି.ଏନ୍‌.ଏ.)-ଚକାପାଦ ଥାନା ଚକାପାଦ ଭାରତୀୟ ଷ୍ଟେଟବ୍ୟାଙ୍କରୁ ସୋମବାର ସକାଳେ ୭୩ ହଜାର ୮୫ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କର ଫିଲ୍ଡ ଅଫିସର ମନୋରଞ୍ଜନ...

ପୁଣି ୨୨ କରୋନା ପଜିଟିଭ ଚିହ୍ନଟ: ଦେବଗଡ଼ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଛୁଇଁଲା

ଦେବଗଡ଼,୨୫ା୫(ଡି.ଏନ୍‌.ଏ): ଦେବଗଡ଼ ଜିଲାରେ ସୋମବାର ପୁଣି ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨ ଆକ୍ରାନ୍ତ ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତ କ୍ୱାରାଣ୍ଟାଇନ...

ଶିବିରରେ ୩୨ୟୁନିଟ୍‌ ରକ୍ତ ସଂଗ୍ରହ ହେଲା

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ଜିଲା କଦଲୀପାଲି ଗ୍ରାମରେ ମଙ୍ଗଳବାର ଭ୍ରାମ୍ୟମାଣ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୨ୟୁନିଟ୍‌ ରକ୍ତ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *