ଫେରିବାକୁ ଚାହିଁ ବସିଛନ୍ତି ୭୮ଦାଦନ ଶ୍ରମିକ

ବଲାଙ୍ଗୀର ଅଫିସ, ୨୯ା୩: କରୋନା ସଂକ୍ରମଣ ରୋକିବା ନେଇ ଦେଶବ୍ୟାପୀ ଲକ୍‌ ଡାଉନ୍‌ ସମୟରେ ସବୁଠୁ ବେଶୀ ଅସୁବିଧାରେ ପଡିଛନ୍ତି ଦାଦନ ଶ୍ରମିକ । ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶତାଧିକ ଦାଦନ ଶ୍ରମିକ ଏବେ ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାର କରୁଛନ୍ତି । ବଲାଙ୍ଗୀର ଜିଲାର ୭୮ରୁ ଉର୍ଦ୍ଧ୍ୱ ଦାଦନ ଶ୍ରମିକ ତାମିଲନାଡୁର ବିଭିନ୍ନ ସ୍ଥାନରେ ଅଟକି ରହି ଅସୁବିଧା ଭୋଗୁଥିବା ମୋବାଇଲ ଭିଡିଓରୁ ଜଣାପଡିଛି । ସେମାନେ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରୁଛନ୍ତି । ଖାଦ୍ୟ ସାମଗ୍ରୀ ସରି ଯାଇଥିବାରୁ ସେମାନେ କରୋନା ସଂକ୍ରମଣ ପୂର୍ବରୁ ଭୋକରେ ମରିଯିବେ ବୋଲି କହୁଥିବା ଶୁଣାଯାଇଛି । ଗୋଟିଏ ଭିଡିଓରେ ବଲାଙ୍ଗୀର ଜିଲା ପୁଇଁତଲା ବ୍ଳକ ଅଧିନ ଲୁକାପଡା ଗ୍ରାମର ୧୫, ଆଗଲପୁର ବ୍ଳକ୍‌ ନୁନିଆପାଲିର ୧୦, ବଲାଙ୍ଗୀର ସଦର ବ୍ଳକ ଅନ୍ତର୍ଗତ ଚନ୍ଦନଭାଟିର ୧୫ ଏବଂ ସଇଁତଲା ବ୍ଳକ ଟିକ୍ରାପଡା ଗ୍ରାମର ୪ ଜଣ ଏହିପରି ସମୁଦାୟ ୪୪ ଜଣ ଦାଦନ ଶ୍ରମିକ ତାମିଳନାଡୁର ତ୍ରିପୁର ଜିଲା କାଦାମ୍ପାଲିୟମ୍‌ ଗ୍ରାମରେ ଫସି ରହିଥିବା ଜଣାଇଛନ୍ତି । ସେମାନଙ୍କ ପାଖରେ ଖାଇବା ପାଇଁ କିଛି ନଥିବାରୁ ସେମାନେ ଅସୁବିଧା ଭୋଗୁଥିବା କହିଛନ୍ତି । ଏଭଳି ସ୍ଥିତିରେ ସେମାନେ ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ଠିକ୍‌ ସେହିପରି ତାମିଲନାଡୁର ଗଣପଥିପଲୟମ୍‌ ରୋଡ, ଭିରାପୋଣ୍ଡିଠାରେ ୩୪ ଜଣ ଦାଦନ ଶ୍ରମିକ ଫସିଥିବା ଜଣାପଡିଛି । ଏହି ୩୪ ଜଣଙ୍କ ମଧ୍ୟରେ ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର ଜିଲାର ଶ୍ରମିକ ଥିବା ଜଣାପଡିଛି । ଏହି ଶ୍ରମିକଙ୍କୁ ଉଦ୍ଧାର ପାଇଁ ରାଜ୍ୟ ଶ୍ରମ କଲ୍ୟାଣ ବୋର୍ଡର ସଦସ୍ୟ ଲଳିତ କୁମାର ନାୟକ ରାଜ୍ୟ ସରକାର ଓ ବଲାଙ୍ଗୀର ଜିଲାପାଳଙ୍କୁ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାଚେରି ଡେଇଁ ବାହାରକୁ ଆସିଲା ସିଂହ ଛୁଆ

ବାରଙ୍ଗ,୮।୧୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବିବାଦର ପିଛା ଛାଡୁ ନ ଥିବାବେଳେ ଏବେ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଯାଇଛି। ବୁଧବାର ଲାଳନପାଳନ କେନ୍ଦ୍ରରେ...

