ଫେରନ୍ତା ବର୍ଷା ବୁଡ଼ାଇଲା

କଟକ ଅଫିସ,୧୮ା୧୦ : ବିଳମ୍ବରେ ଫେରିଛି ମୌସୁମୀ। ଫେରିବା ବାଟରେ ଜୋରରେ ବର୍ଷୁଛି। ସପ୍ତାହେ ହେବ କଟକ ସହରରେ ପ୍ରତିଦିନ ଅପରାହ୍ନରେ ବର୍ଷା ହେଉଛି। ଗୁରୁବାର ପ୍ରାୟ ୧ ଘଣ୍ଟା ଧରି ମୁଷଳ ଧାରାରେ ବର୍ଷା ହେବାରୁ ବାଦାମବାଡ଼ି, ଲିଙ୍କ୍‌ରୋଡ଼, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ, ଏସ୍‌ସିବି ମେଡ଼ିକାଲ, ମଙ୍ଗଳାବାଗ, ଏଲ୍‌ଆଇସି କଲୋନୀ, ଖ୍ରୀଷ୍ଟ କଲେଜ ଛକ, ଝୋଲାସାହି, ରାଉସାପାଟଣା, କଲେଜ ଛକ, ଷ୍ଟେଶନ ନିକଟ ସମେତ ପ୍ରାୟ ସବୁ ଅଞ୍ଚଳରେ ବର୍ଷାଜଳ ଲହଡି ମାରିଛି। ଏଥିଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସହରର ଡ୍ରେନ୍‌ଗୁଡ଼ିକ ସଫା ନ ହେବାରୁ ବର୍ଷାଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି। ଡ୍ରେନ୍‌ ସଫେଇ ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସହରବାସୀ ଅଭିଯୋଗ କରିଛନ୍ତି। ଏ ନେଇ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ପୂର୍ବରୁ ଯେଉଁଭଳି ଭାବେ ବର୍ଷାପାଣି ଜମି ରହୁଥିଲା ଏବେ ସେଭଳି ହେଉନି। ବର୍ଷା ହେଲେ ତଳିଆ ଅଞ୍ଚଳରେ ପାଣି ରହେ। ସିଏମ୍‌ସି ପକ୍ଷରୁ ବିଭିନ୍ନ ଜାଗାରେ ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ କରାଯାଏ। ଅତ୍ୟଧିକ ପାଣି ଜମିବା ସମ୍ଭାବନା ଥିବାରେ ଦୁଇଟି ବଡ଼ ପମ୍ପ ବ୍ୟବହାର କରାଯାଇ ପାଣି ନିଷ୍କାସନ କରାଯାଏ। ବିଭିନ୍ନ ସ୍ଥାନରେ ପାଣି ଯେପରି ଜମି ନ ରହିବ ସେଥିପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯାଉଛି।

ଏସ୍‌ସିବିରେ ପଶିଲା ପାଣି
ବର୍ଷାଯୋଗୁ ଏସ୍‌ସିବି ମେଡିକାଲରେ ପାଣି ପଶିଛି। ମେଡିକାଲରେ ଥିବା ଏକ୍ସ-ରେ ଏବଂ ସର୍ଜରି ୱାର୍ଡରେ ପାଣି ପଶିବାରୁ ରୋଗୀମାନେ ହନ୍ତସନ୍ତ ହୋଇଛନ୍ତି। ଏଭଳି ସମସ୍ୟା ବାରମ୍ବାର ଦେଖାଦେଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେଉନାହାନ୍ତି। ଏପରି କି ବର୍ଷା ସମୟରେ ପାଣି ଭିତରକୁ ପଶିଲେ ରଞ୍ଜନ ରଶ୍ମି ମେଶିନ ବନ୍ଦ କରି ଦିଆଯାଏ ବୋଲି ଡ୍ୟୁଟିରେ ଥିବା ଅଧିକାରୀମାନେ କହିଛନ୍ତି। ପ୍ରତିଥରଠାରୁ ଏଥର ଅଧିକ ପାଣି ଭିତରକୁ ପଶିଛି। ପୂର୍ବରୁ ଲାଇନରେ ଥିବା ରୋଗୀଙ୍କୁ ଏକ୍ସ-ରେ ରିପୋର୍ଟ ଦିଆଯାଇଛି। ଆଉ ଯେଉଁମାନେ ଥିଲେ ସେମାନଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। ରଞ୍ଜନ ରଶ୍ମି ଏବଂ ସର୍ଜରି ଓ୍ବାର୍ଡ ଦେଇ ଯାଇଥିବା ଡ୍ରେନ୍‌ ସଫା କରାଯାଇନାହିଁ। ଫଳରେ ବର୍ଷା ହେଲେ ନାଳ ପାଣି ସମେତ ବର୍ଷାପାଣି ମେଡିକାଲ ଭିତରକୁ ପଶୁଥିବା ରୋଗୀମାନେ କହିଛନ୍ତି। ବର୍ଷାପାଣି ପଶିବା ପୂର୍ବରୁ ରଞ୍ଜନ ରଶ୍ମି ବିଭାଗକୁ ବନ୍ଦ କରି ଦିଆଯାଇଥିଲା। ଏ ନେଇ ମେଡିକାଲର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି, ବର୍ଷାପାଣି ପଶିଥିବା ଖବର ଆମ ପାଖରେ ପହଞ୍ଚତ୍ଛି। ହେଲେ ରୋଗୀସେବାରେ ସେମିତି କୌଣସି ବ୍ୟାଘାତ ଘଟିନାହିଁ। ଆଗାମୀ ଦିନରେ ଯେଭଳି ପୁନର୍ବାର ପାଣି ନ ପଶିବ ସେ ଦିଗରେ ପଦକ୍ଷେପ ନେବାକୁ ଚେଷ୍ଟା ଜାରି ରହିଛି।

ଜଳମଗ୍ନ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ
ବର୍ଷା ଯୋଗୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଆଣ୍ଠୁଏ ଉଚ୍ଚତାର ପାଣି ଲହଡି ଭାଙ୍ଗୁଛି। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଡ୍ରେନ୍‌ରୁ ଆବର୍ଜନା ସଫା କରାଯାଉ ନାହିଁ। ଫଳରେ ବର୍ଷାଜଳ ନିଷ୍କାସନ ହେବାରେ ସମସ୍ୟା ସୃଷ୍ଟି ହୋଇଛି। ଏଥିଯୋଗୁ ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟ ପରିସରରୁ ବାହାରକୁ ଯିବାରେ ଅସୁବିଧା ହେଉଛି। ପୂର୍ବରୁ ଅନେକ ସମୟରେ ଏପରି ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କତ୍ତୃର୍ର୍ପକ୍ଷଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri