ଫେବୃୟାରୀ ୨୧ରେ କପିଳାସ ଜାଗରଯାତ୍ରା

ଢେଙ୍କାନାଳ ଅଫିସ, ୨୧।୧

କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଫେବୃୟାରୀ ୨୧ରେ ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ କରିବାକୁ ସୋମବାର ଅପରାହ୍ନ ସାଢ଼େ ୩ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି କହିଲେ, କପିଳାସ ଜାଗର ଯାତ୍ରା ଓଡ଼ିଶାରେ ପ୍ରସିଦ୍ଧ। ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କଲେ ଏହା ବିଧିବ୍ୟବସ୍ଥିତ ହୋଇପାରିବ। ରାଜପୁରୋଧା ପଞ୍ଚାନନ ମିଶ୍ରଙ୍କ ଦ୍ୱାରା ଅନୁମୋଦିତ ସମୟ ନିର୍ଘଣ୍ଟ ଅନୁଯାୟୀ ପ୍ରାତଃ ୪ଟା ୨୦ରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ ବୋଲି ଉପଜିଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସୂଚନା ଦେଇଛନ୍ତି।
ଗତବର୍ଷ ଯାତ୍ରା ପାଇଁ ୧୧ଲକ୍ଷ ବ୍ୟୟ ଅଟକଳ ହୋଇଥିବାବେଳେ ୧୦ଲକ୍ଷ ୩୩ ହଜାର ଖର୍ଚ୍ଚ ହୋଇଥିଲା। ଚଳିତବର୍ଷ ୬ଲକ୍ଷ ୯୮ହଜାର ୧୦୦ଟଙ୍କା ବ୍ୟୟ ଅଟକଳ କରାଯାଇଛି, ଯାହା ଗତବର୍ଷଠାରୁ ଯଥେଷ୍ଟ କମ୍‌। ପୀଠ ପରିସରରେ ଭଜନ ସମାରୋହ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି। ହେଲେ ପୀଠ ପାଦଦେଶରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଚଳିତବର୍ଷ ବନ୍ଦ ରଖାଯାଇଛି। ମନ୍ଦିର ପରିସରରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରାଯିବ। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଉଭୟ ଘାଟି ଓ ପାହାଚ ରାସ୍ତାରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ବିଦ୍ୟୁତ୍‌ କାଟ ସମୟରେ ଜେନେରେଟର ଏବଂ ସେସୁ ପକ୍ଷରୁ ଅଧିକ ଟ୍ରାନ୍ସଫର୍ମର ବସାଯିବ। ସେହିପରି ଅସ୍ଥାୟୀ ଦୋକାନୀଙ୍କୁ ସ୍ଥାନ ବଣ୍ଟନ କରାଯିବା ସହ ମହାସୁଲ ଆଦାୟ ହେବ। ଦେବୋତ୍ତର ଅଧିକାରୀ, ତହସିଲ ପ୍ରଶାସନ, ରାଜସ୍ବ ବିଭାଗ, ପୋଲିସ ଏବଂ ସ୍ଥାନୀୟ ଜନପ୍ରତିନିଧି ଏହାକୁ ତଦାରଖ କରିବେ। ସାପ କବଳରୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେବାକୁ ସ୍ନେକ୍‌ ହେଲ୍‌ପ ଲାଇନର ସଦସ୍ୟ ମୁତୟନ ହେବେ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାହାଚରୁ ଶିଉଳି ସଫା କରାଯିବ।
ଏ ସବୁକୁ ବାଦ୍‌ ଦେଲେ ଅଗ୍ନି ନିର୍ବାପକ, ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ, ଆଶୁ ଚିକିତ୍ସା, ନିଶା କାରବାର ବନ୍ଦ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଯାନବାହନଗୁଡ଼ିକ ଯାତ୍ରୀଙ୍କୁ ମନ୍ଦିର ପରିସରରେ ଛାଡ଼ି ପୀଠ ତଳେ ଥିବା ଖାଲିସ୍ଥାନରେ ପାର୍କିଂ କରିବେ। ମନ୍ଦିର ପରିସରରେ ଲାଗିଥିବା ଏଲ୍‌ଇଡିରେ କପିଳାସ ପୀଠର ମହିମା ସମ୍ପର୍କିତ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହେବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସଶସ୍ତ୍ର ପୋଲିସ ମୁତୟନ ହେବେ ବୋଲି ଏସ୍‌ପି ଅନୁପମା ଜେମ୍‌ସ ସୂଚନା ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆରଡିଏ ନରୋତ୍ତମ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଦେବୋତ୍ତର ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ହକି ଖେଳାଳିଙ୍କୁ ଦିଆଯିବ ସମ୍ବଲପୁରୀ ହକି ଷ୍ଟୋଲ

