Posted inଖେଳ

ଫେଡ୍‌ କପ୍‌: ଉଜବେକିସ୍ତାନକୁ ହରାଇଲା ଭାରତ

ଦୁବାଇ, ୫।୩ (ପି.ଟି.)- ଫେଡ୍‌ କପ୍‌ ଟେନିସ ପ୍ରତିଯୋଗିତାରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ୨-୦ରେ ଉଜବେକିସ୍ତାନକୁ ପରାସ୍ତ କରିଛି। ଉଭୟ ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦୁଇ ଖେଳାଳି ରୁତୁଜା ଭୋସାଲେ ଓ ଅଙ୍କିତା ରାଇନା ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ରୁତୁଜା ୨-୬, ୬-୨, ୭-୫ ସେଟ୍‌ରେ ପ୍ରତିପକ୍ଷ ଖେଳାଳି ଅକଗୁଲ ଅମାନମୁରାଡୋଭଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ଅନ୍ୟ ଏକ ମ୍ୟାଚ୍‌ରେ ଅଙ୍କିତା ୭-୫, ୬-୧ ସେଟ୍‌ରେ ସାବିନା ଶାରିପୋଭାଙ୍କୁ ହରାଇଛନ୍ତି। ଏଥିପୂର୍ବରୁ ଭାରତ ପ୍ରଥମ ମ୍ୟାଚ୍‌ରେ ଟପ୍‌ ସିଡ୍‌ ଚାଇନା ନିକଟରୁ ୦-୩ରେ ପରାସ୍ତ ହୋଇଥିଲା। ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ଗୁରୁବାର କୋରିଆକୁ ଭେଟିବ। ପ୍ରକାଶଯୋଗ୍ୟ, ମହିଳା ଟେନିସ ଖେଳାଳିଙ୍କୁ ନେଇ ଫେଡ୍‌ କପ୍‌ ୧୯୬୩ରୁ ଅନୁଷ୍ଠିତ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ବୋଲିଂ କରିବ ମୁମ୍ବାଇ

ମୁମ୍ବାଇ,୧୨।୫: ମୁମ୍ବାଇ ଓ୍ବାଙ୍ଗଡେ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୫୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ମୁମ୍ବାଇ...

ରୋଲ୍‌ ବଲ୍‌ ଚାମ୍ପିୟନଶିପ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର,୨୮ା୧୨(ସ୍ପୋଟର୍‌ସ ବ୍ୟୁରୋ): ରାଜସ୍ଥାନର ଜୟପୁରରେ ହେବାକୁ ଥିବା ୧୫ ତମ ଜାତୀୟ ସବ୍‌ ଜୁନିୟର ରୋଲ୍‌ ବଲ୍‌ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଛନ୍ତି ଓଡ଼ିଶା ବାଳକ ଓ...

‘ମୁଁ ପୁଣି ହ୍ୟାଟ୍ରିକ କାହିଁକି ନେଇପାରିବି ନାହିଁ’

ଲଣ୍ଡନ,୨୭।୫(ପିଟି)- ୨୦୦୭ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କା ପେସର ଲସିଥ ମାଲିଙ୍ଗା କ୍ରମାଗତ ୪ ଉଇକେଟ ନେଇଥିଲେ। ଚଳିତ ବିଶ୍ୱକପ୍‌ରେ ମଧ୍ୟ ହ୍ୟାଟ୍ରିକ...

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ; ରାଜସ୍ଥାନ ଆଗରେ ୧୯୪ ରନ ଟାର୍ଗେଟ୍‌ ରଖିଲା ମୁମ୍ବାଇ

ଆବୁଧାବି, ୬।୧୦: ଆଇପିଏଲ୍‌ର ଚଳିତ ସିଜନର ବିଂଶତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ...

ଜନତଙ୍କୁ ୫ ଉଇକେଟ: ଦ୍ୱିତୀୟ ଟି୨୦ରେ ଆଫ୍‌ଗାନିସ୍ତାନ ବିଜୟୀ

ଲକ୍ଷ୍ନୌ,୧୭।୧୧(ପି.ଟି.)- ୨୧ ବର୍ଷୀୟ ମିଡିୟମ ପେସର କରିମ ଜନତଙ୍କ ଦମ୍‌ଦାର ପ୍ରଦର୍ଶନ (୫/୧୧) ସହାୟତାରେ ଆଫଗାନିସ୍ତାନ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ୪୧ ରନରେ ପରାସ୍ତ...

ଏଫ୍‌ଆଇଏଚ୍‌ ପୁରସ୍କାର : ବିବେକ ଶ୍ରେଷ୍ଠ ଉଦୀୟମାନ ଖେଳାଳି

ନୂଆଦିଲ୍ଲୀ, ୧୧।୨- ଭାରତୀୟ ହକି ଦଳର ମିଡ୍‌ଫିଲ୍ଡର ବିବେକ ସାଗର ପ୍ରସାଦ ୨୦୧୯ ବର୍ଷ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌)ର ଶ୍ରେଷ୍ଠ ଉଦୀୟମାନ ଖେଳାଳି...

ଦୁଲୀପ ଟ୍ରଫି: ଇଣ୍ଡିଆ ଗ୍ରୀନ- ରେଡ୍‌ ମ୍ୟାଚ୍‌ ଡ୍ର

ବେଙ୍ଗାଲୁରୁ,୧।୯(ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଗ୍ରାଉଣ୍ଡରେ ଇଣ୍ଡିଆ ଗ୍ରୀନ୍‌ ଓ ଇଣ୍ଡିଆ ରେଡ୍‌ ମଧ୍ୟରେ ଅନୁଷ୍ଠିତ ୪ ଦିନିଆ ଦୁଲୀପ ଟ୍ରଫି...

୪୫ ବର୍ଷ ପୂର୍ବେ ଏକମାତ୍ର ବିଶ୍ୱକପ୍‌ ଜିତିଥିଲା ଭାରତ

ନୂଆଦିଲ୍ଲୀ,୧୬।୩(ପି.ଟି.)- ଚାରି ଦଶନ୍ଧି ପୂର୍ବେ ଭାରତୀୟ ହକି ଦଳ ଆଜିର ଦିନରେ ତା’ର ଏକମାତ୍ର ବିଶ୍ୱକପ୍‌ ଜିତିଥିଲା। ଏହା ଭାରତୀୟ ହକି ଦଳର ଏକ ଜାଜ୍ୱଲ୍ୟମୟ...

Advertisement
Archives

Model This Week