ବାରିପଦା ଟାଉନ ଥାନା: ହ୍ୟାଣ୍ଡକପ୍‌ ଭାଙ୍ଗି ଅଭିଯୁକ୍ତ ଫେରାର

ବାରିପଦା ଅଫିସ,୫ା୧୧- ସୋମବାର ରାତିରେ ବାରିପଦା ଟାଉନ ଥାନାରୁ ହ୍ୟାଣ୍ଡକପ୍‌ ଭାଙ୍ଗି ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ରାତି...

କମାକଣ୍ଟିଆ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ବିରୋଧରେ ଅଭିଯୋଗ, ତଦନ୍ତ ରିପୋର୍ଟ ଚାପିଛି ଜିଲା ସ୍ବାସ୍ଥ୍ୟ ବିଭାଗ

ପୁରୀ ଅଫିସ,୨୦ା୩: ପିପିଲି ବ୍ଲକ୍‌ର କମାକଣ୍ଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଡାକ୍ତର ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ନେଇ ସାମାଜିକ କର୍ମୀ...

ଖାଦ୍ୟରେ ବିଛା ବାହାରିବା ଘଟଣା: ଅଙ୍ଗନୱାଡ଼ି କର୍ମୀ, ସହାୟିକାଙ୍କୁ କାରଣ ଦର୍ଶାଅ ନୋଟିସ

ଭୋଗରାଇ, ୧୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ମନ୍ଦାରସାହି ପଞ୍ଚାୟତ ହରିପୁର ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯାଉଥିବା ଭାତରେ ମଲା ବିଛା ବାହାରିଥିବା ଅଭିଯୋଗ...

ଝାଡାବାନ୍ତିରେ ୬ ଛାତ୍ରୀ ଆକ୍ରାନ୍ତ

ନବରଙ୍ଗପୁର,୨୦ା୧୧(ବି.ପ୍ର): ନବରଙ୍ଗପୁର ବ୍ଲକ ବାସିନି ଞ୍ଚାୟତ ଅଧୀନ ବେତାଳ ଗାଁ ଆଶ୍ରମ ବିଦ୍ୟାଳୟର ୬ ଛାତ୍ରୀ ଝାଡାବାନ୍ତିିରେ ଆକ୍ରାନ୍ତ ହୋଇଛନ୍ତି। ୨ ଛାତ୍ରୀ ଡାକ୍ତରଖାନାରେ ଚିକିତ୍ସାଧିନ...

ରାଜ୍ୟରୁ ଚିହ୍ନଟ ହେଲେ ୧୪ କରୋନା ପଜିଟିଭ୍‌

ଭୁବନେଶର,୭।୫(ବ୍ୟୁରୋ): ରାଜ୍ୟରେହ୍ରାସ ପାଉଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮...

ଲକ୍‌ ଡାଉନ୍‌ ନିୟମ ମାନି ରମଜାନ ପାଳନ କରିବାକୁ ନିଷ୍ପତ୍ତି

ଭଟଲି,୨୬ା୪(ଡି.ଏନ.ଏ): ବର୍ତ୍ତମାନ କରୋନା (କୋଭିଡ-୧୯)ପାଇଁ ସମଗ୍ର ଭାରତ ବର୍ଷକୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ ସମଗ୍ର ଦେଶରେ ସାମାଜିକ ଦୂରତ୍ୱ ରକ୍ଷା କରିବା...

ଡିସେମ୍ବର ପ୍ରଥମ ସପ୍ତାହରେ ମଣ୍ଡି ଆରମ୍ଭ କରିବାକୁ ଦାବି

ଜୟପୁର, ୨୮ା୧୧ (ନି.ପ୍ର.): କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଜୟପୁରସ୍ଥିତ ଜିଲା ଯୋଗାଣ ଅଧିକାରୀ ପ୍ରଦୀପ ପଣ୍ଡାଙ୍କୁ ମଞ୍ଚ ସମ୍ପାଦକ ତଥା ଡିଏଲପିସି ସଭ୍ୟ ନରେନ୍ଦ୍ର...

Advertisement
Archives

Model This Week