ବରଗଡ଼ ଅଫିସ୍‌,୧୪।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ସହ ସଫଳତା ହାସଲ କରିଥିବା ଭାରତୀୟ ହକି ଦଳକୁ ୧୬ ତାରିଖରେ ଏକ ସ୍ବତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ...

ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଜବତ

ମାଲକାନଗିରି,୨୦ା୧: ମାଲକାନଗିରି ସଦର ବ୍ଲକ ପେଡ଼ାକୋଣ୍ଡା ପଞ୍ଚାୟତଠାରୁ ଦେଢ଼ କି.ମି. ଦୂରରେ ଥିବା ଏକ ପୋଖରୀ ନିକଟରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ବୁଧବାର ଗ୍ରାମବାସୀ...

ନୂତନ ଆବିଷ୍କାର ପାଇଁ ଉଦ୍ୟମ ଜାରି ରଖ

କାମାକ୍ଷାନଗର,୨୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ ଏଥିରେ...

ମନ ଶାନ୍ତ ରଖିଲେ ସଂଗ୍ରାମକୁ ଜୟ କରିହେବ: ବାଗ୍‌ଚୀ

ଭୁବନେଶ୍ୱର,୯ା୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଓ ସ୍ବଚ୍ଛତାକୁ ଅଧିକ ଗୁରୁତ୍ୱ ଦେଇ ସାରା ଦେଶ ଏବେ ଲକ୍‌ଡାଉନରେ ରହିଛି। ୨୧ ଦିନିଆ ତାଲାବନ୍ଦ...

ଜାରି ହେଲା ଗାଇଡ୍‌ଲାଇନ୍‌: ସୋମବାରଠାରୁ ଅଫିସ ଆସିବେ ସମସ୍ତ ଗ୍ରୁପ୍‌ ‘ଏ’ ଅଧିକାରୀ, ୯ ଜିଲାରେ ରୋଷ୍ଟର ଭିତ୍ତିରେ କାମ କରିବେ ୩୩% କର୍ମଚାରୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ସୋମବାରଠାରୁ ଅଫିସ ଆସିବେ ସମସ୍ତ ଗ୍ରୁପ୍‌ ‘ଏ’ ଅଧିଚାରୀ। ଜିଲାପାଳ, ଉପଜିଲାପାଳ, ଆରଡିସି, ତହସିଲ, ଆର୍‌ଆଇ ଅଫିସ ସମସ୍ତ କର୍ମଚାରୀ ଆସିବେ। କେବଳ ୯ଟି...

ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି

ପୁରୀ ଅଫିସ,୧୮ା୫: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ଆବିର୍ଭୂତ ହୋଇ ଯୁଗେ ଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରିଠାରେ...

ସାମିଲ ହେବ ସବୁ ସ୍କୁଲ

ଅନୁଗୋଳ ଅଫିସ, ୪।୧୨ ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ ଯୋଜନା ଉପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଏବେ ଜୋର୍‌ ଦିଆଯାଉଛି। ଜିଲାର ମୋଟ୍‌ ୧,୬୬୬...

ଆଗେଇ ଚାଲିଛି ବିଜେଡି: ୨୭୫ ଜୋନ୍‌ରେ ଆଗୁଆ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ୩୧୫ ଜିଲା ପରିଷଦ ଜୋନ୍‌ରେ ଗଣତି ଚାଲିଛି। ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଆସିଥିବା ରିପୋର୍ଟ...

Advertisement
Archives

Model This Week